କୋଲାବ ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା: ନିଖୋଜ ୩ ଜଣଙ୍କ ମୃତଦେହ ଜବତ

କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ରାଜପୁଟ ପଞ୍ଚାୟତର କୋଲାବ ଜଳଭଣ୍ଡାରେ ଗୁରୁବାର ଅପରାହ୍ନରେ ଏକ ଦେଶୀଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମଧ୍ୟରୁ ରାତିରେ ବବିତା ହନ୍ତାଳଙ୍କ ମୃତଦେହ ମିଳିଥିଲା। ଅନ୍ୟ ନିଖୋଜମାନଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ ବିଭାଗ ଓଡ୍ରାଫ ଟିମ୍‌ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଥିଲେ। ଶୁକ୍ରବାର ଅପରାହ୍ନରେ ନିଖୋଜ ୩ ଜଣଙ୍କ ମୃତଦେହ ମିଳିଛି। ସେମାନେ ହେଲେ ରମା ହନ୍ତାଳ, ସାବିତ୍ରୀ ହନ୍ତାଳ ଏବଂ କମୁ ବାଲଡି (୧୮) ବୋଲି ଓଡ୍ରାଫ୍‌ର ଡେପୁଟି ସୁବେଦାର ଶ୍ରୀନିବାସ ରେଡ୍ଡି କହିଛନ୍ତି। କମୁଙ୍କ ମାଆବାପା କେହି ନାହାନ୍ତି। ସେ ଗ୍ରାମବାସୀଙ୍କ ସହ ଯାତ୍ରା ଦେଖିବାକୁ ଯାଇ ସେମାନଙ୍କ ସହ ଡଙ୍ଗାରେ ଫେରୁଥିଲେ। ରେଡ୍ଡିଙ୍କ ନେତୃତ୍ୱରେ ହାବିଲଦାର ରାଜେଶ ସାହୁ, ହାବିଲଦାର ବିଜୟ ହରିଜନଙ୍କ ସମେତ ଅନ୍ୟମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଗୁରୁବାର ରାତିରେ ଏହି ଟିମ୍‌ ବବିତାଙ୍କ ମୃତଦେହ ଜବତ କରିଥିବାବେଳେ ଶୁକ୍ରବାର ଉପରୋକ୍ତ ୨ ମହିଳା ଓ ଜଣେ ଯୁବକଙ୍କ ମୃତଦେହ ଜବତ କରିଛନ୍ତି। ଏହି ମୃତଦେହ ମିଳିବା ପରେ ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ମୃତ୍ୟୁବରଣ କରିଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ଜିଲା ରେଡ୍‌କ୍ରସ୍‌ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ୧୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ପଞ୍ଚାୟତ ପକ୍ଷରୁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ଲମତାପୁଟ ଉମ୍ବେଲକୁ ଚଇତିଯାତ୍ରା ଦେଖିବା ପାଇଁ ଯାଇ ସେଠାରୁ ନିଜ ଘର ରାଜପୁଟ ପଞ୍ଚାୟତର ମୁଖିବୁଡ଼େଇକୁ ଏକ ଦେଶୀ ଡଙ୍ଗାରେ ୮ ଜଣ ବ୍ୟକ୍ତି ଫେରୁଥିବାବେଳେ କୋଲାବ ଜଳଭଣ୍ଡାରର ତେନ୍ତୁଳିପଡ଼ା ଘାଟ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ଫଳରେ ଡଙ୍ଗାରେ ଥିବା ପୂର୍ଣ୍ଣ ମୁଦୁଲି, କବିତା ଜାନି, ମଦନ କାଲପାଡିଆ, ନୀଳା ଜାନି ୪ ଜଣ ପହଁରି ପହଁରି କୂଳକୁ ଆସିଥିଲେ। ଅନ୍ୟ ୪ ଜଣ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ସୁନାବେଡ଼ା ଏସ୍‌ଡିପିଓଙ୍କ ସମେତ ସେମିଳିଗୁଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ା ପରେ କୋରାପୁଟରୁ ଓଡ୍ରାଫ ଟିମ୍‌ ଆସି ଏଥିରେ ସାମିଲ ହୋଇଥିଲେ। ମୃତଦେହ ମିଳିବା ପରେ ସମ୍ପୃକ୍ତ ଗ୍ରାମରେ ଶୋକର ଛାୟା ଖେଳାଯାଇଛି। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତକଙ୍କ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri