ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍‌ ଖେର୍‌ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ କରୋନାରୁ ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା, ପୂଜାର୍ଚ୍ଚନା କରୁଛନ୍ତି। ହେଲେ ବଲିଉଡ୍‌ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଅମିତାଭଙ୍କ ପାଇଁ ନୁହେଁ ବରଂ କରୋନା ପାଇଁ ପ୍ରାର୍ଥନା କରୁଛନ୍ତି।
ରାମଗୋପାଳ ବର୍ମା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। କୌଣସି ନା କୌଣସି କଥାକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଟୁଇଟ୍‌ କରିଛନ୍ତି, ‘ସରକାର ମୁଁ ଜାଣିଛି ଆପଣ କରୋନାକୁ କିକ୍‌ ମାରି ତାକତର ସହ ଘରକୁ ଫେରିବେ, ଯେମିତିକି ଆପଣ ସବୁବେଳେ କରିଥାନ୍ତି। ତେଣୁ ମୁଁ ଆପଣଙ୍କ ପାଇଁ ନୁହେଁ, ବରଂ କରୋନା ପାଇଁ ପ୍ରାର୍ଥନା କରିବି, ଯିଏକି ଆପଣଙ୍କ ପ୍ରତାଡନାରେ ଜଲ୍‌ଦି ମରିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଗତ ଶନିବାର ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ ବାହାରିଥିବା ସେ ଟୁଇଟ୍‌କରି ସୂଜନା ଦେଇଥିଲେ। ଏହା ପରେ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ଏବଂ ନାତୁଣୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share