ନିଖୋଜ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

କେନ୍ଦୁଝର, ୧୨ା୪ (ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ଗ୍ରାମର ରଙ୍ଗାଧର ମହାକୁଡଙ୍କ ନିଖୋଜ ୮ବର୍ଷର ପୁଅ ଫକିର ମହାକୁଡଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି । ସେ ଗତ ୯ ତାରିଖଠାରୁ ନିଖୋଜ ହୋଇଯାଇଥିଲେ। ତେବେ ଆଜି ତାଙ୍କ ମୃତଦେହ ଘର ଠାରୁ ୫୦୦ ମିଟର ଦୂରରେ ମିଳିଛି । ଗାଁର ୨ ଜଣ ଲୋକ ଛେଳି ଚରାଇବାକୁ ଯାଇଥିବାବେଳେ ବିଲରେ ମୃତଦେହକୁ ଦେଖି ଘର ଲୋକଙ୍କୁ ଜଣାଇଥିଲେ ।
ସ୍ଥାନୀୟ କରଙ୍ଗାଡିହି ସରପଞ୍ଚ ବରୁଣ ଦେହୁରୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସଦର ଏସଡିପିଓ ମହେନ୍ଦ୍ର ନାଥ ହେମ୍ବ୍ରମ,କାଞ୍ଜିପାଣି ଥାନା ଅଧିକାରୀ ସେକ ଆଜାରୁଦ୍ଦିନ ସାଇନଟିଫିକ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଗତ ୯ତାରିଖ ନିଖୋଜ ପରେ ବାପା, ମାଆ ଏବଂ ଗାଁ ଲୋକ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରି ନ ପାଇବା ପରେ ମଙ୍ଗଳବାର ତାଙ୍କ ବାପା ରଙ୍ଗାଧର କାଞ୍ଜିପାଣି ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ । ପୋଲିସ ପକ୍ଷରୁ ନାବାଳକ ନିଖୋଜ ନେଇ ଏକ ମିସିଂ ରିପୋର୍ଟ କରାଯାଇଥିଲା । ତେବେ ବୁଧବାର ନାବାଳକର ମୃତଦେହ ମିଳିବା ପରେ ହତ୍ୟାକାଣ୍ଡ ନା ଆଉ କିଛି କିଛି କାରଣ ତାହାର ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବୋଲି କାଞ୍ଜିପାଣି ଥାନା ଅଧିକାରୀ ସେକ ଆଜାରୁଦ୍ଦିନ ସୂଚନା ଦେଇଛନ୍ତି । କାଞ୍ଜିପାଣି ପୋଲିସ କେସ ନଂ ୩୬/୨୦୨୩ ରେ ଏକ ମାମଲା ରୁଜୁ କରି ଗୁରୁବାର ଶବ ବ୍ୟବଚ୍ଛେଦ କରିବ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri