Posted inଖେଳ

ଡେଭିସ୍‌ କପ୍‌ରୁ ବୋପାନ୍ନାଙ୍କ ଅବସର

କଲମ୍ବୋ,୧୮ା୯(ପି.ଟି.): ଭାରତର ଷ୍ଟାର ଟେନିସ୍‌ ଖେଳାଳି ରୋହନ ବୋପାନ୍ନା ଡେଭିସ୍‌ କପ୍‌ କ୍ୟାରିୟରକୁ ଅଲ୍‌ବିଦା ଜଣାଇଛନ୍ତି। ବୋପାନ୍ନା ନିଜ କ୍ୟାରିୟରର ଅନ୍ତିମ ମ୍ୟାଚ ଜିତିବା ଫଳରେ ଭାରତ ୩-୧ରେ ମରକ୍କୋକୁ ପରାସ୍ତ କରିଛି। ଲକ୍ଷ୍ନୌର ମିନି ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱ ଗ୍ରୁପ୍‌-୨ର ଏହି ମ୍ୟାଚର ପ୍ରଥମ ଦିନରେ ସ୍କୋର ୧-୧ ରହିଥିଲା। ପ୍ରଥମ ଦିନରେ ଶଶିକୁମାର ମୁକୁନ୍ଦ ନିଜ ମ୍ୟାଚକୁ ହାରିଯାଇଥିବା ବେଳେ ସୁମିତ ନାଗଲ ବିଜୟୀ ହୋଇ ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ଦ୍ୱିତୀୟ ଦିନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ବିଜୟୀ ହେବା ସହ ନାଗଲ ଭାରତକୁ ଡ୍ରାଇଭର ସିଟ୍‌ରେ ରଖିଥିଲେ। ରିଭର୍ସ ସିଙ୍ଗଲ୍ସରେ ସୁମିତ ୬-୩, ୬-୩ ସେଟରେ ମରକ୍କୋର ୟାସିନ ଡିଲିମିଙ୍କୁ ହରାଇଥିଲେ। ପରେ ୪୩ ବର୍ଷୀୟ ବୋପାନ୍ନା ୟୁକି ଭାମ୍ବ୍ରିଙ୍କ ସହିତ ପାର୍ଟନର ହୋଇ ଡବଲ୍ସ ମ୍ୟାଚ୍‌ ଖେଳିଥିଲେ।

୧ ଘଣ୍ଟା ୧୧ ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ଭାରତୀୟ ଯୋଡି ମରକ୍କୋର ଏଲିଅଟ୍‌ ବେଞ୍ଚଟ୍ରିଟ୍‌ ଓ ୟୁନିସ୍‌ ଲାଲାମି ଲାରୋଉସନଙ୍କୁ ୬-୨, ୬-୧ରେ ହରାଇଥିଲେ। ଭାରତ ୩-୧ରେ ବିଜୟୀ ହେବା ସହିତ ଦ୍ୱିତୀୟ ଥର ପାଇଁ ନାଗଲ ଦୁଇଟି ଯାକ ରିଭର୍ସ ସିଙ୍ଗଲ୍ସ ମ୍ୟାଚ୍‌ ଜିତିବାର ରେକର୍ଡ କରିଛନ୍ତି। ଶେଷ ଥର ପାଇଁ ୨୦୧୯ରେ ନାଗଲ ପାକିସ୍ତାନ ବିପକ୍ଷରେ ଉଭୟ ସିଙ୍ଗଲ୍ସ ମ୍ୟାଚ୍‌ ବିଜୟୀ ହୋଇଥିଲେ। ଏହି ବିଜୟ ସହିତ ଭାରତ ବିଶ୍ୱକପ ଗ୍ରୁପ୍‌ ପର୍ଯ୍ୟାୟ-୧ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ତିମ ମ୍ୟାଚ୍‌ ତଥା ଡେଡ୍‌ ରବରରେ ଭାରତ ପକ୍ଷରୁ ଯୁବ ଖେଳାଳି ଦିଗ୍‌ବିଜୟ ପ୍ରତାପ ସିଂ ଖେଳିବେ।

ଭାରତ ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ବୋପାନ୍ନା ନିଜ ଇଣ୍ଡିଆ ଟି ଶାର୍ଟକୁ କୋର୍ଟରେ ରଖି ଦେଇଥିଲେ। ୩୩ ଟାଇରେ ୫୦ ମ୍ୟାଚ ଖେଳିଥିବା ବୋପାନ୍ନା ୨୩ ମ୍ୟାଚରେ ବିଜୟୀ ହୋଇଛନ୍ତି। ଏହା ମଧ୍ୟରୁ ୧୩ଟି ଡବଲ୍ସ ମ୍ୟାଚ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

ଆରମ୍ଭ ହେଲା ହର୍ମୁଜ ପ୍ରଣାଳୀର ସଫେଇ… ଯୁଦ୍ଧଜାହାଜ, ଡ୍ରୋନ, ହେଲିକପ୍ଟର ନିୟୋଜିତ; ଆମେରିକାର ‘ହାଇଟେକ ଅପରେଶନ’ ଆରମ୍ଭ

ତେହରାନ,୧୨।୪: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ହର୍ମୁଜ ପ୍ରଣାଳୀରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri