Categories: ବାଣିଜ୍ୟ

ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୧।୭:ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଓଏମ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଖରାପ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ୯୫% ଅଭିବୃଦ୍ଧି ହାରରେ ବ୍ୟାଙ୍କ ମୋଟ ୮୮୨ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଛି। ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୪୫୨କୋଟି ଟଙ୍କା ରହିଥିଲା। ସେହିଭଳି ବ୍ୟାଙ୍କର ମୋଟ୍‌ ବ୍ୟବସାୟ ୨୪.୮୪% ବୃଦ୍ଧି ପାଇ ୪,୨୦,୦୪୧ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୨୪.୯୮% ବୃଦ୍ଧି ପାଇ ୧,୭୫,୬୭୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଚଳିତ ବର୍ଷ ଜୁନ୍‌ ମାସ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ଜମା ୨୪.୭୩% ବୃଦ୍ଧି ପାଇ ୨,୪୪,୩୬୫ କୋଟି ଟଙ୍କା ହୋଇଥିବା ବେଳେ ମୋଟ ଆୟ ବୃଦ୍ଧି ପାଇ ୫,୪୧୭ କୋଟି ଟଙ୍କାରେ ପହଞ୍ଚତ୍ଛି। ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩,୭୭୪ କୋଟି ଟଙ୍କା ଥିଲା। ବ୍ୟାଙ୍କର ସୁଧ ଆୟରେ ମଧ୍ୟ ବୃଦ୍ଧି ଘଟି ୪,୭୮୯ କୋଟି ଟଙ୍କାରେ ପହଞ୍ଚତ୍ଛି। ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩,୪୫୭ କୋଟି ଟଙ୍କା ଥିଲା। ବ୍ୟାଙ୍କର ନେଟ୍‌ ସୁଧ ଆୟ ୩୮.୮୦% ଅଭିବୃଦ୍ଧି ହାର ହାସଲ କରି ୨,୩୪୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୨୩ ଜୁନ୍‌ ଶେଷ ସୁଦ୍ଧା ବିଓଏମର ଗ୍ରସ୍‌ ଏନ୍‌ପିଏ ୨.୨୮% ହ୍ରାସ ପାଇ ସମ୍ପତ୍ତିର ଗୁଣବତ୍ତାରେ ଉନ୍ନତି ପ୍ରଦର୍ଶନ ହୋଇଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୩.୭୪% ରହିଥିଲା। ବ୍ୟାଙ୍କର ନେଟ୍‌ ଏନ୍‌ପିଏ କିମ୍ବା ଅନାଦାୟ ଋଣ ୦.୨୪% କୁ ହ୍ରାସ ପାଇଛି, ଯାହା ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୦.୮୮% ରହିଥିଲା ବୋଲି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌.ରାଜୀବ ମତ ପ୍ରକାଶ କରିଛନ୍ତି।

Share