ଉଡ଼ାଇ ଦେବୁ….ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କ, ବୋମା ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର…

ସମ୍ବଲପୁର,୮।୧(ପ୍ରମୋଦ ବହିଦାର): ସକାଳୁ ସକାଳୁ ବୋମା ଧମକ । ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ନେଇ ସୂଚନା ରହିଛି । ସମ୍ବଲପୁର ଜିଲା ଜଜ୍ କୋର୍ଟରେ ବୋମା ଆତଙ୍କକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଆତଙ୍କର ମାହୋଲ ମଧ୍ଯରେ ତୁରନ୍ତ ପୋଲିସ ସୁରକ୍ଷାକର୍ମୀ ପହଞ୍ଚି ତୁରନ୍ତ ମାଜିଷ୍ଟ୍ରେଟଙ୍କ ଠାରୁ ଆରମ୍ଭ କରି ଓକିଲ, କରମଚାରୀ ଓ ପେଶି ପାଇଁ ଆସିଥିବା ସମସ୍ତ ମୁଦାଲାଙ୍କୁ ବାହାରକୁ ଯିବାକୁ କହି ସମଗ୍ର କୋର୍ଟ ପରିସରରୁ ଖାଲି କରି ଦେଇଥିଲେ। ଏହାବ୍ୟତିତ ବୋମା ସ୍କ୍ୱାଡ ଓ ସନ୍ଧାନୀ କୁକୁର ପହଞ୍ଚି କୋର୍ଟ ପରିସରକୁ ଯାଞ୍ଚ କରୁଛନ୍ତି।

ସୂଚନା ଯୋଗ୍ଯ ଯେ, ଗୁରୁବାର ପୂର୍ବାହ୍ନରେ ଜିଲା କୋର୍ଟ କାର୍ଯ୍ଯ ଚାଲିଥିବା ବେଳେ ହଠାତ ଜିଲାଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ଇ-ମେଲରେ ଆସିଥିବା ଏକ ମେସେଜରେ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ନେଇ ସୂଚନା ମିଳିଥିଲା। ଫଳରେ ଜିଲାଜଜ୍ ତୁରନ୍ତ ସମସ୍ତ ଓକିଲ, କର୍ମଚାରୀ ଓ ମୁଦାଲାମାନଙ୍କୁ କୋର୍ଟ ପରିସର ଖାଲି କରିବାକୁ କହି ନିଜେ ମଧ୍ଯ ନିଜ ପ୍ରକୋଷ୍ଠରୁ ବାହାରି ଯାଇଥିଲେ। ଏହାସହ ସେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ଯ ଏ ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପୋଲିସ ଏକ୍ସନକୁ ଆସି କୋର୍ଟ ପରିସରକୁ ସିଲ୍ କରି ଯାଞ୍ଚ ଆରମ୍ଭ କରିଛି।

ତେବେ ଖବର ଅନୁସାରେ, କେବଳ ସମ୍ବଲପୁର ନୁହେଁ  ତିନୋଟି କୋର୍ଟକୁ ମଧ୍ୟ ଧମକ ମିଳିଛି । କଟକ ଜିଲ୍ଲା ଜଜ୍‌ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ସମ୍ବଲପୁର ଭଳି କଟକକୁ ମଧ୍ୟ ଇ-ମେଲ୍‌ରେ ଆସିଛି ବୋମା ଧମକ  । ଜିଲ୍ଲା ଜଜ୍‌ କୋର୍ଟ ଏବଂ ହାଇକୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ କରାଯାଇଛି । ଅନ୍ୟପଟେ ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍‌ଡିଏକ୍ସ ଥିବା ମେଲ୍‌ ଆସିଛି  । କିଏ ଏଭଳି କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ଦାରିଙ୍ଗବାଡିରେ ଭୋଟ ପରିଚୟପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ: ବିଭିନ୍ନ ବୁଥ୍ ବୁଲି ସମୀକ୍ଷା କଲେ ବିଡ଼ିଓ

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶନିବାର ଠାରୁ ଭୋଟ ପରିଚୟ ପତ୍ରର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri