ସାନଖେମୁଣ୍ଡିରେ ଅନାସ୍ଥାକୁ ନେଇ ରାଜନୈତିକ ଛକାପଞ୍ଝା, ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଦିଗପହଣ୍ଡି,୨୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗିରହିଛି। ଶନିବାର ବିଳମ୍ବିତ ରାତିରେ ପଞ୍ଚାୟତ ଅଧୀନ ନୂଆଗଡ଼ ଗ୍ରାମରେ ରହୁଥିବା ପଞ୍ଚାୟତ ନାଏବ ସରପଞ୍ଚ ବିଟୁ ସେଠୀଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ସେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫୁଟା ଯାଇଥିବା ବୋମାର ଟୁକୁରା,ସୁତୁଲି,ଗୋଡ଼ି ପ୍ରଭୃତି ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଛନ୍ତି। ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ନିର୍ବାଚିତ ହେବା ପରଠାରୁ ସେ ନିୟମିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସିବା। ତାଙ୍କ ସ୍ବାମୀଙ୍କ ସହାୟତାରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିବା। ମନୋମୁଖୀ ଭାବେ ବିଭିନ୍ନ ନିଷ୍ପତ୍ତି ନେବା। ୱାର୍ଡ ସଭ୍ୟା ସଭ୍ୟ ଓ ନାଏବ ସରପଞ୍ଚଙ୍କୁ ଅଣଦେଖା କରିବା ଏବଂ ସେମାନଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ସୂଚନା ନ ଦେବା ପ୍ରଭୃତି ବିଭିନ୍ନ ଅଭିଯୋଗ କରି ୧୮ ଓ୍ବାର୍ଡସଭ୍ୟା ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଗତ ୧୮ ତାରିଖରେ ବ୍ରହ୍ମପୁର ଉପଜିଲାପାଳ ଧିନା ଦସ୍ତାଗିରଙ୍କୁ ସାକ୍ଷାତ କରି ଅନାସ୍ଥା ସମ୍ପର୍କରେ ଗୃହୀତ ନିର୍ଦ୍ଧାରଣର ନକଲ ଏବଂ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ପଞ୍ଚାୟତ ରାଜନୀତି ସରଗରମ ହୋଇ ଉଠିଥିଲା। ପରବର୍ତ୍ତୀ ସମୟରେ ଗତ ଗୁରୁବାର ସରପଞ୍ଚଙ୍କ ନେତୃତ୍ୱରେ ଓ୍ବାର୍ଡସଭ୍ୟା ଲକ୍ଷ୍ମୀ ମଲ୍ଲିକ,ଗାୟତ୍ରୀ ସେଠୀ, ମେନକା ସ୍ବାଇଁ, ରଜନୀ ସେଠୀ, ଓ୍ବାର୍ଡ୍‌ସଭ୍ୟ ପାଣ ପ୍ରଧାନ,ରଜନୀ ସେଠୀ,ସୁଶାନ୍ତ ସାହୁ,ଶିବଶଙ୍କର ସାହୁ ପ୍ରମୁଖ ୮ ଜଣ ବ୍ରହ୍ମପୁର ଉପଜିଲାପାଳଙ୍କୁ ସାକ୍ଷାତ କରି ନାଏବ ସରପଞ୍ଚଙ୍କ ବିରୋଧରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ନାଏବ ସରପଞ୍ଚ ତାଙ୍କ ସ୍ବାର୍ଥ ସାଧନ ପାଇଁ କିଛି ଓ୍ବାର୍ଡସଭ୍ୟା ସଭ୍ୟଙ୍କ ନକଲି ଦସ୍ତଖତ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିବା ନେଇ ଉପଜିଲାପାଳ ଏବଂ ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଜଣାଇଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ ଘଟଣା ପରିସ୍ଥିତିକୁ ଜଟିଳ କରିଛି। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି-ପଦ୍ମନାଭପୁର ମୁଖ୍ୟରାସ୍ତାରେ ଜଣେ ବାଇକ୍‌ ଆରୋହୀଙ୍କୁ ଲକ୍ଷ୍ୟ କରି କେତେଜଣ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ପରେ ତାଙ୍କୁ ଏକ ବୁଲେଟ୍‌ରେ ପିଛା କରି ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ସେ ଠିଆ ହୋଇଥିବା ବେଳେ ପୁଣି ୨ଟି ବୋମାମାଡ଼ କରି ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଥାନାରେ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିବା ସହ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇ ଫେରିଥିଲେ। ଏହି ଦୁଇଟି ବୋମାମାଡ଼ ଘଟଣା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ସଂଘଟିତ କରାଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri