Posted inଜାତୀୟ

ରାଜଧାନୀର ୪ ନାମୀଦାମୀ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୬ା୭: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର ଏବଂ ହୌଜ ଖାସ ଅଞ୍ଚଳର ୪ଟି ପ୍ରତିଷ୍ଠିତ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା, ଯାହା ପରେ ଦିଲ୍ଲୀ ପୋଲିସ ଏବଂ ଜରୁରୀକାଳୀନ ଦଳଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ।

ସକାଳ ୫.୨୨ରେ ଦ୍ୱାରକାର ସେଣ୍ଟ ଥମାସ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଏହା ପରେ ବସନ୍ତ କୁଞ୍ଜର ବସନ୍ତ ଭ୍ୟାଲି ସ୍କୁଲ, ପଶ୍ଚିମ ବିହାରର ରିଚମଣ୍ଡ ଗ୍ଲୋବାଲ ସ୍କୁଲ ଏବଂ ହୌଜ ଖାସ୍‌ର ମଦର ଇଣ୍ଟରନ୍ୟାଶନାଲ ସ୍କୁଲକୁ ମଧ୍ୟ ସମାନ ମେଲ ମିଳିଥିଲା। ସମସ୍ତ ମେଲ୍‌ରେ ବୋମା ବିସ୍ଫୋରଣ ହେବାର ଚେତାବନୀ ଦିଆଯାଇଥିଲା। ମେଲ୍‌ ପାଇବା ମାତ୍ରେ ସ୍କୁଲ ପ୍ରଶାସନ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।

ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟ ୟୁନିଟ୍‌ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଏହି ସମସ୍ତ ସ୍କୁଲ ପରିସରରେ ପହଞ୍ଚିଥିଲେ। ସକାଳ ୫:୩୦ରୁ ସକାଳ ୮:୩୦ ପର୍ଯ୍ୟନ୍ତ, ଅଗ୍ନିଶମ ବିଭାଗକୁ ବିଭିନ୍ନ ସମୟରେ ଚାରୋଟି ସ୍କୁଲରୁ ଫୋନ ଆସିଥିଲା। ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ସ୍କୁଲ ପରିସରଗୁଡ଼ିକୁ ଖାଲି କରି ଯାଞ୍ଚ କରିଥିଲେ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ପଦାର୍ଥ କିମ୍ବା ବୋମା ମିଳିନାହିଁ। ତଥାପି ସତର୍କତା ସ୍ବରୂପ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଫରେନ୍‌ସିକ ଦଳ ମଧ୍ୟ ତଦନ୍ତରେ ନିୟୋଜିତ ହୋଇଛନ୍ତି। ପୋଲିସ ଏହି ମେଲର ଉତ୍ସକୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ସାଇବର ସେଲ୍‌ ମଧ୍ୟ ସକ୍ରିୟ ହୋଇଛି।

ପ୍ରକାଶ ଥାଉକି, ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକ ଥର ରାଜଧାନୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିସାରିଛି। ଯେଉଁଥିରେ ପରେ କିଚି ଅଘଟଣ ଘଟିନାହିଁ। ତଥାପି ଏପରି ଧମକ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି କରୁଛି।

ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଭୟଭୀତ ନ ହେବାକୁ ନିବେଦନ କରିଛି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉଛି। ଅଧିକାରୀମାନେ କହିଛନ୍ତି, ଧମକ ପଠାଇଥିବା ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri