ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର ପାଇଁ କେତେ ଆବଶ୍ୟକ, ଏସବୁ ତତ୍ତ୍ୱ ଶରୀରକୁ ମିଳିବ କିପରି? ଆଣ୍ଟିଅକ୍ସିଡାଣ୍ଟ ହେଉଛି ଏକ ପ୍ରକାରର ରାସାୟନିକ ପଦାର୍ଥ, ଯାହା ଆମ ଶରୀରରେ ନିରନ୍ତର ଉତ୍ପନ୍ନ ହେଉଥିବା ମୁକ୍ତ ମୂଳକ (Free radicals) ଗୁଡ଼ିକୁ ନଷ୍ଟ କରି ଶରୀରକୁ ସୁରକ୍ଷିତ ରଖିଥାଏ। ଏହାଦ୍ୱାରା ଅକାଳ ବାର୍ଦ୍ଧକ୍ୟ, ଦୁରାରୋଗ୍ୟ ତଥା ଦୀର୍ଘାସ୍ଥାୟୀ ବ୍ୟାଧି ଯଥା କର୍କଟ, ମଧୁମେହ, ହୃଦ୍‌ରୋଗ, ବୟସ ହେତୁ କେନ୍ଦ୍ରୀୟ ମୁକୁରିକାର ଅବକ୍ଷୟଜନିତ ଚକ୍ଷୁ ରୋଗ ଓ ଅଲ୍‌ଝିମରସ୍‌ ରୋଗରୁ ମୁକ୍ତି ମିଳେ।
ମୁକ୍ତ ମୂଳକ କ’ଣ : ମୁକ୍ତ ମୂଳକ ଏକ ପ୍ରକାରର ରାସାୟନିକ ପଦାର୍ଥ, ଯାହା ଶରୀରର ନିଜସ୍ବ ଚୟାପଚୟ ପ୍ରକ୍ରିୟାରେ ନିରନ୍ତର ସୃଷ୍ଟି ହେଉଥାଏ। ଶରୀରର କିଛି ମୁକ୍ତ ମୂଳକ ମଧ୍ୟ ବିଭିନ୍ନ ପାରିପାର୍ଶ୍ୱିକ କାରକ ଯଥା ଧୂମପାନ, ବାୟୁ ପ୍ରଦୂଷଣ ଏବଂ ଅତିବାଇଗଣି ରଶ୍ମିର ସଂସ୍ପର୍ଶ ଫଳରେ ଜାତ ହୁଏ। ଏହା ଅଯୁଗ୍ମକ ଇଲେକ୍‌ଟ୍ରନ୍‌ ବିଶିଷ୍ଟ ଅଣୁ, ଯାହା ରାସାୟନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ, ସକ୍ରିୟ ଏବଂ ଅସ୍ଥାୟୀ। ସେଗୁଡ଼ିକର ମାତ୍ରା ଶରୀରରେ ବୃଦ୍ଧି ପାଇଲେ ସେଗୁଡ଼ିକ ଜୀବନ୍ତ କୋଷିକାମାନଙ୍କୁ ଆକ୍ରମଣ କରି ସେଥିରେ ଥିବା ଡି.ଏନ୍‌.ଏ.କୁ ନଷ୍ଟ କରିଦିଅନ୍ତି। ଫଳରେ ଶରୀର ଦୁର୍ବଳ ହୋଇଯାଇ ଉପରୋକ୍ତ ବ୍ୟାଧିଗୁଡ଼ିକର ପ୍ରାଦୁର୍ଭାବ ଘଟେ। ଏଭଳି ପରିସ୍ଥିତିକୁ ଜାରକତ୍ୱ ଚାପ (Oxidative Stress) କହନ୍ତି।
ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ରକ୍ଷା କରେ କିପରି: ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଏକପ୍ରକାର ରାସାୟନିକ ପଦାର୍ଥ, ଯାହା ଶରୀରରେ ସ୍ବତଃ ସୃଷ୍ଟି ହୋଇଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ବାହ୍ୟ ଉତ୍ସରୁ ଯଥା ଆମେ ଖାଉଥିବା ଖାଦ୍ୟ, ଫଳମୂଳ, ପନିପରିବା ଇତ୍ୟାଦିରେ ମହଜୁଦ ଥାଏ। ଆଣ୍ଟିଅକ୍ସିଡାଣ୍ଟର ଅଣୁ ଶରୀରରେ ସୃଷ୍ଟି ହେଉଥିବା ମୁକ୍ତ ମୂଳକର ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ସେଗୁଡ଼ିକୁ ନିଜର ଇଲେକ୍‌ଟ୍ରନ୍‌ ପ୍ରଦାନ କରିବା ପୂର୍ବକ ସେଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂଖ୍ୟାକୁ ଯୁଗ୍ମକ ଅବସ୍ଥାକୁ ଆଣି ସେଗୁଡ଼ିକୁ ଉଦାସୀନତା (Neutralization) କରିଥାଏ, ଫଳରେ ଶରୀରରେ ମୁକ୍ତ ମୂଳକର ମାତ୍ରା ହ୍ରାସ ପାଇବା ଦ୍ୱାରା ସେଗୁଡ଼ିକ କୋଷିକାମାନଙ୍କର ବିଶେଷ କ୍ଷତି ସାଧନ କରିପାରନ୍ତି ନାହିଁ। ସେଥିପାଇଁ ଆଣ୍ଟିଅକ୍ସିଡାଣ୍ଟକୁ ମଧ୍ୟ ‘ମୁକ୍ତ ମୂଳକ ଭକ୍ଷକ’ (Free radical Scavengers) ବୋଲି କୁହାଯାଏ।
ଆଣ୍ଟିଅକ୍ସିଡାଣ୍ଟର ନାମ ଓ ପ୍ରକାରଭେଦ: କିଛି ଭିଟାମିନ୍‌ ଯଥା A, C, E ଜଣାଶୁଣା ଆଣ୍ଟିଅକ୍ସିଡାଣ୍ଟ ଅଟନ୍ତି। କିଛି ଉଦ୍ଭିଦଜାତ ରାସାୟନିକ ପଦାର୍ଥ ଯଥା କ୍ୟାରୋଟିନ୍‌ଏଡ୍‌ସର ବିଟା କ୍ୟାରୋଟିନ, ଲାଇକୋପିନ (ଯାହା ରଙ୍ଗ ବେରଙ୍ଗର ପନିପରିବା ଯଥା ବିଲାତି ବାଇଗଣ ଇତ୍ୟାଦିରେ ଥାଏ), ଲୁଟିନ୍‌, (ଯାହା କୋବି ଜାତୀୟ ଏକ ମାଉଁସିଆ ସବୁଜ ପରି କେଲରେ ଥାଏ) ଏବଂ ଫ୍ଲାଭୋନୋଏଡସ୍‌ ଯଥା ହେସ୍ପେରେଟିନ୍‌ (ଯାହା ଲେମ୍ବୁ ଜାତୀୟ ଖଟା ଲାଗୁଥିବା ସାଇଟ୍ରସ୍‌ ଫଳରେ ଥାଏ), ଆନ୍ଥ୍ରୋସ୍ୟାନିନ୍ସ (ଯାହା ବ୍ଲୁ ବେରି, ଲାଲ ରଙ୍ଗର କୋବି ଓ ଅଙ୍ଗୁରରେ ଥାଏ), କ୍ୱେର୍ସେଟିନ୍‌ (ଯାହା ପିଆଜ, ଅଙ୍ଗୁର, କୋଳି, ଚେରି, ବ୍ରକୋଲି ଏବଂ ଖଟା ଲାଗୁଥିବା ଫଳରେ ଥାଏ) ଏବଂ କ୍ୟାଟେଚିନସ୍‌ (ଯାହା ସବୁଜ ଚା, କୋଳି ଏବଂ କୋକୋରେ ଥାଏ)ରେ ମଧ୍ୟ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଉପଲବ୍ଧ ଥାଏ।
ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକୁ ସମୁଦାୟ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା ଜଳରେ ଦ୍ରବଣୀୟ ଓ ସ୍ନେହସାରରେ ଦ୍ରବଣୀୟ। ଜଳରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟ ସବୁର ଉଦାହରଣ ହେଲା ଭିଟାମିନ୍‌ C, ଫେନୋଲିକ୍‌ ଏସିଡ୍‌, କ୍ୟାଟେଚିନସ୍‌ ଇତ୍ୟାଦି ଏବଂ ସ୍ନେହସାରରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ ହେଲେ ଭିଟାମିନ୍‌ A, E, କ୍ୟାରୋଟିନଏଡସ୍‌ ଇତ୍ୟାଦି।
ଆଣ୍ଟିଅକ୍ସିଡାଣ୍ଟ ଖାଇବାର ବିଧି
ଆମକୁ କେବଳ ଗୋଟିଏ କିମ୍ବା ଦୁଇଟି ଆଣ୍ଟିଅକ୍ସିଡାଣ୍ଟ ଖାଇଲେ ଚଳିବ ନାହିଁ, ବରଂ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଶାଇ ସେବନ କରିବାକୁ ପଡ଼ିବ। ଏହାର ଏକ ଉଦାହରଣ ନିମ୍ନରେ ଦିଆଯାଇପାରେ: ଆଣ୍ଟିଅକ୍ସିଡାଣ୍ଟ ରୂପେ ଜଣାଥିବା ଭିଟାମିନ ‘ସି’ର ଅଣୁ ନିଜର ଏକ ଇଲେକ୍‌ଟ୍ରନ ଗୋଟିଏ ମୁକ୍ତ ମୂଳକକୁ ପ୍ରଦାନ ପୂର୍ବକ ତାହାକୁ ଉଦାସୀନ କରି ନିଜେ ନିଷ୍କ୍ରିୟ ହୋଇଯାଏ। ସେତେବେଳେ ଅନ୍ୟ ଗୋଟିଏ ଆଣ୍ଟିଅକ୍ସିଡାଣ୍ଟ ହେସ୍ପେରେଟିନ୍‌ ଭିଟାମିନ ‘ସି’ ସହିତ ରାସାୟନିକ ପ୍ରତିକ୍ରିୟା କରି ତା’କୁ ପୁଣି ସକ୍ରିୟ ଅବସ୍ଥାକୁ ଆଣେ। ତେଣୁ ଉତ୍ତମ ଫଳାଫଳ ନିମନ୍ତେ ଆମକୁ ଭିଟାମିନ୍‌ ‘ସି’ ଥିବା ଖାଦ୍ୟ ସହିତ ହେସ୍ପେରେଟିନ୍‌ ଥିବା ଖାଦ୍ୟକୁ ମିଶାଇ ଖାଇବାକୁ ପଡ଼ିବ। କୌଣସି ଗୋଟିଏ ଖାଦ୍ୟରେ ସମସ୍ତ ଆଣ୍ଟିଅକ୍ସିଡାଣ୍ଟ ପଦାର୍ଥ ନଥାଏ। ତେଣୁ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପାଇବା ନିମନ୍ତେ ଆମକୁ ବହୁବିଧ ଖାଦ୍ୟ ଯଥା ଫଳମୂଳ, ପନିପରିବା, କୋଳି ଇତ୍ୟାଦି ଖାଇବାକୁ ପଡ଼ିବ। ଆହୁରି ମଧ୍ୟ କୃତ୍ରିମ ସଂଶ୍ଳେଷିତ ଉତ୍ସ ପରିବର୍ତ୍ତେ ପ୍ରାକୃତିକ ଉତ୍ସରୁ ଆହରିତ ଆଣ୍ଟିଅକ୍ସିଡାଣ୍ଟ ସେବନ କଲେ ଭଲ।
ଆମକୁ ନିୟମିତ କିଛି ଆଣ୍ଟିଅକ୍ସିଡାଣ୍ଟ ଖାଇବାକୁ ହୋଇଥାଏ। ଉଦାହରଣ ସ୍ବରୂପ ଭିଟାମିନ୍‌ ‘ସି’ ଜଳରେ ଦ୍ରବଣୀୟ ହୋଇଥିବାରୁ ତାହା ସ୍ନେହସାରରେ ଦ୍ରବଣୀୟ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟଙ୍କ ଭଳି ଶରୀରରେ ଜମା ହୋଇ ଦୀର୍ଘ କାଳ ରହେ ନାହିଁ। ତେଣୁ ଆମକୁ ନିୟମିତ ଭିଟାମିନ ‘ସି’ଯୁକ୍ତ ଖାଦ୍ୟକୁ ଭୋଜନରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ।
ଆଣ୍ଟିଅକ୍ସିଡାଣ୍ଟର ଉତ୍ସ: ଆଣ୍ଟିଅକ୍ସିଡାଣ୍ଟର ସବୁଠାରୁ ଭଲ ଉତ୍ସ ହେଉଛି ଆମେ ଖାଉଥିବା ଖାଦ୍ୟ। ଆମ ଆହାରରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ, ପୂର୍ଣ୍ଣାଙ୍ଗ ଶସ୍ୟଦାନା ଯଥା ଅକାଣ୍ଡିଆ ଚାଉଳ, ଶିମ୍ବଜାତୀୟ ଖାଦ୍ୟ, ଲେମ୍ବୁଜାତୀୟ ଖଟା ଲାଗୁଥିବା ଫଳ, କୋଳି ଓ ନଟ୍‌ସ ଇତ୍ୟାଦିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ସବୁଜ ଚା, କଫି ଏବଂ ଚକୋଲେଟ ପ୍ରସ୍ତୁତିରେ ବ୍ୟବହୃତ ‘କୋକୋ’ ପଦାର୍ଥରେ ଥାଏ। ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା (ଯଥା ଲାଲ, କମଳା, ହଳଦୀ, ଶାଗୁଆ, ନୀଳ ଓ କଳା)ରେ ଭିନ୍ନ ଭିନ୍ନ ଆଣ୍ଟିଅକ୍ସିଡାଣ୍ଟ ଥା’ନ୍ତି। ସୁତରାଂ ଆମ ଭୋଜନରେ ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା ଅନ୍ତର୍ଭୁକ୍ତ କଲେ ଆମେ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପ୍ରାପ୍ତ ହୋଇପାରିବା। ସେଥିପାଇଁ ଭିଟାମିନ୍‌ଯୁକ୍ତ ତଥା ବିଭିନ୍ନ ରଙ୍ଗର ତଟକା ଫଳମୂଳ ସବୁବେଳେ ଖାଆନ୍ତୁ। ଆହୁରି ମଧ୍ୟ ଏସବୁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ଅନ୍ୟ ଉପାଦେୟ ପୋଷକ ଗୁଣ ଯଥା ତନ୍ତୁ ବହୁଳତା, ସ୍ବଳ୍ପ ପରିପୃକ୍ତ ସ୍ନେହସାର, ସ୍ବଳ୍ପ କୋଲେଷ୍ଟରାଲ ଏବଂ ପ୍ରଚୁର ଭିଟାମିନ୍‌ ଓ ମିନେରାଲ ଉପଲବ୍ଧ। ସୁତରାଂ ଏସବୁ ଖାଦ୍ୟ ନିୟମିତ ଆମ ଭୋଜନରେ ଖାଇଲେ ଆମେ ଶରୀରର ଆଣ୍ଟିଅକ୍ସିଡାଣ୍ଟ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ପୋଷକତତ୍ତ୍ୱର ଆବଶ୍ୟକତା ମଧ୍ୟ ମେଣ୍ଟାଇ ପାରବା ଏବଂ ଶରୀରକୁ ସୁସ୍ଥ ଓ ନିରାମୟ ରଖିପାରିବା।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri