କେନ୍ଦୁଝରରୁ ଚୋରି ବୋଲେରୋ କୋଲକାତାରୁ ଜବତ, ଜଣେ ଗିରଫ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜଗନ୍ନାଥପୁରରୁ ବୋଲେରୋ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ତାଙ୍କଠାରୁ ଚୋରି ବୋଲେରୋ ଜବତ ହୋଇଥିବା ଶନିବାର ଏକ ପ୍ରେସ୍‌ମିଟ୍‌ରେ ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କ ନାମ ସାଜାଦ ଅଲ୍ଲୀ (୨୭)। ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟ ଜାମସେଦପୁର ଜିଲା ଜୁଗସଲାଇ ଥାନା ଅନ୍ତର୍ଗତ ମହାଟାପରା ରୋଡ୍‌ରେ ବୋଲି ଜଣାପଡ଼ିଛି। ତଦନ୍ତ ବେଳେ ପୋଲିସ ବହୁ ତଥ୍ୟ ପାଇଥିବା କହିଛି। ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଟାଉନଥାନା ଅଧିକାରୀ ସୁନୀଲ କରଙ୍କ ଉପସ୍ଥିତିରେ ଏହା ପ୍ରକାଶ କରିଥିଲେ।