Posted inଜାତୀୟ

ଘରକୁ ପଠାଗଲା ୫ ଶହୀଦଙ୍କ ପାର୍ଥିବ ଶରୀର, ହସ୍ପିଟାଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଶ୍ରୀନଗର,୨୪।୧୧ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାର ବାଜିମାଲ ଅଞ୍ଚଳର ଧରାମସାଲରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ୨୪ ଘଣ୍ଟିଆ ମୁକାବିଲା ଶେଷ ହୋଇଛି। ଏହି ଏନକାଉଣ୍ଟରରେ ଭାରତୀୟ ସୈନିକମାନେ ଲଶ୍କର-ଇ-ତୋଏବାର ଦୁଇ ଭୟଭୀତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। କିନ୍ତୁ ଆତଙ୍କବାଦୀଙ୍କ ସହ ହୋଇଥିବା ଏହି ମୁକାବିଲାରେ ୨ କ୍ୟାପଟେନଙ୍କ ସମେତ ୫ ଟି ଭାରତୀୟ ସେନା ଶହୀଦ ହୋଇଥିଲେ। ଆତଙ୍କବାଦୀଙ୍କ ମୁକାବିଲାରେ ନିଜ ଜୀବନ ବଳି ଦେଇଥିବା ପାଞ୍ଚଜଣ ସୈନିକଙ୍କୁ ପୂର୍ଣ୍ଣ ସମ୍ମାନ ଜଣାଇ ସେନା ଶ୍ରଦ୍ଧାଞ୍ଜଳି ଅର୍ପଣ କରଛି।

ଆତଙ୍କବାଦୀଙ୍କ ସହ ଲଢ଼ିିବା ସମୟରେ ଶହୀଦ ହୋଇଥିବା ପାଞ୍ଚଜଣ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସେନା ଜେନେରାଲ ହସ୍ପିଟାଲ ରାଜୌରୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ରୋମିଓ ଫୋର୍ସ କମାଣ୍ଡିଂ ଜେନେରାଲ ଅଫିସର ତଥା ବହୁ ସେନା ଅଧିକାରୀ ଏବଂ ପୋଲିସ ଅଧିକାରୀ ପାଞ୍ଚଜଣ ସୈନିକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ଶହୀଦ ହୋଇଥିବା ଭାରତୀୟ ସୈନିକମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଘରକୁ ପଠାଯାଇଛି।

ରାଜୌରୀରେ ଆତଙ୍କବାଦୀଙ୍କ ସହ ଲଢ଼ି ଶହୀଦ ହୋଇଥିବା ସୈନିକମାନଙ୍କ ମଧ୍ୟରେ କର୍ନାଟକର ମାଙ୍ଗାଲୋରର ବାସିନ୍ଦା କ୍ୟାପଟେନ ଏମ.ଭି ପ୍ରାଞ୍ଜଲ (୬୩ ରାଷ୍ଟ୍ରୀୟ ରାଇଫଲ), ଉତ୍ତରପ୍ରଦେଶ ଆଗ୍ରାର ବାସିନ୍ଦା କ୍ୟାପଟେନ ଶୁଭମ ଗୁପ୍ତା ( ୯ ପାରା), ଜମ୍ମୁ-କଶ୍ମୀର ପୁଞ୍ଚର ବାସିନ୍ଦା ହାଭିଲଦାର ଅବଦୁଲ ମାଜିଦ, ଉତ୍ତରାଖଣ୍ଡ ନୈନିତାଲର ଲାନ୍ସ ନାୟକ ସଞ୍ଜୟ ବିଷ୍ଟ, ଇତ୍ତରପ୍ରଦେଶ ଆଲିଗଡ ର ପାରାଟ୍ରୁପର ସଚିନ ଲୈର ଅଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri