ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର ପାଇଁ କେତେ ଆବଶ୍ୟକ, ଏସବୁ ତତ୍ତ୍ୱ ଶରୀରକୁ ମିଳିବ କିପରି? ଆଣ୍ଟିଅକ୍ସିଡାଣ୍ଟ ହେଉଛି ଏକ ପ୍ରକାରର ରାସାୟନିକ ପଦାର୍ଥ, ଯାହା ଆମ ଶରୀରରେ ନିରନ୍ତର ଉତ୍ପନ୍ନ ହେଉଥିବା ମୁକ୍ତ ମୂଳକ (Free radicals) ଗୁଡ଼ିକୁ ନଷ୍ଟ କରି ଶରୀରକୁ ସୁରକ୍ଷିତ ରଖିଥାଏ। ଏହାଦ୍ୱାରା ଅକାଳ ବାର୍ଦ୍ଧକ୍ୟ, ଦୁରାରୋଗ୍ୟ ତଥା ଦୀର୍ଘାସ୍ଥାୟୀ ବ୍ୟାଧି ଯଥା କର୍କଟ, ମଧୁମେହ, ହୃଦ୍‌ରୋଗ, ବୟସ ହେତୁ କେନ୍ଦ୍ରୀୟ ମୁକୁରିକାର ଅବକ୍ଷୟଜନିତ ଚକ୍ଷୁ ରୋଗ ଓ ଅଲ୍‌ଝିମରସ୍‌ ରୋଗରୁ ମୁକ୍ତି ମିଳେ।
ମୁକ୍ତ ମୂଳକ କ’ଣ : ମୁକ୍ତ ମୂଳକ ଏକ ପ୍ରକାରର ରାସାୟନିକ ପଦାର୍ଥ, ଯାହା ଶରୀରର ନିଜସ୍ବ ଚୟାପଚୟ ପ୍ରକ୍ରିୟାରେ ନିରନ୍ତର ସୃଷ୍ଟି ହେଉଥାଏ। ଶରୀରର କିଛି ମୁକ୍ତ ମୂଳକ ମଧ୍ୟ ବିଭିନ୍ନ ପାରିପାର୍ଶ୍ୱିକ କାରକ ଯଥା ଧୂମପାନ, ବାୟୁ ପ୍ରଦୂଷଣ ଏବଂ ଅତିବାଇଗଣି ରଶ୍ମିର ସଂସ୍ପର୍ଶ ଫଳରେ ଜାତ ହୁଏ। ଏହା ଅଯୁଗ୍ମକ ଇଲେକ୍‌ଟ୍ରନ୍‌ ବିଶିଷ୍ଟ ଅଣୁ, ଯାହା ରାସାୟନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ, ସକ୍ରିୟ ଏବଂ ଅସ୍ଥାୟୀ। ସେଗୁଡ଼ିକର ମାତ୍ରା ଶରୀରରେ ବୃଦ୍ଧି ପାଇଲେ ସେଗୁଡ଼ିକ ଜୀବନ୍ତ କୋଷିକାମାନଙ୍କୁ ଆକ୍ରମଣ କରି ସେଥିରେ ଥିବା ଡି.ଏନ୍‌.ଏ.କୁ ନଷ୍ଟ କରିଦିଅନ୍ତି। ଫଳରେ ଶରୀର ଦୁର୍ବଳ ହୋଇଯାଇ ଉପରୋକ୍ତ ବ୍ୟାଧିଗୁଡ଼ିକର ପ୍ରାଦୁର୍ଭାବ ଘଟେ। ଏଭଳି ପରିସ୍ଥିତିକୁ ଜାରକତ୍ୱ ଚାପ (Oxidative Stress) କହନ୍ତି।
ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ରକ୍ଷା କରେ କିପରି: ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଏକପ୍ରକାର ରାସାୟନିକ ପଦାର୍ଥ, ଯାହା ଶରୀରରେ ସ୍ବତଃ ସୃଷ୍ଟି ହୋଇଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ବାହ୍ୟ ଉତ୍ସରୁ ଯଥା ଆମେ ଖାଉଥିବା ଖାଦ୍ୟ, ଫଳମୂଳ, ପନିପରିବା ଇତ୍ୟାଦିରେ ମହଜୁଦ ଥାଏ। ଆଣ୍ଟିଅକ୍ସିଡାଣ୍ଟର ଅଣୁ ଶରୀରରେ ସୃଷ୍ଟି ହେଉଥିବା ମୁକ୍ତ ମୂଳକର ଅଣୁ ସହିତ ରାସାୟନିକ ପ୍ରତିକ୍ରିୟା କରି ସେଗୁଡ଼ିକୁ ନିଜର ଇଲେକ୍‌ଟ୍ରନ୍‌ ପ୍ରଦାନ କରିବା ପୂର୍ବକ ସେଗୁଡ଼ିକର ଇଲେକ୍‌ଟ୍ରନ୍‌ ସଂଖ୍ୟାକୁ ଯୁଗ୍ମକ ଅବସ୍ଥାକୁ ଆଣି ସେଗୁଡ଼ିକୁ ଉଦାସୀନତା (Neutralization) କରିଥାଏ, ଫଳରେ ଶରୀରରେ ମୁକ୍ତ ମୂଳକର ମାତ୍ରା ହ୍ରାସ ପାଇବା ଦ୍ୱାରା ସେଗୁଡ଼ିକ କୋଷିକାମାନଙ୍କର ବିଶେଷ କ୍ଷତି ସାଧନ କରିପାରନ୍ତି ନାହିଁ। ସେଥିପାଇଁ ଆଣ୍ଟିଅକ୍ସିଡାଣ୍ଟକୁ ମଧ୍ୟ ‘ମୁକ୍ତ ମୂଳକ ଭକ୍ଷକ’ (Free radical Scavengers) ବୋଲି କୁହାଯାଏ।
ଆଣ୍ଟିଅକ୍ସିଡାଣ୍ଟର ନାମ ଓ ପ୍ରକାରଭେଦ: କିଛି ଭିଟାମିନ୍‌ ଯଥା A, C, E ଜଣାଶୁଣା ଆଣ୍ଟିଅକ୍ସିଡାଣ୍ଟ ଅଟନ୍ତି। କିଛି ଉଦ୍ଭିଦଜାତ ରାସାୟନିକ ପଦାର୍ଥ ଯଥା କ୍ୟାରୋଟିନ୍‌ଏଡ୍‌ସର ବିଟା କ୍ୟାରୋଟିନ, ଲାଇକୋପିନ (ଯାହା ରଙ୍ଗ ବେରଙ୍ଗର ପନିପରିବା ଯଥା ବିଲାତି ବାଇଗଣ ଇତ୍ୟାଦିରେ ଥାଏ), ଲୁଟିନ୍‌, (ଯାହା କୋବି ଜାତୀୟ ଏକ ମାଉଁସିଆ ସବୁଜ ପରି କେଲରେ ଥାଏ) ଏବଂ ଫ୍ଲାଭୋନୋଏଡସ୍‌ ଯଥା ହେସ୍ପେରେଟିନ୍‌ (ଯାହା ଲେମ୍ବୁ ଜାତୀୟ ଖଟା ଲାଗୁଥିବା ସାଇଟ୍ରସ୍‌ ଫଳରେ ଥାଏ), ଆନ୍ଥ୍ରୋସ୍ୟାନିନ୍ସ (ଯାହା ବ୍ଲୁ ବେରି, ଲାଲ ରଙ୍ଗର କୋବି ଓ ଅଙ୍ଗୁରରେ ଥାଏ), କ୍ୱେର୍ସେଟିନ୍‌ (ଯାହା ପିଆଜ, ଅଙ୍ଗୁର, କୋଳି, ଚେରି, ବ୍ରକୋଲି ଏବଂ ଖଟା ଲାଗୁଥିବା ଫଳରେ ଥାଏ) ଏବଂ କ୍ୟାଟେଚିନସ୍‌ (ଯାହା ସବୁଜ ଚା, କୋଳି ଏବଂ କୋକୋରେ ଥାଏ)ରେ ମଧ୍ୟ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଉପଲବ୍ଧ ଥାଏ।
ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକୁ ସମୁଦାୟ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା ଜଳରେ ଦ୍ରବଣୀୟ ଓ ସ୍ନେହସାରରେ ଦ୍ରବଣୀୟ। ଜଳରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟ ସବୁର ଉଦାହରଣ ହେଲା ଭିଟାମିନ୍‌ C, ଫେନୋଲିକ୍‌ ଏସିଡ୍‌, କ୍ୟାଟେଚିନସ୍‌ ଇତ୍ୟାଦି ଏବଂ ସ୍ନେହସାରରେ ଦ୍ରବଣୀୟ ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ ହେଲେ ଭିଟାମିନ୍‌ A, E, କ୍ୟାରୋଟିନଏଡସ୍‌ ଇତ୍ୟାଦି।
ଆଣ୍ଟିଅକ୍ସିଡାଣ୍ଟ ଖାଇବାର ବିଧି
ଆମକୁ କେବଳ ଗୋଟିଏ କିମ୍ବା ଦୁଇଟି ଆଣ୍ଟିଅକ୍ସିଡାଣ୍ଟ ଖାଇଲେ ଚଳିବ ନାହିଁ, ବରଂ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଶାଇ ସେବନ କରିବାକୁ ପଡ଼ିବ। ଏହାର ଏକ ଉଦାହରଣ ନିମ୍ନରେ ଦିଆଯାଇପାରେ: ଆଣ୍ଟିଅକ୍ସିଡାଣ୍ଟ ରୂପେ ଜଣାଥିବା ଭିଟାମିନ ‘ସି’ର ଅଣୁ ନିଜର ଏକ ଇଲେକ୍‌ଟ୍ରନ ଗୋଟିଏ ମୁକ୍ତ ମୂଳକକୁ ପ୍ରଦାନ ପୂର୍ବକ ତାହାକୁ ଉଦାସୀନ କରି ନିଜେ ନିଷ୍କ୍ରିୟ ହୋଇଯାଏ। ସେତେବେଳେ ଅନ୍ୟ ଗୋଟିଏ ଆଣ୍ଟିଅକ୍ସିଡାଣ୍ଟ ହେସ୍ପେରେଟିନ୍‌ ଭିଟାମିନ ‘ସି’ ସହିତ ରାସାୟନିକ ପ୍ରତିକ୍ରିୟା କରି ତା’କୁ ପୁଣି ସକ୍ରିୟ ଅବସ୍ଥାକୁ ଆଣେ। ତେଣୁ ଉତ୍ତମ ଫଳାଫଳ ନିମନ୍ତେ ଆମକୁ ଭିଟାମିନ୍‌ ‘ସି’ ଥିବା ଖାଦ୍ୟ ସହିତ ହେସ୍ପେରେଟିନ୍‌ ଥିବା ଖାଦ୍ୟକୁ ମିଶାଇ ଖାଇବାକୁ ପଡ଼ିବ। କୌଣସି ଗୋଟିଏ ଖାଦ୍ୟରେ ସମସ୍ତ ଆଣ୍ଟିଅକ୍ସିଡାଣ୍ଟ ପଦାର୍ଥ ନଥାଏ। ତେଣୁ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପାଇବା ନିମନ୍ତେ ଆମକୁ ବହୁବିଧ ଖାଦ୍ୟ ଯଥା ଫଳମୂଳ, ପନିପରିବା, କୋଳି ଇତ୍ୟାଦି ଖାଇବାକୁ ପଡ଼ିବ। ଆହୁରି ମଧ୍ୟ କୃତ୍ରିମ ସଂଶ୍ଳେଷିତ ଉତ୍ସ ପରିବର୍ତ୍ତେ ପ୍ରାକୃତିକ ଉତ୍ସରୁ ଆହରିତ ଆଣ୍ଟିଅକ୍ସିଡାଣ୍ଟ ସେବନ କଲେ ଭଲ।
ଆମକୁ ନିୟମିତ କିଛି ଆଣ୍ଟିଅକ୍ସିଡାଣ୍ଟ ଖାଇବାକୁ ହୋଇଥାଏ। ଉଦାହରଣ ସ୍ବରୂପ ଭିଟାମିନ୍‌ ‘ସି’ ଜଳରେ ଦ୍ରବଣୀୟ ହୋଇଥିବାରୁ ତାହା ସ୍ନେହସାରରେ ଦ୍ରବଣୀୟ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟଙ୍କ ଭଳି ଶରୀରରେ ଜମା ହୋଇ ଦୀର୍ଘ କାଳ ରହେ ନାହିଁ। ତେଣୁ ଆମକୁ ନିୟମିତ ଭିଟାମିନ ‘ସି’ଯୁକ୍ତ ଖାଦ୍ୟକୁ ଭୋଜନରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ।
ଆଣ୍ଟିଅକ୍ସିଡାଣ୍ଟର ଉତ୍ସ: ଆଣ୍ଟିଅକ୍ସିଡାଣ୍ଟର ସବୁଠାରୁ ଭଲ ଉତ୍ସ ହେଉଛି ଆମେ ଖାଉଥିବା ଖାଦ୍ୟ। ଆମ ଆହାରରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ, ପୂର୍ଣ୍ଣାଙ୍ଗ ଶସ୍ୟଦାନା ଯଥା ଅକାଣ୍ଡିଆ ଚାଉଳ, ଶିମ୍ବଜାତୀୟ ଖାଦ୍ୟ, ଲେମ୍ବୁଜାତୀୟ ଖଟା ଲାଗୁଥିବା ଫଳ, କୋଳି ଓ ନଟ୍‌ସ ଇତ୍ୟାଦିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। କିଛି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ସବୁଜ ଚା, କଫି ଏବଂ ଚକୋଲେଟ ପ୍ରସ୍ତୁତିରେ ବ୍ୟବହୃତ ‘କୋକୋ’ ପଦାର୍ଥରେ ଥାଏ। ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା (ଯଥା ଲାଲ, କମଳା, ହଳଦୀ, ଶାଗୁଆ, ନୀଳ ଓ କଳା)ରେ ଭିନ୍ନ ଭିନ୍ନ ଆଣ୍ଟିଅକ୍ସିଡାଣ୍ଟ ଥା’ନ୍ତି। ସୁତରାଂ ଆମ ଭୋଜନରେ ଅଲଗା ଅଲଗା ରଙ୍ଗର ଫଳ ଓ ପନିପରିବା ଅନ୍ତର୍ଭୁକ୍ତ କଲେ ଆମେ ଅଧିକାଂଶ ଆଣ୍ଟିଅକ୍ସିଡାଣ୍ଟ ପ୍ରାପ୍ତ ହୋଇପାରିବା। ସେଥିପାଇଁ ଭିଟାମିନ୍‌ଯୁକ୍ତ ତଥା ବିଭିନ୍ନ ରଙ୍ଗର ତଟକା ଫଳମୂଳ ସବୁବେଳେ ଖାଆନ୍ତୁ। ଆହୁରି ମଧ୍ୟ ଏସବୁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ବ୍ୟତୀତ ଅନ୍ୟ ଉପାଦେୟ ପୋଷକ ଗୁଣ ଯଥା ତନ୍ତୁ ବହୁଳତା, ସ୍ବଳ୍ପ ପରିପୃକ୍ତ ସ୍ନେହସାର, ସ୍ବଳ୍ପ କୋଲେଷ୍ଟରାଲ ଏବଂ ପ୍ରଚୁର ଭିଟାମିନ୍‌ ଓ ମିନେରାଲ ଉପଲବ୍ଧ। ସୁତରାଂ ଏସବୁ ଖାଦ୍ୟ ନିୟମିତ ଆମ ଭୋଜନରେ ଖାଇଲେ ଆମେ ଶରୀରର ଆଣ୍ଟିଅକ୍ସିଡାଣ୍ଟ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ପୋଷକତତ୍ତ୍ୱର ଆବଶ୍ୟକତା ମଧ୍ୟ ମେଣ୍ଟାଇ ପାରବା ଏବଂ ଶରୀରକୁ ସୁସ୍ଥ ଓ ନିରାମୟ ରଖିପାରିବା।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri