ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଲା, ଜଣେ ଅଟକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ତଳଚମ୍ପେଇ ରାସ୍ତା କୋଡରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ତଳକଇଁସାର ଗାଁର ପ୍ରଶାନ୍ତ ଜୁଆଙ୍ଗ(୨୦) ବୋଲି ଜଣାପଡ଼ିଛି।

ସୂଚନା ନୁସାରେ,ସାହିର ଚଗଲା ଜୁଆଙ୍ଗ(୨୦) ଓ ପ୍ରଶାନ୍ତ ଉଭୟ ମିଶି ଗତକାଲି ଗୋନାସିକା ବାରୁଣୀ ମେଳା ଦେଖିବାକୁ ସାଇକେଲରେ ଯାଇଥିଲେ। ଘରକୁ ଫେରୁଥିବା ସମୟରେ ଉଭୟେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ଚଗଲା ଖଣ୍ତିଆ ଖାବରା ହୋଇ ଭୟରେ ଘରକୁ ଚାଲି ଆସିଥିଲେ। ଆଜି ସ୍ଥାନୀୟ ଲୋକେ ପ୍ରଶାନ୍ତଙ୍କ ମୃତଦେହ ତଳକଇଁସାରୀ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ସଦର ଥାନା ପୋଲିସ ମୃତଦେହ ଜବତ କରି କେସ୍‌ ନଂ ୧୬/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲସି ଚଗଲାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସାଇକେଲରୁ ପଡ଼ି ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ସଦର ଥାନାଧିକାରୀ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।