୪୫ଟି ବ୍ୟାଗ୍‌ରେ ମିଳିଛି କଟା ମଣିଷଙ୍କ ଅଙ୍ଗ

ମେକ୍ସିକୋ,୨।୬: ମଣିଷକୁ ଖଣ୍ଡ ଖଣ୍ଡ କରି ୪୫ଟି ବ୍ୟାଗ୍‌ରେ କରାଯାଇଛି ଭର୍ତ୍ତି। ଏପରି କଟା ମଣିଷ ଭର୍ତ୍ତି ବ୍ୟାଗ୍‌ ଡ୍ରେନ୍‌ରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ତାଜୁବ୍‌ କରିଛି। ଏପରି ଘଟଣା ଘଟିଛି ପଶ୍ଚିମ ମେକ୍ସିକୋର ଜାଲିସ୍କୋରେ। ତେବେ ଗତ ସପ୍ତାହରେ ୭ଜଣ ନିଖୋଳଜ ଯୁବକଙ୍କୁ ଖୋଜିବାବେଳେ ଏକ ଡ୍ରେନ୍‌ରୁ ଏହି ବ୍ୟାଗ୍‌ଗୁଡ଼ିକ ମିଳିଥିଲା। ଏନେଇ ମେକ୍ସିକୋର ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, ମିଳିଥିବା ୪୫ଟି କଟା ମଣିଷ ଭର୍ତ୍ତି ବ୍ୟାଗ୍‌ରେ ଉଭୟ ପୁରୁଷ ଏବଂ ମହିଳାଙ୍କର ଅଙ୍ଗ ରହିଛି।

ସୂଚନାଯୋଗ୍ୟ, ମୁନିସପାଲଟିର କର୍ମଚାରୀମାନେ ୭ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଥିଲେ। ଖୋଜାଖୋଜି ସମୟରେ ସେମାନେ ଏହି ବ୍ୟାଗଗୁଡ଼ିକୁ ପାଇଥିଲେ। ମେ ୨୦ରୁ ସେହି ୭ଜଣଙ୍କୁ ଖୋଜା ଚାଲିଥିଲା। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ୩୦ବର୍ଷ ବୟସର ୨ମହିଳା ଏବଂ ୫ଜଣ ପୁରୁଷ ସାମିଲ୍‌ ଥିଲେ।

ତେବେ ଏଠାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ତଥ୍ୟ ମିଳିଛି। ସମସ୍ତ ନିଖୋଜ ବ୍ୟକ୍ତିଙ୍କ ଅଲଗା ଦିନରେ ଏବଂ ପୃଥକ ଭାବରେ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ଯାଞ୍ଚକର୍ତ୍ତାମାନେ ଜାଣିବାକୁ ପାଇଛନ୍ତି ନିଖୋଜ ୭ଜଣ ବ୍ୟକ୍ତି ଗୋଟିଏ କଲ୍‌ ସେଣ୍ଟରରେ କାମ କରୁଥିଲେ। ତେବେ କଲ୍‌ ସେଣ୍ଟର ସେହି ଅଞ୍ଚଳରେ ଅଛି ଯେଉଁଠାରେ ସେମାନଙ୍କ କଟା ଅଙ୍ଗ ମିଳିଛି। ଫରେନସିକ ବିଶେଷଜ୍ଞମାନେ ଉଦ୍ଧାର କରାଯାଇଥିବା ବ୍ୟାଗ୍‌ରୁ ପୀଡିତଙ୍କ ସଂଖ୍ୟା ଏବଂ ସେମାନଙ୍କର ପରିଚୟ ଏପର୍ଯ୍ୟନ୍ତ ଜାଣିପାରି ନାହନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, କଲ୍‌ ସେଣ୍ଟର ବେଆଇନ କାର୍ଯ୍ୟକଳାପରେ ଜଡିତ ଥାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଘଟଣାସ୍ଥଳରୁ ଯାଞ୍ଚ ଅଧିକାରୀମାନେ ଗଞ୍ଜେଇ, ଏକ କପଡା, ରକ୍ତ ଦାଗ ତଥା ସମ୍ଭାବ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଦସ୍ତାବିଜ ପାଇଛନ୍ତି। କିନ୍ତୁ ନିଖୋଜଙ୍କ ସମ୍ପର୍କୀୟମାନେ ପୀଡ଼ିତାଙ୍କୁ ଅପରାଧୀ କରିବାକୁ ଚେଷ୍ଟା କରାଯାଉଥିବା ନେଇ ଯାଞ୍ଚ ଅଧିକାରୀମାନଙ୍କ ଉପରେ ଅଭିଯୋଗ ଆଣିିଛନ୍ତି।

ଏଠାରେ କହରଖୁଛୁ କି, ପୂର୍ବରୁ ଜାଲିସ୍କୋର ବିଭିନ୍ନ ଅଞ୍ଚଳରେ କଟା ମଣିଷ ବ୍ୟାଗ ଦେଖିବାକୁ ମିଳିଥିଲା ୨୦୨୧ରେ ଟୋନାଲା ମୁୁନିସିପାଲିଟିରେ ୧୧ଜଣ ମଣିଷଙ୍କ କଟା ଅଙ୍ଗ ପ୍ରାୟ ୭୦ଟି ବ୍ୟାଗ୍‌ରେ ମିଳିଥିଲା। ୨୦୧୯ରେ ଜାପୋପନ ଅଞ୍ଚଳରେ ୧୧୯ଟି ବ୍ୟାଗରେ ୨୯ଜଣ ବ୍ୟକ୍ତିଙ୍କ କଟାଅଙ୍ଗ ମିଳିଥିଲା। ସେହିପରି ମାର୍ଚ୍ଚ ୨୦୧୮ରେ ୩ଜଣ ନିଖୋଜ ଛାତ୍ରଙ୍କୁ ମାରି ସେମାନଙ୍କ ଅଙ୍ଗକୁ ଏସିଡ୍‌ରେ ଭିଜାଯାଇଥିବାର ଘଟଣା ଦେଖିବାକୁ ମିଳିଥିଲା।

ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ(ଜେଏନ୍‌ଜେସି) ରାଜ୍ୟରେ ସବୁଠାରୁ ଶକ୍ତିଶାଳୀ ଅପରାଧାକୁ ଗୋଷ୍ଠୀ ଭାବେ କାର୍ଯ୍ୟ କରେ। ଏହି ସଂଗଠନ ରାଜ୍ୟରେ ଡ୍ରଗ ସିଣ୍ଡିକେଟ ଚଲାଇବାରେ ଜଡିତ ଅଛି। ଡିସେମ୍ବର ୨୦୦୬ରେ ବିବାଦୀୟ ସୈନ୍ୟ ବିରୋଧୀ ନିଶା ଔଷଧ ଘଟଣାରେ ମେକ୍ସିକୋରେ ୩୪୦,୦୦୦ରୁ ଅଧିକ ହତ୍ୟା ଏବଂ ପ୍ରାୟ ୧୦୦,୦୦୦ଜଣ ନିଖୋଜ ଥିବା ମାମଲା ଦାଖଲ କରାଯାଇଥିଲା। ଏହା ପଛରେ ଜେଏନ୍‌ଜେସର ହାତ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri