ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଝାରଦେବନ୍ଧ ଜଙ୍ଗଲରୁ ଜବତ

ଟିଟିଲାଗଡ଼,୧୫।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟବର୍ତ୍ତୀ ଝାରଦେବନ୍ଧ ଜଙ୍ଗଲରୁ ଟିଟିଲାଗଡ଼ ପୋଲିସ ଗଳିତ ମୃତଦେହ ଜବତ କରିଛି l ମୃତ ବ୍ୟକ୍ତି ଜଣଙ୍କ ବିନେକେଲାର ଲୋଚନ ଗହୀର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଏହି ବ୍ୟକ୍ତି ଗତ ୪ ତାରିଖରୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପରେ ସୋମବାର ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମାମଲା ରୁଜୁ କରିଥିବା ପରିବାରକୁ ଖବର ଦେଇଥିଲା। ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ l ଏହାପରେ ଟିଟିଲାଗଡ଼ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।