ଶସ୍ତା ହୋଇପାରେ ଚାଉଳ

ନୂଆଦିଲ୍ଲୀ,୧୫।୧୦: ପାର୍ବଣ ଆରମ୍ଭ ପୂର୍ବରୁ ଚାଉଳର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୪ପର୍ଯ୍ୟନ୍ତ ଚାଉଳ ରପ୍ତାନି ଉପରେ ଶୁଳ୍କ ଦେବାକୁ ପଡିବ। ଅର୍ଥ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି। ବିଶେଷଜ୍ଞନୁସାରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଘରୋଇ ବଜାରରେ ଚାଉଳ ଦର ହ୍ରାସ କରିପାରେ।

ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଉଷୁନା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଥିଲେ। ଏହାପରେ ଉଷୁନା ଚାଉଳ ରପ୍ତାନି ଉପରେ ରପ୍ତାନି ଶୁଳ୍କ ୧୬ ଅକ୍ଟୋବର ୨୦୨୩ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଗାପୂଜା ଓ ଦୀପାବଳି ସମୟରେ ଚାଉଳର ଚାହିଦା ବଢିଥାଏ। ଏଭଳି ପରିସ୍ଥିତିରେ ଚାଉଳର ଦର ମଧ୍ୟ ବଢିଥାଏ। ଏତେବେ ଦରବୃଦ୍ଧି ନ ହେବା ପାଇଁ କେନ୍ଦ୍ର ସରକାର ୧୬ ଅକ୍ଟୋବର ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ଉଷୁନା ଚାଉଳ ରପ୍ତାନି ଉପରେ ଲାଗୁ କରିଥିବା ରପ୍ତାନି ଶୁଳ୍କକୁ ବୃଦ୍ଧି କରିଛନ୍ତି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଚାଉଳର ଦରକୁ ନିୟନ୍ତ୍ରଣ କରିବା ପାଇଁ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ସରକାର ଆଶା କରୁଛନ୍ତି ଯେ ଏହି ନିଷ୍ପତ୍ତି ସହିତ ଦେଶରେ ଅଣ-ବାସୁମତି ଚାଉଳର ଷ୍ଟକ ବୃଦ୍ଧି ପାଇବ, ଯାହା ସ୍ବୟଂଚାଳିତ ଭାବରେ ଦର ହ୍ରାସ କରିବ। ଏଥି ସହିତ ଗତ ବର୍ଷ ସେପ୍ଟେମ୍ବରରେ ସରକାର ଭଙ୍ଗା ଚାଉଳ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ। ଚଳିତ ଆର୍ଥିକ ବର୍ଷରେ, ଏପ୍ରିଲରୁ ଜୁନ ମଧ୍ୟରେ ଭାରତ ସମୁଦାୟ ୧୫.୫୪ଲକ୍ଷ ଟନ ଅଣ ବାସୁମତି ଚାଉଳ ରପ୍ତାନି କରିଥିଲା। ସେହି ସମୟରେ, ଗତ ବର୍ଷ ସମାନ ଅବଧିରେ ଏହି ସଂଖ୍ୟା ମାତ୍ର ୧୧.୫୫ ଲକ୍ଷ ଟନ ଥିଲା। ଏହାର ଅର୍ଥ ହେଉଛି ଚଳିତ ବର୍ଷ ଅଧିକ ଚାଉଳ ବିଦେଶକୁ ରପ୍ତାନି ହୋଇଛି। ଏଭଳି ପରିସ୍ଥିତିରେ ରପ୍ତାନି ଶୁଳ୍କ ଲାଗୁ କରି ଚାଉଳ ଦରହ୍ରାସ ପାଇବ ବୋଲି ସରକାର ଆଶା କରୁଛନ୍ତି। ଏଥିସହ ଖୁଚୁରା ବଜାରରେ ଚାଉଳର ଦର ମଧ୍ୟ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri