ବିନା ମେଡିକାଲ ପ୍ରମାଣପତ୍ରରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ, ୨୯ା୧୨: ଜାନୁୟାରୀ ୧୦ରୁ କୋଭିଡ୍‌ ଟିକାର ସମସ୍ତ ଡୋଜ୍‌ ନେଇସାରିଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ୍‌ ପାଇଁ ନାଁ ପଞ୍ଜୀକରଣ କରାଇପାରିବେ। କୌଣସି ରୋଗର ଶିକାର ହୋଇଥିଲେ କିମ୍ବା ଚିକିତ୍ସାଧୀନ ଥିଲେ ମଧ୍ୟ ସେମାନେ ବୁଷ୍ଟର ଡୋଜ୍‌ ପାଇଁ ଡାକ୍ତରଙ୍କୁ ମେଡିକାଲ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ତେବେ ସେମାନେ ତୃତୀୟ ଡୋଜ୍‌ ନେବା ପୂର୍ବରୁ ସେମାନଙ୍କ ଡାକ୍ତରଙ୍କ ପରାମର୍ଶ ନେବାକୁ ଉପଦେଶ ଦିଆଯାଇଛି। ନିର୍ବାଚନୀ ରାଜ୍ୟଗୁଡ଼ିକରେ ମୁତୟନ ହେବାକୁ ଥିବା କର୍ମଚାରୀଙ୍କୁ ଡାକ୍ତର ସ୍ବାସ୍ଥ୍ୟକର୍ମୀଙ୍କ ପରି ସମ୍ମୁଖ ଯୋଦ୍ଧା ବର୍ଗରେ ସାମିଲ କରାଯାଇ ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦିଆଯାଇଥିବା ଚିଠିରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
ବ୍ୟକ୍ତି କେବେ ବୁଷ୍ଟର ଡୋଜ୍‌ ନେଇପାରିବେ ତାହା ସେମାନଙ୍କ ଦ୍ୱିତୀୟ ଡୋଜ୍‌ର ତାରିଖ ଉପରେ ନିର୍ଭର କରେ। କୋ-ଓ୍ବିନ୍‌ ଆପ୍ଲିକେଶନରେ ଥିବା ରେକର୍ଡ ଅନୁସାରେ ଦ୍ୱିତୀୟ ଡୋଜ୍‌ର ୯ ମାସ ବା ୩୯ ସପ୍ତାହ ପରେ ହିତାଧିକାରୀ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ତୃତୀୟ ଡୋଜ୍‌ ନେବାକୁ ଯେଉଁମାନେ ଯୋଗ୍ୟ ସେମାନଙ୍କ ଫୋନ୍‌ ନମ୍ବରକୁ କୋ-ଓ୍ବିନ୍‌ ଆପ୍‌ ଜରିଆରେ ଏକ ରିମାଇଣ୍ଡର ମେସେଜ ପଠାଯିବ। ଡିଜିଟାଲ ଟିକା ପ୍ରମାଣପତ୍ରରେ ମଧ୍ୟ ତାହା ଉଲ୍ଲେଖ ରହିବ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ଆଲୋଚନା କରିବା ସହ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ ଏବଂ ଅସୁରକ୍ଷିତ ବର୍ଗ ତଥା ସମ୍ମୁଖ ଯୋଦ୍ଧାଙ୍କୁ ତୃତୀୟ ଡୋଜ୍‌ ପ୍ରଦାନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ଦିଆଯିବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଯିବ ବୋଲି ସେ କହିଥିଲେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ। ଟିକା ନେବା ପରେ ଏହି ବୟସ ବର୍ଗର ପିଲାଙ୍କୁ ଟିକାକରଣ କେନ୍ଦ୍ରରେ ଅଧଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଛି। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ସେମାନେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। କୋ-ଓ୍ବିନ୍‌ ଆପ୍‌ ଯୋଗେ କିମ୍ବା ଟିକାକରଣ କେନ୍ଦ୍ରକୁ ଯାଇ ଯୋଗ୍ୟ ହିତାଧିକାରୀ ବୁଷ୍ଟର ଡୋଜ୍‌ ପାଇଁ ଜାନୁୟାରୀ ୩ରୁ ନାମ ପଞ୍ଜୀକରଣ କରିପାରିବେ।

