କାବେରୀ ଘାଟରେ ବୋଇତ ବନ୍ଦାଣ କଲେ ପାଟଣା ବିଧାୟକ

ପାଟଣା,୧୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ଶୁକ୍ରବାର ରାତ୍ରି ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଂଲଗ୍ନ ଅନସୂୟା ଘାଟ ଓ ରାଜନଗର ଶୈବ୍ୟା କାବେରୀ ଘାଟରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ, ମୟୁରଭଞ୍ଜ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁ ଆସି ପାପ ନାଶିନୀ ବୈତରଣୀ ନଦୀରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇ ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଶ୍ରଦ୍ଧାଳୁ କଦଳୀ ପାଟୁଆ, ଶୋଲ, ଶାଳପତ୍ର ଚଉତି ଆଉ କାଗଜ ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ସଲଗ୍ନ ପମେଶ୍ୱର ଶିବ ମନ୍ଦିର, ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର, ସ୍ବାମ ଶାସନସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ରାଜନଗର ଦଧିବାମନଜୀଉ  ମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଦେବ ଦର୍ଶନ କରିଥିଲେ। ପରମେଶ୍ବର ମନ୍ଦିରରେ ହରିବଲ୍ଲଭ ମିଶ୍ର, ଆନନ୍ଦେଶ୍ୱର ମନ୍ଦିରରେ ପର୍ଶୁରାମ ପଣ୍ଡା ଓ ସୋମେଶ୍ୱର ମନ୍ଦିରରେ ଶିବ ପ୍ରସାଦ ଦାଶ ପୂଜା ନୀତିକାନ୍ତିରେ କରିଥିଲେ। ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ଓ ପରମ୍ପରାକୁ ମନେ ପକାଇ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ଦେଇ ପ୍ରବାହିତର ପୁଣ୍ୟତୋୟା ବୈତରଣୀରେ ଥିବା ଶୈବ୍ୟାକାବେରୀ ଘାଟରେ ଶୁକ୍ରବାର ଭୋର୍‌ ୪ଟାରୁ ସ୍ବତନ୍ତ୍ର ଭାବେ ବୋଇତ ବନ୍ଦାଣ କମିଟି ରାଜନଗର ତରଫରୁ ୨୪ ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜନଗର ବୋଇତ ବନ୍ଦାଣ କମିଟି ତରଫରୁ ୪୦ ଫୁଟ ଲମ୍ବ ୨୦ଫୁଟ ଓସାର ବିଶିଷ୍ଟ ଏକ ସୁଦୃଶ ବୋଇତକୁ ପ୍ରଥମେ ପୂଜକ ପ୍ରଦୀପ ପାଣି ନୀତିକାନ୍ତିରେ ପୂଜାର୍ଚ୍ଚନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ସମ୍ମାନିତ ଅତିଥି ଭାବେ ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ବୋଇତକୁ ଆନୁଷ୍ଠାନିକ ଭାବେ ଭସାଇ ଶୁଭାରମ୍ଭ କରିଥିଲେ। ପ୍ରଥମ କରି ଚଳିତ ବର୍ଷ କମିଟି ତରଫରୁ ବାଲିଯାତ୍ରା ପାଇଁ ମୀନା ବଜାର ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜନଗରର ମଠ ମନ୍ଦିର ଗ୍ରାମନଦୀ କୁଳ ଆଲୋକମାଳା ରେ ଝଟକୁଛି। ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ପାଟଣା ଓ ରାଜନଗର ବୈତରଣୀ ନଦୀ ଓ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ଅପରିଣାଦମର୍ଶିତା ଯୋଗୁ ପାଟଣା ବାଇପାସ ପରମେଶ୍ବର ମନ୍ଦିର ନିକଟ ରାସ୍ତା ଓ ଛକରେ ଗାଡ଼ି ଜାମ୍‌ ଯୋଗୁ ଦୀର୍ଘ ସମୟଧରି ଯାତାୟାତରେ ବ୍ୟାହତ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଯୁବକଙ୍କ ସହାୟତାରେ ଆମ୍ବୁଲାନ୍ସ ପାଇଁ ରାସ୍ତା ଖୋଲା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri