Categories: ବାଣିଜ୍ୟ

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ କରେଣ୍ଟ ଆକାଉଣ୍ଟ ପାଇଁ ଉକ୍ତ ଆକାଉଣ୍ଟ ଆରମ୍ଭ ହୋଇଛି। ଏପରିକି ବ୍ୟାଙ୍କର ‘ମାଇଁ ଫ୍ୟାମିଲି, ମାଇଁ ବ୍ୟାଙ୍କ’ ସେଗମେଣ୍ଟ, ଯାହାକି ବ୍ୟାଙ୍କର ‘ବିଓବି କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ ଫେଷ୍ଟିଭ୍‌ ଅଭିଯାନର ଅଂଶ ଭାବେ ଉକ୍ତ ଆକାଉଣ୍ଟର ଶୁଭାରମ୍ଭ କରାଯାଇଛି। ସେହିଭଳି ଗୋଟିଏ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର ଆକାଉଣ୍ଟକୁ ଏଥିରେ ଗୋଟିଏ ଗ୍ରୁପ୍‌ କରାଯାଇଥାଏ। ବିଶେଷକରି ବିଓବି ପରିବାର ଆକାଉଣ୍ଟରେ ସର୍ବନିମ୍ନ ଦୁଇ ଓ ସର୍ବାଧିକ ଛଅ ସଦସ୍ୟ ରହିପାରିବେ। ଅପରପକ୍ଷରେ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ପ୍ରୋପ୍ରାଇଟରଶିପ୍‌, ପାର୍ଟନରଶିପ୍‌, ଏଲଏଲପି ଓ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ପାଇଁ ଉନ୍ମୁକ୍ତ ରହିଛି, ଯାହାକି ଗ୍ରୁପ୍‌ କମ୍ପାନୀ ବା ସହାୟକ କମ୍ପାନୀ ଅଟେ। ଉଭୟ ବିଓବି ପରିବାର ସେଭିଙ୍ଗସ୍‌ ଆକାଉଣ୍ଟ ଓ ବିଓବି ପରିବାର କରେଣ୍ଟ ଆକାଉଣ୍ଟ ସେଗମେଣ୍ଟ ତିନିଟି ପୃଥକ ଭାରିଆଣ୍ଟ ଡାଏମଣ୍ଡ, ଗୋଲ୍‌ଡ ଏବଂ ସିଲଭରରେ ଆସିଥାଏ। ଏ ସମ୍ପର୍କରେ ବିଓବିର ଚିଫ୍‌ ଜେନେରାଲ୍‌ ମ୍ୟାନେଜର (ରିଟେଲ୍‌ ଲାଏବିଲିଟିଜ୍‌ ଆଣ୍ଡ ଏନଆରଆଇ ବିଜନେସ୍‌) ରବୀନ୍ଦ୍ର ସିଂ ନେଗି କହିଛନ୍ତି, ସେଭିଙ୍ଗସ୍‌ ଓ କରେଣ୍ଟ ଆକାଉଣ୍ଟଧାରୀମାନଙ୍କ ପାଇଁ ଆମେ ବିଓବି ପରିବାର ଆକାଉଣ୍ଟର ଶୁଭାରମ୍ଭ କରି ବେଶ ଉତ୍ସାହିତ ଅଛୁ। ଏପରିକି ଗୋଟିଏ ପରିବାର ବା ଆସୋସିଏଟ୍‌ କମ୍ପାନୀଗୁଡ଼ିକର ଭିନ୍ନ ଭିନ୍ନ ଆକାଉଣ୍ଟ ଗୁଡ଼ିକୁ ଏକତ୍ର କରି ଆମର ଗ୍ରାହକମାନେ ଅନେକ ଆକର୍ଷଣୀୟ ଲାଭ ପାଇପାରିବେ।

Share