ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ କରାଇପାରିବେ। କୌଣସି ରୋଗର ଶିକାର ହୋଇଥିଲେ କିମ୍ବା ଚିକିତ୍ସାଧୀନ ଥିଲେ ମଧ୍ୟ ସେମାନେ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରଙ୍କୁ ମେଡିକାଲ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ତେବେ ସେମାନେ ତୃତୀୟ ଡୋଜ୍‌ ନେବା ପୂର୍ବରୁ ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦିଆଯାଇଛି। ନିର୍ବାଚନୀ ରାଜ୍ୟଗୁଡ଼ିକରେ ମୁତୟନ ହେବାକୁ ଥିବା କର୍ମଚାରୀଙ୍କୁ ଡାକ୍ତର ସ୍ବାସ୍ଥ୍ୟକର୍ମୀଙ୍କ ପରି ସମ୍ମୁଖ ଯୋଦ୍ଧା ବର୍ଗରେ ସାମିଲ କରାଯାଇ ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦିଆଯାଇଥିବା ଚିଠିରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
ବ୍ୟକ୍ତି କେବେ ବୁଷ୍ଟର ଡୋଜ୍‌ ନେଇପାରିବେ ତାହା ସେମାନଙ୍କ ଦ୍ୱିତୀୟ ଡୋଜ୍‌ର ତାରିଖ ଉପରେ ନିର୍ଭର କରେ। କୋ-ଓ୍ବିନ୍‌ ଆପ୍ଲିକେଶନରେ ଥିବା ରେକର୍ଡ ଅନୁସାରେ ଦ୍ୱିତୀୟ ଡୋଜ୍‌ର ୯ ମାସ ବା ୩୯ ସପ୍ତାହ ପରେ ହିତାଧିକାରୀ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ତୃତୀୟ ଡୋଜ୍‌ ନେବାକୁ ଯେଉଁମାନେ ଯୋଗ୍ୟ ସେମାନଙ୍କ ଫୋନ୍‌ ନମ୍ବରକୁ କୋ-ଓ୍ବିନ୍‌ ଆପ୍‌ ଜରିଆରେ ଏକ ରିମାଇଣ୍ଡର ମେସେଜ ପଠାଯିବ। ଡିଜିଟାଲ ଟିକା ପ୍ରମାଣପତ୍ରରେ ମଧ୍ୟ ତାହା ଉଲ୍ଲେଖ ରହିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ଆଲୋଚନା କରିବା ସହ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ଏବଂ ଅସୁରକ୍ଷିତ ବର୍ଗ ତଥା ସମ୍ମୁଖ ଯୋଦ୍ଧାଙ୍କୁ ତୃତୀୟ ଡୋଜ୍‌ ପ୍ରଦାନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ଦିଆଯିବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଯିବ ବୋଲି ସେ କହିଥିଲେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ। ଟିକା ନେବା ପରେ ଏହି ବୟସ ବର୍ଗର ପିଲାଙ୍କୁ ଟିକାକରଣ କେନ୍ଦ୍ରରେ ଅଧଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଛି। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ସେମାନେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। କୋ-ଓ୍ବିନ୍‌ ଆପ୍‌ ଯୋଗେ କିମ୍ବା ଟିକାକରଣ କେନ୍ଦ୍ରକୁ ଯାଇ ଯୋଗ୍ୟ ହିତାଧିକାରୀ ବୁଷ୍ଟର ଡୋଜ୍‌ ପାଇଁ ଜାନୁୟାରୀ ୩ରୁ ନାମ ପଞ୍ଜୀକରଣ କରିପାରିବେ।

 

କୋର୍ବେଭାକ୍ସ, କୋଭୋଭାକ୍ସକୁ ଅନୁମତି

ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କୋଭିଡ୍‌ ଟିକା କୋଭୋଭାକ୍ସ, ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସ ଏବଂ କୋଭିଡ୍‌ ଔଷଧ ସିପ୍‌ଲାର ମୋଲ୍‌ନୁପିରାଭିର୍‌କୁ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ଉକ୍ତ ୨ ଟିକା ଏବଂ ଔଷଧକୁ କଟକଣା ମଧ୍ୟରେ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ମଙ୍ଗଳବାର ସୂଚନା ଦେଇଛନ୍ତି। କୋଭୋଭାକ୍ସ ଏବଂ କୋର୍ବେଭାକ୍ସକୁ କେତେକ ନିର୍ଦ୍ଦିଷ୍ଟ ସ୍ଥିତିରେ ଚିକିତ୍ସା ପାଇଁ ବ୍ୟବହାର ନିମନ୍ତେ ସିଡିଏସ୍‌ସିଓ ବୈଷୟିକ ବିଶେଷଜ୍ଞ କମିଟି ସୁପାରିସ କରିବାର ଦିନକ ପରେ ଏହି ଘୋଷଣା କରାଯାଇଛି। ସେହିପରି କୋଭିଡ୍‌ ସଂକ୍ରମଣ ଓ ଏଥିଜନିତ ସ୍ବାସ୍ଥ୍ୟ ସମସ୍ୟା ଜଟିଳ ହେବା ଆଶଙ୍କା ଥିଲେ ମୋଲ୍‌ନୁପିରାଭିର୍‌କୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବା ନିମନ୍ତେ ଉକ୍ତ କମିଟି ସୁପାରିସ କରିଥିଲା। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଟୁଇଟ୍‌ କରିଛନ୍ତି। କରୋନା ବିରୋଧୀ ଲଢ଼େଇକୁ ଆହୁରି ମଜଭୁତ କରିବାକୁ ସିଡିଏସ୍‌ସିଓ ଗୋଟିଏ ଦିନରେ ଦୁଇଟି ଟିକା ଏବଂ ଏକ ଔଷଧକୁ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେଇଥିବା ସେ କହିଛନ୍ତି।
ମିଶାଇ ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା ଟିକା ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ, ଜାଇଡସ୍‌ କାଡିଲାର ଜାଇକୋଭ୍‌-ଡି, ରୁଷିଆର ସ୍ପୁଟନିକ୍‌-ଭି, ଆମେରିକାରେ ପ୍ରସ୍ତୁତ ମଡର୍ନା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନସନ୍‌କୁ ମଞ୍ଜୁରୀ ମିଳିସାରିଛି। କୋଭିଡ୍‌-୧୯ ବିରୋଧରେ କୋର୍ବେଭାକ୍ସ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଆର୍‌ବିଡି ପ୍ରୋଟନ୍‌ ସବ୍‌ୟୁନିଟ୍‌ ଭାକ୍ସିନ। ହାଇଦ୍ରାବାଦ୍‌ସ୍ଥିତ ବାୟୋଲୋଜିକାଲ-ଇ ଫାର୍ମ ଏହାକୁ ପ୍ରସ୍ତୁତ କରିଛି। ଏହାକୁ ମିଶାଇରେ ଭାରତରେ ପ୍ରସ୍ତୁତ ଟିକା ସଂଖ୍ୟା ୩ରେ ପହଞ୍ଚିଥିବା ମାଣ୍ଡବ୍ୟ କହିଛନ୍ତି। ସେହିପରି ମୋଲନୁପରାଭିର୍‌କୁ ଦେଶର ୧୩ କମ୍ପାନୀ ପ୍ରସ୍ତୁତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri