Posted inଜାତୀୟ

ଉବର୍‌ ଅଟୋ ବୁକ୍‌ କରିବା ପଡ଼ିଲା ମହଙ୍ଗା: ବିଲ୍‌ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍‌

ନୋଏଡା, ୩୧।୩: ଅନ୍‌ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍‌ କରି ଉବର୍‌ ଆପ୍‌ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ ଉବର୍‌ ରାଇଡ୍‌କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଉବର୍‌ର ଜଣେ ନିୟମିତ ଗ୍ରାହକ ଦୀପକ ତେନ୍‌ଗୁରିଆ ଏକ ଅଟୋ ରାଇଡ୍‌ ବୁକ୍‌ କରିଥିବା ବେଳେ ତାଙ୍କ ପାଖକୁ ୭.୬୬ କୋଟି ଟଙ୍କାର ବିଲ୍‌ ଆସିଛି। ସେ ଶୁକ୍ରବାର ଅଫିସ୍‌ ଯିବା ପାଇଁ ଉବର୍‌ ଅଟୋ ବୁକ୍‌ କରିଥିଲେ। ଗାଡ଼ି ବୁକ୍‌ କରିବା ସମୟରେ ତାଙ୍କୁ ବିଲ୍‌ ୬୨ ଟଙ୍କା ହୋଇଥିବା ଦେଖାଉଥିଲା, କିନ୍ତୁ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ପାଖକୁ ଉବର୍‌ ପକ୍ଷରୁ ୭.୬୬ କୋଟିର ବିଲ୍‌ ଆସିଥିଲା। ଏହି ବିଲ୍‌ ଦେଖି ଦୀପକଙ୍କର ହୋସ୍‌ ଉଡ଼ିଯାଇଥିଲା। ବିଲ୍‌ରେ ଅଟୋ ଭଡ଼ା ବାବଦକୁ ୧.୬୭ କୋଟି ଟଙ୍କା ଚାର୍ଜ କରାଯାଇଥିବାବେଳେ ଓ୍ବେଟିଂ ଚାର୍ଜ ବାବଦକୁ ୫.୯୯ କୋଟି ଟଙ୍କା ଚାର୍ଜ କରାଯାଇଛି। ତେବେ ପ୍ରମୋସନ୍‌ କଷ୍ଟ୍‌ ବାବଦକୁ ଏହି ବିଲ୍‌ରେ ୭୫ ଟଙ୍କା ଛାଡ଼ କରାଯାଇଥିଲା। ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦୀପକଙ୍କ ବନ୍ଧୁ ଆଶିଷ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ୬୨ ଟଙ୍କାର ଅଟୋ ରାଇଡ୍‌ ବୁକ୍‌ କରିଥିବାରୁ ଉବର୍‌ ତାଙ୍କୁ କୋଟିପତି ଋଣୀ କରିଦେଇଥିବା ଦୀପକ କହିଛନ୍ତି। ତେବେ ଏହି ବିଲ୍‌ରେ କୌଣସି ଜିଏସ୍‌ଟି ଚାର୍ଜ ଲାଗି ନ ଥିବା ଦୀପକ ସୂଚନା ଦେଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଉବର୍‌ ଇଣ୍ଡିଆ ପକ୍ଷରୁ ନିଜ ଆଧିକାରିକ ‘ଏକ୍ସ’ ହ୍ୟାଣ୍ଡେଲରେ ସମ୍ପୁର୍ଣ୍ଣ ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଗାଯାଇଛି। ଏହି ତ୍ରୁଟି ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri