Posted inଜାତୀୟ

‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’

ପୁଣେ,୩୦।୧: ନିକଟରେ ବମ୍ବେ ହାଇକୋର୍ଟ ଏକ ଘରୋଇ ହିଂସାର ଶୁଣାଣି ସମୟରେ ଅଜବ ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ‘ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ହୁଏ ସୃଷ୍ଟି’ । ନଭି ମୁମ୍ବାଇର ଜଣେ ମହିଳା ସ୍ବାମୀଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହି ମାମଲାରେ ମହିଳାଙ୍କ ସ୍ବାମୀ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟର ଜଷ୍ଟିସ ସାରଙ୍ଗ କୋତୱାଲଙ୍କ ଏକ ବେଞ୍ଚ କହିଛନ୍ତି, ଉଭୟ ସ୍ତ୍ରୀ-ସ୍ବାମୀ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡା ଏତେ ପରିମାଣରେ ବଢିଯାଇଛି ଯେ ଦୁହେଁ ଏବେ ଏକାଠି ରହିବା ମଧ୍ୟ ଅସମ୍ଭବ। ଉଭୟଙ୍କ ମଧ୍ୟରେ ବାରମ୍ବାର କୌଣସି କଥାକୁ ନେଇ ଝଗଡା ହେଉଛି। ମାମଲା ଶୁଣାଣି ସମୟରେ ଜଷ୍ଟିସ୍‌ କୋତଓ୍ବାଲ ଏତେ ରାଗି ଯାଇଥିଲେ ଯେ, ହଠାତ୍‌ କହିଥିଲେ, ଯୋଡି ସ୍ବର୍ଗରେ ନୁହେଁ, ନର୍କରେ ସୃଷ୍ଟି ହୋଇଥାଏ।
ନଭେମ୍ବର ୨୦୧୭ରେ ଏହି ଦମ୍ପତି ବିବାହ କରିଥିଲେ ଏବଂ ସେମାନଙ୍କର ଏକ ତିନି ବର୍ଷର ପୁଅ ଅଛି। ପତ୍ନୀ କହିଛନ୍ତି, ବିବାହ ସମୟରେ ଶାଶୁଘର ଲୋକ ପରିବାର ସଦସ୍ୟ ପ୍ରତ୍ୟେକ ଗୋଟିଏ ସୁନା ମୁଦ୍ରା ଚାହୁଁଥିଲେ ମଧ୍ୟ ତାଙ୍କ ପରିବାର ଦେବାକୁ ମନା କରିଦେଇଥିଲେ। ବିବାହ ପରେ ତାଙ୍କ ଶାଶୁ ଏବଂ ଶ୍ୱଶୁର ତାଙ୍କୁ ସେମାନଙ୍କ ଦାବି ବିଷୟରେ ମନେ ପକାଉଥିଲେ ଏବଂ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ଭାସିରେ ଫ୍ଲାଟ କିଣିବା ପାଇଁ ସେ ୧୩.୫ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ସେମାନେ ନଭେମ୍ବର ୨୦୧୯ରୁ ସେଠାରେ ରହିବାକୁ ଲାଗିଲେ, କିନ୍ତୁ ସ୍ବାମୀ ଅଧିକ ଟଙ୍କା ମାଗିବାରୁ ଝଗଡା ଜାରି ରହିଲା। ତାଙ୍କ ପତ୍ନୀ ତାଙ୍କୁ ମାଡ ମାରିଥିବା କହି ମହିଳାଙ୍କ ସ୍ବାମୀ ନିଜ ଶରୀରରେ କିଛି କ୍ଷତ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି। ସେପଟେ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri