Posted inଖେଳ

ବେଙ୍ଗାଲୁରୁରେ ବିଦାୟୀ ମ୍ୟାଚ ଚାହାନ୍ତି ବୋପାନ୍ନା

ନୂଆଦିଲ୍ଲୀ, ୨୨।୬ (ପି.ଟି.): ଭାରତର ଶୀର୍ଷସ୍ଥାନୀୟ ଡବଲ୍ସ ଟେନିସ ତାରକା ରୋହନ ବୋପାନ୍ନା ଆସନ୍ତା ସେପ୍ଟେମ୍ବରରେ ଡେଭିସ୍‌ କପ୍‌ କ୍ୟାରିୟର ଶେଷ କରିବେ। ମରକ୍କୋ ବିପକ୍ଷରେ ସେ ବିଦାୟକାଳୀନ ମ୍ୟାଚ ଖେଳିବେ ବୋଲି ବୁଧବାର ସୂଚନା ଦେଇଛନ୍ତି। ତେବେ ବେଙ୍ଗାଲୁରୁଠାରେ କ୍ୟାରିୟରର ଶେଷ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ଏହି କର୍ନାଟକ ଖେଳାଳି ଯେଉଁ ଇଚ୍ଛା ପ୍ରକାଶ କରିଛନ୍ତି ତାହା ଅପୂରଣୀୟ ରହିପାରେ। କାରଣ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଡେଭିସ୍‌ କପ୍‌ ଆୟୋଜନ ଅଧିକାର ଉତ୍ତର ପ୍ରଦେଶକୁ ଦେଇ ସାରିଛି। ଆସନ୍ତା ସେପ୍ଟେମ୍ବରରେ ଭାରତ ଓ ମରକ୍କୋ ମଧ୍ୟରେ ଓ୍ବାଲର୍‌ଡ ଗ୍ରୁପ୍‌-୨ ମୁକାବିଲା ହେବ। ୨୦୦୨ରେ ଡେଭିସ୍‌ କପ୍‌ କ୍ୟାରିୟର ଆରମ୍ଭ କରିଥିବା ବୋପାନ୍ନା ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ”ମୁଁ ସେପ୍ଟେମ୍ବରରେ ଶେଷ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ଯୋଜନା କରିଛି। ୨୦୦୨ରୁ ଭାରତୀୟ ଦଳରେ ଖେଳି ଆସୁଛି। ଆଗାମୀ ଡେଭିସ୍‌ କପ୍‌ ମୁକାବିଲା ଘରୋଇ ପରିବେଶରେ ବେଙ୍ଗାଲୁରୁରେ ହେଉ ବୋଲି ମୁଁ ଚାହୁଁଛି। ମୁଁ ସମସ୍ତ ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛି। ସେମାନେ ସମସ୍ତେ ବେଙ୍ଗାଲୁରୁରେ ଖେଳିବାକୁ ରାଜି ଅଛନ୍ତି। କର୍ନାଟକ ରାଜ୍ୟ ଲନ୍‌ ଟେନିସ ଆସୋସିଏଶନ ମଧ୍ୟ ଏହାକୁ ଆୟୋଜନ ପାଇଁ ପ୍ରସ୍ତୁତ ଅଛି। ଏବେ ଫେଡେରେଶନ ଯାହାକିଛି ନିଷ୍ପତ୍ତି ନେବ“ ବୋଲି ବୋପାନ୍ନା କହିଛନ୍ତି।
ବୋପାନ୍ନା ଭାରତ ପକ୍ଷରୁ ୩୨ଟି ଡେଭିସ୍‌ କପ୍‌ ମ୍ୟାଚ ଖେଳି ସାରିଛନ୍ତି। ଲିଆଣ୍ଡର ପେସ୍‌ ସର୍ବାଧିକ ୫୮ଟି ମ୍ୟାଚ ଖେଳିଥିବାବେଳେ ଜୟଦୀପ ମୁଖାର୍ଜୀ ୪୩, ରମାନାଥନ କ୍ରିଷ୍ଣନ ୪୩, ପ୍ରେମଜିତ ଲାଲ ୪୧, ଆନନ୍ଦ ଅମୃତରାଜ ୩୯, ମହେଶ ଭୂପତି ୩୫ ଓ ବିଜୟ ଅମୃତରାଜ ୩୨ଟି ମ୍ୟାଚ ଖେଳି ଏହି ତାଲିକାରେ ପଛକୁପଛ ରହିଛନ୍ତି। ମରକ୍କୋ ବିପକ୍ଷରେ ମ୍ୟାଚ ଖେଳିଲେ ବୋପାନ୍ନା କିମ୍ବଦନ୍ତୀ ଖେଳାଳି ବିଜୟ ଅମୃତରାଜଙ୍କୁ ଅତିକ୍ରମ କରିବେ। ଏଆଇଟିଏ କିନ୍ତୁ ଆଗାମୀ ମୁକାବିଲାକୁ ବେଙ୍ଗାଲୁରୁରେ ଆୟୋଜନ ସପକ୍ଷରେ ନାହିଁ। ”ଭାରତ ପକ୍ଷରୁ ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳିଲେ ରୋହନଙ୍କ ପାଇଁ ଭଲ ହେବ। ମାତ୍ର ଆମେ ଉତ୍ତର ପ୍ରଦେଶକୁ ପ୍ରତିଶ୍ରୁତି ଦେଇ ସାରିଛୁ। ଆଗାମୀ ଡେଭିସ୍‌ କପ୍‌ ମ୍ୟାଚ ଲକ୍ଷ୍ନୌରେ ହେବ ବୋଲି ନିଷ୍ପତ୍ତି ହୋଇସାରିଛି“ ବୋଲି ଏଆଇଟିଏ ମହାସଚିବ ଅନିଲ ଧୁପର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri