କୂଅ ଭିତରକୁ ପଶିଗଲା ବୋଲେରୋ: ଗାଡ଼ି ଭିତରେ ଥିଲେ ଭାଜପା କର୍ମୀ

ପାଟଣା,୫।୩(ବୀର କିଶୋର ଦାଶ): କୂଅ ଭିତରକୁ ପଶିଗଲା ବୋଲେରୋ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୋଦି ସାହି ବାଙ୍କ ନିକଟରେ। ମଙ୍ଗଳବାର ଏକ ବୋଲେରୋ ଭାରସାମ୍ୟ ହରାଇ ବଗିଚାର ଏକ କୂଅ ଭିତରେ ଗଳିପଡ଼ିଛି।
ସୂଚନାଅନୁଯାୟୀ, ବୋଲେରୋଟି ବାଙ୍କ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟଲୋକେ ଆହତଙ୍କୁ ଉଦ୍ଧାର କରିଛନ୍ତି। ବୋଲେରୋରେ ଥିବା ଡ୍ରାଇଭରଙ୍କ ସହ ୨ଭାଜପା କର୍ମୀଙ୍କୁ ଉଦ୍ଧାରକରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଅଗ୍ନିଶମବାହିନୀ ଗାଡ଼ିକୁ କୂଅରୁ କାଢ଼ିବାକୁ ଲାଗିପଡ଼ିଛନ୍ତି।