କାଠଯୋଡି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ବ୍ୟାଗ-ଚପଲ ରଖି…

କଟକ,୪।୬(ପ୍ରଭୁକଲ୍ୟାଣ ପାଲ୍‌): କାଠଯୋଡି ନଦୀରୁ ପୁଣି ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ତ୍ରିଶୁଳିଆ ପୋଲ ତଳେ ଭାସୁଛି ମହିଳାଙ୍କ ମୃତଦେହ। ଉଦ୍ଧାର କଲା ଅଗ୍ନିଶମ ଟିମ। ଆଜି ସକାଳୁ ଏହି ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି କଟକ ଅଗ୍ନିଶମ ଟିମ । ବ୍ରିଜ ନିକଟରେ ପଡି ରହିଥିଲା ମହିଳାଙ୍କ ବ୍ୟାଗ ଓ ଚପଲ। ଏଯାବତ ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଏହା ହତ୍ୟା ନାଁ ଆତ୍ମହତ୍ୟା ଅସ୍ପଷ୍ଟ ରହିଛି। ମୃତଦେହ ଉଦ୍ଧାର ପରେ ବାରଙ୍ଗ ଥାନା ପୋଲିସକୁ ମୃତଦେହ ହସ୍ତାନ୍ତର କରିଛି ଅଗ୍ନିଶମ ଟିମ। ଅନ୍ୟପଟେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୋଲିସ। ମହିଳା କେଉଁଠୁ ଆସିଲେ, ପରିଚୟ କଣ, ସବୁ ଦିଗକୁ ଯାଞ୍ଚ କରୁଛି ପୋଲିସ।

 

Dharitri – Odisha’s No.1 Odia Daily

 

Share