‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ ତର୍ଜମା କରିଥାନ୍ତି। ଦିନକୁ ଦିନ ସମୟ ବିତିବା ସହ କାମ ମିଳିବା ବନ୍ଦ ହୋଇଯାଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇଥାଏ। କିଛି ଏଭଳି ଘଟିଛି ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ କ୍ଷେତ୍ରରେ।

ଜି-୫ରେ ରିଲିଜ ହୋଇଛି ଓ୍ବେବ୍‌ ସିରିଜ୍‌ ‘ଲଭ୍‌ ହଷ୍ଟେଲ’। ଏଥିରେ ବବି ନଜର ଆସୁଛନ୍ତି। ସିରିଜ୍‌କୁ ନେଇ ଏକ ସାକ୍ଷାତକାରରେ ସେ ଡିପ୍ରେସନ୍‌କୁ ନେଇ ଜୀବନର କିଛି ଘଟଣାବଳି ଉପରୁ ପରଦା ଉଠାଇଛନ୍ତି। ବବି କହିଛନ୍ତି, ୨୦୧୮ରେ ‘ରେସ-୩’ ଏବଂ ‘ହାଉସ୍‌ଫୁଲ-୪’ରେ ବଲିଉଡ୍‌କୁ ଫେରିବାକୁ ଚାହିଁଥିଲି। ହେଲେ ଉଭୟ ଫ୍ଲପ୍‌ ହୋଇଥିଲା। ପରେ ତିନି ବର୍ଷ ଧରି ମୁଁ ଡିପ୍ରେସନରେ ଥିଲି। ହେଲେ ସେହି ସମୟରେ ମୁଁ ନିଜର କ୍ଷମତା ଜାଣିଥିଲି। ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ କେବଳ ଜଣେ ମୋତେ ସହାୟତା କରିଥିଲେ। ସେ ହେଉଛି ମୁଁ। କାରଣ ଜଣଙ୍କ ପରିବାର କେବଳ ଏହି ସମୟରେ ପାଖରେ ଛିଡ଼ା ହୋଇପାରିବେ। ହେଲେ କାମ ଦେଇପାରିବେ ନାହିଁ। ଏଭଳି ସ୍ଥିତିରେ ନିଜ ଉପରେ ପୁଣିଥରେ ଭରସା କରିଥିଲି। ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ଲୋକମାନେ ମୋତେ ସ୍କ୍ରିନ୍‌ରେ ଦେଖିବାକୁ ପସନ୍ଦ କରିଥିଲେ। ଏଥିଯୋଗୁ ମୋତେ କାମ ମିଳୁଥିଲା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ କାମ କରିଥିଲି, ହେଲେ ଭୁଲ ଫିଲ୍ମ ଚୟନ କରିଥିଲି। ଏଣୁ ପରେ ଫିଲ୍ମ ମିଳି ନ ଥିଲା। ଦେଖିବାକୁ ଗଲେ ଜୀବନରେ ଅନେକ ସୁଖଦୁଃଖ ଦେଖିଛି। ମୋର ଏଭଳି ଅବସ୍ଥା ପରିବାରଲୋକେ ଦେଖିପାରୁ ନ ଥିଲେ। ସବୁ ଦେଖିବା ପରେ ପୁଣିଥରେ ଛିଡ଼ା ହୋଇ ନିଜକୁ ପ୍ରସ୍ତୁତ କରିବାକୁ ହେବ ବୋଲି ଭାବିଥିଲି। ପ୍ରଶଂସକମାନେ ମୋତେ ପରଦାରେ ଦେଖିବାକୁ ଚାହୁଁଛନ୍ତି ଚିନ୍ତା କରିଥିଲି। ତାହା ହିଁ ହୋଇଛି। ମୁଁ ଓ୍ବେବ୍‌ ସିରିଜ୍‌ ଜରିଆରେ ଫେରିଛି। ଏବେ ଲୋକେ ମୋ କାମର ପ୍ରଶଂସା କରୁଥିବା ଦେଖି ଖୁସି ଲାଗୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri