Categories: Home Leftଖେଳ

କ୍ରିକେଟ ଦୁନିଆରେ ବଲିଉଡ ଷ୍ଟାର୍‌ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ଏହି ଦଳର ହେଲେ ମାଲିକ

ନୂଆଦିଲ୍ଲୀ,୨୬।୬: ବଲିଉଡର ଅନେକ ତାରକା କ୍ରିକେଟ ଦୁନିଆରେ ମଧ୍ୟ ବେଶ ନାଁ କମାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ମାଲିକ ଶାହରୁଖ ଖାନ ହୁଅନ୍ତୁ କିମ୍ବା ପଞ୍ଜାବ କିଙ୍ଗସର ସହ-ମାଲିକାଣୀ ପ୍ରୀତି ଜିଣ୍ଟା। ଦବଙ୍ଗ ଖାନ ଅର୍ଥାତ୍‌ ସଲମାନ ମଧ୍ୟ ଏକ ଟେନିସ ବଲ ଲିଗ୍‌ରେ ଗୋଟିଏ ଦଳ କିଣିଛନ୍ତି। ଏବେ ଏହି ତାଲିକାରେ ଜଣାଶୁଣା ଅଭିନେତା ଜନ ଆବ୍ରାହମଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି। ଜନ ଆବ୍ରାହମ ‘ରଟରଡ୍ୟାମ ଡକର୍ସ’ (Rotterdam Dockers)ର ସହ-ମାଲିକ (Co-owner) ହୋଇଛନ୍ତି। ଏହି ଦଳ ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL)ର ପ୍ରଥମ ସିଜିନରେ ଭାଗ ନେଉଥିବା ଛଅଟି ଫ୍ରାଞ୍ଚାଇଜ ଦଳ ମଧ୍ୟରୁ ଅନ୍ୟତମ। ଏହି ଲିଗ ଆସନ୍ତା ୨୬ ଅଗଷ୍ଟରୁ ୨୦ ସେପ୍ଟେମ୍ବର, ୨୦୨୬ରେ ଶେଷ ହେବ।
ଜନ ଆବ୍ରାହମ ଏବେ ଏହି ଦଳର ତାରକା-ଖଚିତ ମାଲିକାନା ଏବଂ ନେତୃତ୍ୱ ସମୂହରେ ସାମିଲ ହୋଇଛନ୍ତି, ଯେଉଁଥିରେ କ୍ରିକେଟ ଦୁନିଆର ପ୍ରତିଷ୍ଠିତ ଖେଳାଳି ଜଣ୍ଟି ରୋଡ୍ସ, ଫାଫ ଡୁ ପ୍ଲେସିସ ଏବଂ ହେନ୍ରିକ କ୍ଲାସେନଙ୍କ ସହ ମ୍ୟାନେଜିଂ ପାର୍ଟନର ମଧୁକର ଶ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ରଟରଡ୍ୟାମ ଡକର୍ସ ଦଳ ୟୁରୋପୀୟ କ୍ରିକେଟର ଏହି ଐତିହାସିକ ମୁହୂର୍ତ୍ତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

Odisha’s No.1 Odia Daily

Share