Categories: ବାଣିଜ୍ୟ

ବିଓଆଇର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୫ା୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୭୧% ଅଭିବୃଦ୍ଧି ସହ କ୍ରମାଗତ ଲାଭରେ ବ୍ୟାଙ୍କର ଆୟ ୯୬୦ କୋଟି ଟଙ୍କାରେ ପହଞ୍ଚତ୍ଛି। ସେହିପରି ବ୍ୟାଙ୍କର ଅପରେଟିଂ ମାର୍ଜିନ୍‌ରେ ମଧ୍ୟ ବୃଦ୍ଧି ଘଟିଛି। ବ୍ୟାଙ୍କ ୨ୟ ତ୍ରୈମାସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ପ୍ରଦର୍ଶନ କରିଛି। ବ୍ୟାଙ୍କର କାର୍ଯ୍ୟକାରୀ ଲାଭ କ୍ରମାଗତ ଭାବେ ୨୬% ଓ ୫୫% କୁ ବୃଦ୍ଧି ପାଇ ୩, ୩୭୪ କୋଟି ଟଙ୍କାରେ ପହଞ୍ଚତ୍ଛି।
ଭବିଶେଷକରି କ୍ୟୁଓକ୍ୟୁ ଆଧାରରେ ଉଭୟ ରିଟର୍ନ ଅନ୍‌ ଆସେଟ୍ସ ଏବଂ ରିଟର୍ନ ଅନ୍‌ ଇକ୍ୱିଟି ଯଥାକ୍ରମେ ୧୮ ବିପିଏସ୍‌ ଏବଂ ୩୨୧ ବିପିଏସ୍‌କୁ ବୃଦ୍ଧି ପାଇଛି। ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ରେ ମଧ୍ୟ ୩.୦୪% ଅଭିବୃଦ୍ଧି ଘଟି ୪୯ ବିପିଏସ୍‌ ବୃଦ୍ଧି ପାଇଛି। ବ୍ୟାଙ୍କର ମୋଟ୍‌ ସୁଧ ଆୟ ୪୪% ଅଭିବୃଦ୍ଧି ହାରରେ ୫,୦୮୩ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା କ୍ରମାଗତ ଭାବେ ୨୫% ବୃଦ୍ଧି ପାଇଛି। ବ୍ୟାଙ୍କ ଅଗ୍ରିମରେ ମଧ୍ୟ ୭.୨୧% ବଢି ୬୩ ଓ ୨୦ ବିପିଏସ୍‌କୁ ବୃଦ୍ଧି ଘଟିଛି। ବ୍ୟାଙ୍କର କାସା ଡିପୋଜିଟ୍‌ରେ ମଧ୍ୟ ୪.୦୫% ଅଭିବୃଦ୍ଧି ଘଟିଛି। ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ୮.୫୧% ଓ ନେଟ୍‌ ଏନ୍‌ପିଏ ୧.୯୨% କୁ ହ୍ରାସ ପାଇଛି। ବ୍ୟାଙ୍କର ସ୍ଲିପେଜ୍‌ ଅନୁପାତ ୦.୬୯%ରୁ ୦.୩୦%କୁ ବୃଦ୍ଧି ପାଇଛି। ଆୟ ଅନୁପାତ ୪୮.୧୦%କୁ ବୃଦ୍ଧି ଘଟିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share