ଶୌଚ ପାଇଁ ଯାଇ ନିଖୋଜ ଥିଲେ, ମିଳିଲା ମହିଳାଙ୍କ ମୃତଦେହ

ପାଟଣା,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ସୋମବାର ରାସ୍ତା ପାର୍ଶ୍ୱ ପୋଖରୀରୁ ଜବତ ହୋଇଛି। ମୃତ ମହିଳା ଜଣକ ବାସନ୍ତୀ ବେହେରା(୫୫) ଓରଫ ନଙ୍ଗୁଳି ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନରେ ବାସନ୍ତୀ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେ ଘରକୁ ନ ଫେରି ନିଖୋଜ ଥିଲେ। ଅନ୍ୟପକ୍ଷେ ବାସନ୍ତୀ ଦୀର୍ଘଦିନ ହେଲା ବାପଘରେ ରହୁଥିଲେ। ସୋମବାର ଘର ଲୋକେ ପୋଖରୀରେ ମୃତଦେହ ଭାସୁ ଥିବା ଦେଖି ଘଟଗାଁ ପୋଲିସକୁ ଖବର ଦେଇଥିଲେ। ଘଟଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି।