ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ ନିକଟ ବାଲୁବାଙ୍ଗା ଗ୍ରାମର ପୁଷର ପ୍ରଧାନ(୪୧) ବୋଲି ଅଗ୍ନିଶମ ଅଧିକାରୀ ଧବଳେଶ୍ୱର ପ୍ରଧାନ କହିଛନ୍ତି।
ପ୍ରକାଶ ଯେ, ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇଥିବା ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ମିଳିଥିଲା। ଖବର ପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅଗ୍ନିବୀର ସତ୍ୟନାରାୟଣ ବେହେରା, ଚିନ୍ମୟ ପରିଡା, ଏକାନ୍ତ ଶବର, ଜୁଗୁନୁ ବେହେରା, ବିକାଶ ମହାନ୍ତି ଏବଂ ବୃନ୍ଦାବନ ମାନସିଂ ପ୍ରମୁଖ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟରେ ପରେ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

