୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ପଜିଟିଭ୍‌ ଚିହ୍ନା ହୋଇଛନ୍ତି। ବିଗ ବି ଅମିତାଭ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଟିଭି ସିରିଏଲ କସୌଟି ଜିନ୍ଦେଗୀ ଫେମ୍‌ ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ସିରିଏଲ୍‌ ଶୁଟିଂ ବନ୍ଦ ରଖାଯାଇଛି। ଅଭିନେତ୍ରୀ ରେଚଲ ହ୍ବାଇଟ୍‌, ବାଲାଜି ଟେଲି ଫିଲ୍ମର ଏକଜିକ୍ୟୁଟିଭ୍‌ ଓ୍ବାଇଜ୍‌ ପ୍ରେସିଡେଣ୍ଟ ତନୁଶ୍ରୀ ଦାସଗୁପ୍ତା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

Share