 

କୋର୍ବେଭାକ୍ସ, କୋଭୋଭାକ୍ସକୁ ଅନୁମତି

ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କୋଭିଡ୍‌ ଟିକା କୋଭୋଭାକ୍ସ, ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସ ଏବଂ କୋଭିଡ୍‌ ଔଷଧ ସିପ୍‌ଲାର ମୋଲ୍‌ନୁପିରାଭିର୍‌କୁ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ଉକ୍ତ ୨ ଟିକା ଏବଂ ଔଷଧକୁ କଟକଣା ମଧ୍ୟରେ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ମଙ୍ଗଳବାର ସୂଚନା ଦେଇଛନ୍ତି। କୋଭୋଭାକ୍ସ ଏବଂ କୋର୍ବେଭାକ୍ସକୁ କେତେକ ନିର୍ଦ୍ଦିଷ୍ଟ ସ୍ଥିତିରେ ଚିକିତ୍ସା ପାଇଁ ବ୍ୟବହାର ନିମନ୍ତେ ସିଡିଏସ୍‌ସିଓ ବୈଷୟିକ ବିଶେଷଜ୍ଞ କମିଟି ସୁପାରିସ କରିବାର ଦିନକ ପରେ ଏହି ଘୋଷଣା କରାଯାଇଛି। ସେହିପରି କୋଭିଡ୍‌ ସଂକ୍ରମଣ ଓ ଏଥିଜନିତ ସ୍ବାସ୍ଥ୍ୟ ସମସ୍ୟା ଜଟିଳ ହେବା ଆଶଙ୍କା ଥିଲେ ମୋଲ୍‌ନୁପିରାଭିର୍‌କୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବା ନିମନ୍ତେ ଉକ୍ତ କମିଟି ସୁପାରିସ କରିଥିଲା। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ଏକ ଟୁଇଟ୍‌ କରିଛନ୍ତି। କରୋନା ବିରୋଧୀ ଲଢ଼େଇକୁ ଆହୁରି ମଜଭୁତ କରିବାକୁ ସିଡିଏସ୍‌ସିଓ ଗୋଟିଏ ଦିନରେ ଦୁଇଟି ଟିକା ଏବଂ ଏକ ଔଷଧକୁ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେଇଥିବା ସେ କହିଛନ୍ତି।
ମିଶାଇ ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା ଟିକା ସଂଖ୍ୟା ୮କୁ ବୃଦ୍ଧି ପାଇଛି। ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ, ଭାରତ ବାୟୋଟେକ୍‌ର କୋଭାକ୍ସିନ, ଜାଇଡସ୍‌ କାଡିଲାର ଜାଇକୋଭ୍‌-ଡି, ରୁଷିଆର ସ୍ପୁଟନିକ୍‌-ଭି, ଆମେରିକାରେ ପ୍ରସ୍ତୁତ ମଡର୍ନା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନସନ୍‌କୁ ମଞ୍ଜୁରୀ ମିଳିସାରିଛି। କୋଭିଡ୍‌-୧୯ ବିରୋଧରେ କୋର୍ବେଭାକ୍ସ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଆର୍‌ବିଡି ପ୍ରୋଟନ୍‌ ସବ୍‌ୟୁନିଟ୍‌ ଭାକ୍ସିନ। ହାଇଦ୍ରାବାଦ୍‌ସ୍ଥିତ ବାୟୋଲୋଜିକାଲ-ଇ ଫାର୍ମ ଏହାକୁ ପ୍ରସ୍ତୁତ କରିଛି। ଏହାକୁ ମିଶାଇରେ ଭାରତରେ ପ୍ରସ୍ତୁତ ଟିକା ସଂଖ୍ୟା ୩ରେ ପହଞ୍ଚିଥିବା ମାଣ୍ଡବ୍ୟ କହିଛନ୍ତି। ସେହିପରି ମୋଲନୁପରାଭିର୍‌କୁ ଦେଶର ୧୩ କମ୍ପାନୀ ପ୍ରସ୍ତୁତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri