Categories: ବାଣିଜ୍ୟ

ଟିନ୍‌ ୨.୦ରେ ବିଓଆଇ ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ଭୁବନେଶ୍ୱର,୪।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର କାର୍ଯ୍ୟଦକ୍ଷତା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରଦାନ କରୁଥିବା ସେବା ଯୋଗୁ ଏହା ଆୟକର ବିଭାଗର ନୂତନ ପ୍ରତ୍ୟକ୍ଷ କର ସଂଗ୍ରହ ପ୍ରଣାଳୀ ଟିନ୍‌ ୨.୦ରେ ଲାଇଭ ହେବାକୁ ଥିବା ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରୂପେ ପରିଗଣିତ ହୋଇଛି। ଟିନ୍‌ ୨.୦ ପ୍ଲାଟ୍‌ଫର୍ମରେ ବିଓଆଇର ଏହି ନୂତନ ଟେକ୍ନୋଲୋଜି ସହ ଟିକସଦାତାମାନେ ନିଜର ଟିକସ ଦାଖଲ ଓ ରିଟର୍ନ ଫାଇଲ ଗୋଟିଏ ପୋର୍ଟାଲରେ କରିପାରିବେ। ଫଳରେ ସେମାନେ ମଧ୍ୟ ଦେଶ ମଧ୍ୟରେ ବିଓଆଇର ଯେ କୌଣସି ଶାଖାରେ ପ୍ରତ୍ୟକ୍ଷ ଭାବେ ଟିକସ ଦାଖଲ କରିପାରିବେ। କାରଣ ବିଓଆଇର ୫,୦୦୦ ରୁ ଊର୍ଦ୍ଧ୍ୱ ଶାଖା ଓଟିସି (ଓଭର କାଉଣ୍ଟର ମୋଡ୍‌) ମାଧ୍ୟମରେ ପ୍ରତ୍ୟକ୍ଷ କର ସଂଗ୍ରହ କରୁଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମହାପ୍ରବନ୍ଧକ ଡି.ଏସ୍‌. ଶେଖାୱତ୍‌ କହିଛନ୍ତି, ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍‌ ସେବାଗୁଡିକୁ ସୁନିଶ୍ଚିତ କରିବାକୁ ସକ୍ରିୟ ରୂପେ ଡିଜିଟାଲ ପ୍ଲାଟ୍‌ଫର୍ମରେ ଅନୁକୂଳ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ। ଏପରିକି ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିବେକ ଉପାଧ୍ୟାୟଙ୍କୁ ତାଙ୍କର ସହଯୋଗ ପାଇଁ ବ୍ୟାଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରୁଛି। ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ନିର୍ଦ୍ଦେଶକ ଅତନୁ ଦାସ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. କାର୍ତ୍ତିକେୟନ୍‌ଙ୍କର ସକ୍ରିୟ ଯୋଗଦାନ ରହିଛି। ଉଲ୍ଲେଖଯୋଗ୍ୟ, ଟିନ୍‌ ୨.୦ (ଇ-ଫାଇଲିଂ) ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆୟକର ବିଭାଗର ଅଫିସିଆଲ୍‌ ପୋର୍ଟାଲ ।

Share