୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ ପ୍ରତିଷ୍ଠାନ ଏବଂ ଅସ୍ତ୍ର ଭଣ୍ଡାର ରହିଛି। ଏହାମଧ୍ୟରେ ଇରାନର ଏକ ଯୁଦ୍ଧ ଜାହାଜକୁ ଇସ୍ରାଏଲ ଆକ୍ରମଣ କରି ବୁଡ଼ାଇ ଦେଇଥିବା ଦାବି କରିଛି। ଅନ୍ୟପକ୍ଷରେ ଇରାନ୍‌ ମଧ୍ୟପ୍ରାଚ୍ୟର ବିଭିନ୍ନ ଆମେରିକୀୟ ସାମରିକ ବେସ୍‌ ଉପରେ ଆକ୍ରମଣ କରିବା ସହ ରବିବାର ଆରବସାଗରରେ ମୁତୟନ ହୋଇଥିବା ଆମେରିକାର ଯୁଦ୍ଧଜାହାଜ ଆବ୍ରାହମ୍‌ ଲିଙ୍କନ୍‌ ଉପରେ ମଧ୍ୟ ଆକ୍ରମଣ କରିଥିବା ଦାବି କରିଛି। ଏହି ଜାହାଜ ଉପରେ ୪ଟି କ୍ଷେପରାସ୍ତ୍ର ମାଡ଼ କରାଯାଇଛି ବୋଲି ଇରାନ୍‌ ସେନା ଆଇଆର୍‌ଜିସି ପକ୍ଷରୁ କୁହାଯାଇଛି। କିନ୍ତୁ ଆମେରିକା ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହ ଅପରେଶନ ଏପିକ୍‌ ଫୁଣି ବେଳେ କେବଳ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି। ସେପଟେ ଇରାନ୍‌ ଆକ୍ରମଣରେ ଇସ୍ରାଏଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ଆଗକୁ ଇସ୍ରାଏଲ ଇରାନ୍‌ ଉପରେ ଆହୁରି ଜୋରଦାର୍‌ ଆକ୍ରମଣ କରିବ ବୋଲି ରବିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଉପରେ ଆକ୍ରମଣ: ଜଣେ ଏଏସଆଇ ଗୁରୁତର, ୧୨ ଅଟକ

ଲୋଇସିଂହା,୧।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ଥିବାରୁ ତାଙ୍କୁ ମେଡ଼ିକାଲରେ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ: ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବର ମୁଣ୍ଡୁଳି ଗ୍ରାମ ରାସ୍ତାରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ, ଭୀଷ୍ମଗିରି ବନ…

ପାକିସ୍ତାନ ଉପରେ ଗର୍ଜିଲା ତାଲିବାନ, ନୁର ଖାନ ଏୟାରବେସ ଉପରେ କଲା ଆକ୍ରମଣ

ଇସଲାମାବାଦ,୨।୩: ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ପାକିସ୍ତାନର ଅନେକ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ସଫଳତାର ସହ ବିମାନ…

ବାଣ ବିସ୍ଫୋରଣରେ ୨ ଶିଶୁ ଗୁରୁତର: ଅଫୁଟା ବାଣକୁ ଫୁଟାଇବାକୁ ଉଦ୍ୟମ କରୁଥିବାବେଳେ…

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଗୁଣ୍ଡିଆପାଲି ଗ୍ରାମରେ ରାସ୍ତାରେ ପଡିଥିବା ଏକ ଅଫୁଟା ବାଣ ବିସ୍ଫୋରଣରେ ୨ ଜଣ ଶିଶୁ ଗୁରୁତର…

ରାସ୍ତା ମରାମତି ନୋହିଲା: ତାତିଲେ ସିର୍କାବର୍ଗ ପଞ୍ଚାୟତବାସୀ, ସରକାରୀ ବସକୁ ଅଟକାଇ…

ଦାରିଙ୍ଗବାଡି, ୨/୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ସିର୍କାବର୍ଗ ପଞ୍ଚାୟତକୁ ରହିଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ରାସ୍ତା…

ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri