Posted inଜାତୀୟ

ଛାଡପତ୍ର ପରେ ସ୍ତ୍ରୀ ଦେବେ ସ୍ବାମୀଙ୍କୁ ଭରଣପୋଷଣ ଅର୍ଥ

ମୁମ୍ବାଇ,୧।୪: ସାଧାରଣତଃ ଛାଡପତ୍ର ପରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡେ। କିନ୍ତୁ ମହାରାଷ୍ଟ୍ରରେ ଏକ ଭିନ୍ନ ମାମଲା ସାମ୍ନାକୁ ଆସିଛି। ଏଠାରେ ମହିଳା ଜଣକ ତାଙ୍କ ପୂର୍ବ ସ୍ବାମୀଙ୍କୁ ପ୍ରତି ମାସରେ ଭରପୋଷଣ ଅର୍ଥ ଦେବେ। ମହାରାଷ୍ଟ୍ରର ନନ୍ଦେଡର ସ୍ଥାନୀୟ ଅଦାଲତ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ବାମୀଙ୍କୁ ମାସକୁ ୩୦୦୦ ଟଙ୍କା ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସେହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ପୂର୍ବତନ ସ୍ବାମୀଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି କୋର୍ଟ ସ୍ତ୍ରୀ ପଢାଉଥିବା ବିଦ୍ୟାଳୟକୁ ପ୍ରତିମାସରେ ମହିଳାଙ୍କ ବେତନରୁ ଟଙ୍କା କାଟି କୋର୍ଟରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଡାଙ୍ଗ୍‌ରେ ହିନ୍ଦୁ ବିବାହ ଆଇନର ଧାରା ୨୫କୁ ଉଲ୍ଲେଖ କରିଛନ୍ତି। ଏହି ଅଧିନିୟମରେ, ଦରିଦ୍ର ସ୍ତ୍ରୀ କିମ୍ବା ସ୍ବାମୀଙ୍କୁ ଭରଣପୋଷଣ ଯୋଗାଇବାର ବ୍ୟବସ୍ଥା ଅଛି।
ସୂଚନାଯୋଗ୍ୟ, ୧୭ ଏପ୍ରିଲ ୧୯୯୨ରେ ସମ୍ପୃକ୍ତ ସ୍ବାମୀ-ସ୍ତ୍ରୀଙ୍କ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ସ୍ତ୍ରୀ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ୨୦୧୫ରେ ସ୍ଥାନୀୟ କୋର୍ଟଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଛାଡପତ୍ର ପରେ ସ୍ବାମୀ ନାନ୍ଦେଡଙ୍କ ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରି କହିଥିଲେ, ତାଙ୍କ ଆର୍ଥିକ ଅବସ୍ଥା ଭଲ ନୁହେଁ ଏବଂ ସ୍ତ୍ରୀଙ୍କର ଚାକିରି ଅଛି। ସ୍ତ୍ରୀ ମାସକୁ ୪୦ ହଜାର ରୋଜଗାର କରନ୍ତି। ଏହାସହ ସ୍ତ୍ରୀଙ୍କୁ ଶିକ୍ଷିତ କରିବା ପାଇଁ ସେ ଅନେକ କିଛି କାର୍ଯ୍ୟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ସ୍ତ୍ରୀଙ୍କଠାରୁ ମାସକୁ ୧୫,୦୦୦ ଟଙ୍କା ସ୍ଥାୟୀ ଭରଣପୋଷଣ ଦାବି କରିଥିଲେ। ଏହାର ଜବାବରେ ସ୍ତ୍ରୀ କହିଥିଲେ, ତାଙ୍କ ସ୍ବାମୀଙ୍କର ଏକ ଦୋକାନ ଅଛି ଏବଂ ଏକ ଅଟୋ ରିକ୍ସା ମଧ୍ୟ ଅଛି। ତାଙ୍କ ରୋଜଗାର ଉପରେ ସ୍ବାମୀ ନିର୍ଭରଶୀଳ ନୁହଁନ୍ତି କିନ୍ତୁ ଏହି ସଂପର୍କରେ ତାଙ୍କର ଏକ ଝିଅ ମଧ୍ୟ ଅଛି ଯିଏ ମାଆର ରୋଜଗାର ଉପରେ ନିର୍ଭରଶୀଳ। ତେଣୁ ସ୍ବାମୀଙ୍କ ଦ୍ୱାରା କରାଯାଇଥିବା ଭରଣପୋଷଣର ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ଉଚିତ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri