Categories: ବାଣିଜ୍ୟ

ଭୁବନେଶ୍ୱର ଏମ୍ସକୁ ୨୦ ଏମ୍‌ସିଏସ୍‌ ଦେଲା ବିଓଆଇ

ଭୁବନେଶ୍ୱର,୧୫।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୨୦ଟି ମୋବାଇଲ୍‌ ଚାର୍ଜିଂ ଷ୍ଟେଶନ (ଏମ୍‌ସିଏସ୍‌) ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି। ବିଶେଷକରି ବିଓବିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି ଏମ୍‌ସିଏସ୍‌ଗୁଡିକ ହସ୍ପିଟାଲ କର୍ତ୍ତୃପକ୍ଷକୁ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏସ୍‌.ମଳୟ ଦାସ ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ଦିଲୀପ ପରିଡ଼ାଙ୍କୁ ଉକ୍ତ ଏମ୍‌ସିଏସ୍‌ଗୁଡିକୁ ପ୍ରଦାନ କରିଥିଲେ। ଏପରିକି ମେଡିକାଲ ପରିସରରେ ରହୁଥିବା ସବୁ ବର୍ଗଙ୍କ ସୁବିଧା ନିମନ୍ତେ ଏହି ଚାର୍ଜିଂ ୟୁନିଟ୍‌ଗୁଡ଼ିକ ଏମ୍ସ ଭୁବନେଶ୍ୱର ପରିସରରେ ସ୍ଥାପନ କରାଯିବ ବୋଲି ଡା. ପରିଡ଼ା ମତପ୍ରକାଶ କରିଥିଲେ। ସେହିଭଳି ବିଓଆଇର ଏଭଳି ମହତ୍‌ କାର୍ଯ୍ୟକୁ ପରିଡ଼ା ଉଚ୍ଚ ପ୍ରଶଂସା କରିଛନ୍ତି।

Share