ସାନଖେମୁଣ୍ଡିରେ ଅନାସ୍ଥାକୁ ନେଇ ରାଜନୈତିକ ଛକାପଞ୍ଝା, ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼

ଦିଗପହଣ୍ଡି,୨୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗିରହିଛି। ଶନିବାର ବିଳମ୍ବିତ ରାତିରେ ପଞ୍ଚାୟତ ଅଧୀନ ନୂଆଗଡ଼ ଗ୍ରାମରେ ରହୁଥିବା ପଞ୍ଚାୟତ ନାଏବ ସରପଞ୍ଚ ବିଟୁ ସେଠୀଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମାମାଡ଼ କରି ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ସେ ପାଟପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫୁଟା ଯାଇଥିବା ବୋମାର ଟୁକୁରା,ସୁତୁଲି,ଗୋଡ଼ି ପ୍ରଭୃତି ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଛନ୍ତି। ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ନିର୍ବାଚିତ ହେବା ପରଠାରୁ ସେ ନିୟମିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସିବା। ତାଙ୍କ ସ୍ବାମୀଙ୍କ ସହାୟତାରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିବା। ମନୋମୁଖୀ ଭାବେ ବିଭିନ୍ନ ନିଷ୍ପତ୍ତି ନେବା। ୱାର୍ଡ ସଭ୍ୟା ସଭ୍ୟ ଓ ନାଏବ ସରପଞ୍ଚଙ୍କୁ ଅଣଦେଖା କରିବା ଏବଂ ସେମାନଙ୍କୁ କୌଣସି ସରକାରୀ କାର୍ଯ୍ୟକ୍ରମରେ ସୂଚନା ନ ଦେବା ପ୍ରଭୃତି ବିଭିନ୍ନ ଅଭିଯୋଗ କରି ୧୮ ଓ୍ବାର୍ଡସଭ୍ୟା ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଗତ ୧୮ ତାରିଖରେ ବ୍ରହ୍ମପୁର ଉପଜିଲାପାଳ ଧିନା ଦସ୍ତାଗିରଙ୍କୁ ସାକ୍ଷାତ କରି ଅନାସ୍ଥା ସମ୍ପର୍କରେ ଗୃହୀତ ନିର୍ଦ୍ଧାରଣର ନକଲ ଏବଂ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ପଞ୍ଚାୟତ ରାଜନୀତି ସରଗରମ ହୋଇ ଉଠିଥିଲା। ପରବର୍ତ୍ତୀ ସମୟରେ ଗତ ଗୁରୁବାର ସରପଞ୍ଚଙ୍କ ନେତୃତ୍ୱରେ ଓ୍ବାର୍ଡସଭ୍ୟା ଲକ୍ଷ୍ମୀ ମଲ୍ଲିକ,ଗାୟତ୍ରୀ ସେଠୀ, ମେନକା ସ୍ବାଇଁ, ରଜନୀ ସେଠୀ, ଓ୍ବାର୍ଡ୍‌ସଭ୍ୟ ପାଣ ପ୍ରଧାନ,ରଜନୀ ସେଠୀ,ସୁଶାନ୍ତ ସାହୁ,ଶିବଶଙ୍କର ସାହୁ ପ୍ରମୁଖ ୮ ଜଣ ବ୍ରହ୍ମପୁର ଉପଜିଲାପାଳଙ୍କୁ ସାକ୍ଷାତ କରି ନାଏବ ସରପଞ୍ଚଙ୍କ ବିରୋଧରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ନାଏବ ସରପଞ୍ଚ ତାଙ୍କ ସ୍ବାର୍ଥ ସାଧନ ପାଇଁ କିଛି ଓ୍ବାର୍ଡସଭ୍ୟା ସଭ୍ୟଙ୍କ ନକଲି ଦସ୍ତଖତ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିବା ନେଇ ଉପଜିଲାପାଳ ଏବଂ ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଜଣାଇଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଥିବା ବେଳେ ନାଏବ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ ଘଟଣା ପରିସ୍ଥିତିକୁ ଜଟିଳ କରିଛି। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଦିଗପହଣ୍ଡି-ପଦ୍ମନାଭପୁର ମୁଖ୍ୟରାସ୍ତାରେ ଜଣେ ବାଇକ୍‌ ଆରୋହୀଙ୍କୁ ଲକ୍ଷ୍ୟ କରି କେତେଜଣ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ପରେ ତାଙ୍କୁ ଏକ ବୁଲେଟ୍‌ରେ ପିଛା କରି ଦିଗପହଣ୍ଡି ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ସେ ଠିଆ ହୋଇଥିବା ବେଳେ ପୁଣି ୨ଟି ବୋମାମାଡ଼ କରି ସେଠାରୁ ଚମ୍ପଟ ମାରିଥିଲେ। ଖବରପାଇ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଥାନାରେ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିବା ସହ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇ ଫେରିଥିଲେ। ଏହି ଦୁଇଟି ବୋମାମାଡ଼ ଘଟଣା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ସଂଘଟିତ କରାଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri