Categories: ବାଣିଜ୍ୟ

ଅସ୍ଥିଶଲ୍ୟ ଚିକିତ୍ସା ସମ୍ପର୍କିତ ଜାତୀୟ କର୍ମଶାଳା

କଟକ,୨୧।୧୧: ଓଡ଼ିଶା ଅସ୍ଥିଶଲ୍ୟ ଚିକିସତ୍କ ସଂଘ ଏବଂ ଓସ୍‌କାରର ମିଳିତ ଆନୁକୂଲ୍ୟରେ ‘ବୟସଗତ ଆଣ୍ଡୁଜନିତ ସମସ୍ୟାର ଅସ୍ଥିଶଲ୍ୟ ଚିକିସତ୍ା’ ଶୀର୍ଷକ ବିଷୟ ବସ୍ତୁ ଉପରେ ଏକଦିବସୀୟ ଜାତୀୟ କର୍ମଶାଳା ଶନିବାର ସ୍ଥାନୀୟ ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲଠାରେ ଆୟୋଜିତ ହୋଇଯାଇଛି। ଏହି ଦିନିକିଆ ଜାତୀୟ କର୍ମଶାଳାରେ ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଡାକ୍ତର ଯୋଗଦେଇ ଅତ୍ୟନ୍ତ ଜଟିଳ ଓ ବ୍ୟୟ ବହୁଳ ଖଞ୍ଜା ପ୍ରତିରୋପଣ ବିନା ଜଣେ ବୟସ୍କ ବ୍ୟକ୍ତି ଶଲ୍ୟ ଚିକିତ୍ସା ଦ୍ୱାରା କିଭଳି ଆଣ୍ଠୁଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ ସେ ବିଷୟରେ ବିସ୍ତୃତ ମତ ବିନିମୟ କରିଥିଲେ।
ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନକରି ଉପସ୍ଥିତ ବିଶେଷଜ୍ଞ ଡାକ୍ତର ଓ ପ୍ରତିନିଧିଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଏଭଳି ଏକ କାର୍ଯ୍ୟକ୍ରମ ଦ୍ୱାରା ଚିକିସତ୍।

କ୍ଷେତ୍ରରେ ଯୁବ ଡାକ୍ତରଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ଆହରଣର ସୁଯୋଗ ମିଳିବ ବୋଲି ସେ ମତପ୍ରକାଶ କରିଥିଲେ। ଉକ୍ତ କର୍ମଶାଳାର ସଂଯୋଜକ ପ୍ରଫେସର ଡା. ଚିତ୍ତ ପ୍ରକାଶ ଦାସ ପ୍ରାରମ୍ବିକ ସୂଚନା ଓ ପ୍ରଫେସର ଡାକ୍ତର ଶକ୍ତିପ୍ରସାଦ ଦାସ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିପରି ପହ୍ମିନୀ କେୟାରର ସିଇଓ ଡାକ୍ତର ଜ୍ୟୋତିପ୍ରକାଶ ପରିଜା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାଧ୍ୟାପିକା ଡା. କ୍ରିଷ୍ଣାପ୍ରଦା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦ୍ୟୁତ୍‌ କୁମାର ଷଡ଼ଙ୍ଗୀ, କୌସ୍ତୁଭ ମୁଖାର୍ଜୀ, ସଞ୍ଜୀବ କୁମାର ପ୍ରହରାଜ, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦି୍ବବେଦୀଙ୍କ ସମେତ ଡ୍ରିମ୍‌ସ ଓ ପଦ୍ମିନୀ କେୟାରର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share