Posted inଜାତୀୟ

ହତ୍ୟାର ୧୩ ମାସ ପରେ ମିଳିଲା ଯବାନଙ୍କ ମୃତଦେହ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର କୁଲଗାମ ଜିଲାର ଏକ ଗ୍ରାମରୁ ବୁଧବାର ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଗଳିତ ମୃତଦେହଟି ରାଇଫଲମ୍ୟାନ ଶାକିର ମନଜୁରଙ୍କର ବୋଲି ତାଙ୍କ ବାପା ଦାବି କରିଛନ୍ତି। ସେ ଗତବର୍ଷ ଅଗଷ୍ଟ ୨ ତାରିଖରୁ ନିଖୋଜ ଥିଲେ। ତାଙ୍କୁ ଶୋପିଆନ ଜିଲାରୁ ଆତଙ୍କବାଦୀମାନେ ଅପହରଣ କରିବା ପରେ ନିର୍ଯାତନା ଦେଇ ହତ୍ୟା କରିଥିଲେ।

ଶାକିର ମନଜୁରଙ୍କ ବାପା ମନଜୁର ଅହମ୍ମଦ ଓ୍ବାଗେ କହିଛନ୍ତି, ମୁଁ ମୃତଦେହକୁ ଚିହ୍ନଟ କରିଛି। ଏହା ପୁଅର ମୃତଦେହ। ମୃତଦେହର ପାଦ ଓ ବ୍ରେସଲେଟ୍‌କୁ ଦେଖି ମୁଁ ଚିହ୍ନଟ କରିଛି। ତେବେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ମୃତଦେହଟି ଭାରତୀୟ ଯବାନ ମନଜୁରଙ୍କର ଜାଣିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ। ଗତ ଏକବର୍ଷ ହେଲା ମନଜୁରଙ୍କ ବାପା ଘର ଛାଡ଼ି ପୁଅକୁ ଖୋଜିବାରେ ଲାଗିଥିଲେ।

ଅଫିସିଆଲ ରେକର୍ଡ ଅନୁଯାୟୀ, ଗତ ଏକ ବର୍ଷ ହେଲା ମନଜୁରଙ୍କ ନାମକୁ ନିଖୋଜ ତାଲିକାରେ ରଖାଯାଇଥିଲା। ସେ ମୃତ କି ଜୀବିତ କୌଣସି ପ୍ରମାଣ ନ ମିଳିବାରୁ ଦରମା ଓ କ୍ଷତିପୂରଣରୁ ବଞ୍ଚିତ ହୋଇଥିଲା ତାଙ୍କ ପରିବାର।

ଗତ କିଛି ମାସ ତଳେ ଏକ ଏନ୍‌କାଉଣ୍ଟରେ ମନଜୁରଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ମନଜୁରଙ୍କ ମୃତଦେହକୁ ଠାବ କରିପାରି ନ ଥିଲା ପୋଲିସ।

ଉଲ୍ଲେଖଯୋଗ୍ୟ, ୨୦୨୦ ଅଗଷ୍ଟ ୨ ତାରିଖରେ ମନଜୁର ଗାଡ଼ି ଚଳାଇ କ୍ୟାମ୍ପକୁ ଫେରୁଥିଲେ। ଏହାର ପର ଦିନ ପୋଲିସକୁ ମିଳିଥିଲା ତାଙ୍କ ପୋଡ଼ା କାର। କିଛି ଦିନ ପରେ ଏକ ସେଉ ବଗିଚାରୁ ମିଳିଥିଲା ମନଜୁରଙ୍କ ରକ୍ତ ଭିଜା ପୋଷାକ। ଏକ ଅଡିଓ କ୍ଲିପ ମାଧ୍ୟମରେ ଆତଙ୍କବାଦୀମାନେ ମନଜୁରଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri