Posted inଜାତୀୟ

ରାଜଧାନୀର ୪ ନାମୀଦାମୀ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୧୬ା୭: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି। ଏଠାକାର ନାମୀଦାମୀ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିବାରୁ ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି କରିଛି। ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର ଏବଂ ହୌଜ ଖାସ ଅଞ୍ଚଳର ୪ଟି ପ୍ରତିଷ୍ଠିତ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା, ଯାହା ପରେ ଦିଲ୍ଲୀ ପୋଲିସ ଏବଂ ଜରୁରୀକାଳୀନ ଦଳଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ।

ସକାଳ ୫.୨୨ରେ ଦ୍ୱାରକାର ସେଣ୍ଟ ଥମାସ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ଏହା ପରେ ବସନ୍ତ କୁଞ୍ଜର ବସନ୍ତ ଭ୍ୟାଲି ସ୍କୁଲ, ପଶ୍ଚିମ ବିହାରର ରିଚମଣ୍ଡ ଗ୍ଲୋବାଲ ସ୍କୁଲ ଏବଂ ହୌଜ ଖାସ୍‌ର ମଦର ଇଣ୍ଟରନ୍ୟାଶନାଲ ସ୍କୁଲକୁ ମଧ୍ୟ ସମାନ ମେଲ ମିଳିଥିଲା। ସମସ୍ତ ମେଲ୍‌ରେ ବୋମା ବିସ୍ଫୋରଣ ହେବାର ଚେତାବନୀ ଦିଆଯାଇଥିଲା। ମେଲ୍‌ ପାଇବା ମାତ୍ରେ ସ୍କୁଲ ପ୍ରଶାସନ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।

ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟ ୟୁନିଟ୍‌ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଏହି ସମସ୍ତ ସ୍କୁଲ ପରିସରରେ ପହଞ୍ଚିଥିଲେ। ସକାଳ ୫:୩୦ରୁ ସକାଳ ୮:୩୦ ପର୍ଯ୍ୟନ୍ତ, ଅଗ୍ନିଶମ ବିଭାଗକୁ ବିଭିନ୍ନ ସମୟରେ ଚାରୋଟି ସ୍କୁଲରୁ ଫୋନ ଆସିଥିଲା। ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ସ୍କୁଲ ପରିସରଗୁଡ଼ିକୁ ଖାଲି କରି ଯାଞ୍ଚ କରିଥିଲେ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ପଦାର୍ଥ କିମ୍ବା ବୋମା ମିଳିନାହିଁ। ତଥାପି ସତର୍କତା ସ୍ବରୂପ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଫରେନ୍‌ସିକ ଦଳ ମଧ୍ୟ ତଦନ୍ତରେ ନିୟୋଜିତ ହୋଇଛନ୍ତି। ପୋଲିସ ଏହି ମେଲର ଉତ୍ସକୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ସାଇବର ସେଲ୍‌ ମଧ୍ୟ ସକ୍ରିୟ ହୋଇଛି।

ପ୍ରକାଶ ଥାଉକି, ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଅନେକ ଥର ରାଜଧାନୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିସାରିଛି। ଯେଉଁଥିରେ ପରେ କିଚି ଅଘଟଣ ଘଟିନାହିଁ। ତଥାପି ଏପରି ଧମକ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି କରୁଛି।

ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଭୟଭୀତ ନ ହେବାକୁ ନିବେଦନ କରିଛି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉଛି। ଅଧିକାରୀମାନେ କହିଛନ୍ତି, ଧମକ ପଠାଇଥିବା ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିମନ୍ତ୍ରଣ କାର୍ଡର ଦାମ୍ ୨୫ ଲକ୍ଷ; ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ବାପାଙ୍କ ଅନନ୍ୟ ପଦକ୍ଷେପ, ୩ କେଜି ରୂପା…

ଜୟପୁର,୨୦ା୧: ପ୍ରତ୍ୟେକ ପିତା ଚାହାଁନ୍ତି ଯେ ତାଙ୍କ ଝିଅର ବିବାହ ଏକ ସ୍ମରଣୀୟ ହେଉ, ଯାହା ଜୀବନବ୍ୟାପୀ ସେମାନଙ୍କ ହୃଦୟରେ ରହିବ । ଜୟପୁରର ଶିବ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ବାଂଲାଦେଶ: ଚାଇନା ସହ ମିଶି ଚିକେନ ନେକରେ…

ଢାକା,୨୦।୧: ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶ ନିରନ୍ତର ଭାରତ ବିରୋଧୀ ପଦକ୍ଷେପ ନେଇ ଆସୁଛି। ଭାରତ ବିରୋଧରେ ବାଂଲାଦେଶର ଷଡ଼ଯନ୍ତ୍ର ପୂର୍ବରୁ ପର୍ଦ୍ଦାଫାସ ହୋଇସାରିଛି ଏବଂ...

Nitin Navin BJP President: କିଏ ଏହି ନୀତିନ ନବୀନ, କେମିତି ହେଲେ ସଙ୍ଗଠନର ପ୍ରଥମ ପସନ୍ଦ, ଜାଣନ୍ତୁ ତାଙ୍କ ମୋଟ ସମ୍ପତ୍ତି…

ନୂଆଦିଲ୍ଲୀ,୨୦।୧: ମଙ୍ଗଳବାର (୧୯ ଜାନୁଆରୀ, ୨୦୨୬) ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ନୀତିନ ନବୀନଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତ...

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା। ଏହା ଡୋନାଲ୍ଡ...

୩୮୯ ଜଣଙ୍କର ଜଣେ ବାପା, ଆଉ ଜଣଙ୍କର ୩୧୦ ପିଲା… ପଶ୍ଚିମବଙ୍ଗର SIR ଖୋଲିଲା ଏମିତି ରାଜ୍‌, ସଭିଏଁ ଚକିତ

କୋଲକାତା,୨୦।୧: ପଶ୍ଚିମବଙ୍ଗ ଭୋଟର ତାଲିକା ଯାଞ୍ଚ (SIR) ଅଭିଯାନ ସମୟରେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯାହା କେବଳ ନିର୍ବାଚନ କମିଶନଙ୍କୁ ନୁହେଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri