ଓଡ଼ିଶାର ୩୯ ସହରରେ ଜିଓ ଫାଇବର

ନୂଆଦିଲ୍ଲୀ,୧୫।୪: ହାଇ ସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ଜିଓ ଫାଇବର ବର୍ତ୍ତମାନ ଓଡ଼ିଶାର ୩୯ରୁ ଅଧିକ ସହର ଓ ନଗରରେ ଉପଲବ୍ଧ। ନିକଟରେ ବାରିପଦା, ଉମରକୋଟ୍‌, ପାରଳାଖେମୁଣ୍ଡି ଓ ସୋନପୁର ଭଳି ସହରର ପ୍ରମୁଖ ଅଞ୍ଚଳରେ ଜିଓ ଫାଇବର ବ୍ରଡ୍‌ବ୍ୟାଣ୍ଡ୍‌ ସେବାର ଶୁଭାରମ୍ଭ ହୋଇଥିବା ବେଳେ କମ୍ପାନୀ ଅନ୍ୟ ପ୍ରମୁଖ ସହର ଓ ନଗରକୁ ଏହାର ସେବା ଦ୍ରୁତଗତିରେ ସମ୍ପ୍ରସାରଣ କରୁଛି। ଏପରିକି ଜିଓଫାଇବର ସେବା ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୋଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ରୋଡ୍‌, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା, ବରଗଡ଼, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡ଼ବିଲ, ବାରିପଦା, ଉମରକୋଟ, ପାରଳାଖେମୁଣ୍ଡି ଓ ସୋନପୁର ଭଳି ସହରରେ ଉପଲବ୍ଧ। ପୂର୍ବରୁ ଜିଓ ଫାଇବର ଉପଲବ୍ଧ ଥିବା ସହରଗୁଡ଼ିକର ନୂଆ ଅଞ୍ଚଳ ତଥା ସହର ଉପକଣ୍ଠକୁ ସେବାର ବ୍ୟାପକ ଭାବେ ସମ୍ପ୍ରସାରଣ କରାଯାଉଥିବା ବେଳେ ବ୍ୟକ୍ତିଗତ ପରିବାରଠାରୁ ଆରମ୍ଭକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟ ଓ ବିଭିନ୍ନ କ୍ଷେତ୍ରର ପେସାଦାରମାନଙ୍କ ଭଳି ହଜାର ହଜାର ଗ୍ରାହକଙ୍କ ଆବଶ୍ୟକତା ପୂରଣକରି ସେମାନଙ୍କ ପାଖରେ ଅସୀମିତ ମନୋରଞ୍ଜନ, ଖବର, ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ଲାଟ୍‌ଫର୍ମ ପହଞ୍ଚାଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି। ଅପରପକ୍ଷରେ ଜିଓ ପକ୍ଷରୁ ମାସିକ ମାତ୍ର ୧୯୮ ଟଙ୍କାରେ ୧୦ ଏମ୍‌ବିପିଏସ୍‌ର ଅସୀମିତ ହୋମ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସହ ନୂଆ ବ୍ରଡ୍‌ବ୍ୟାଣ୍ଡ୍‌ ‘ବ୍ୟାକ୍‌-ଅପ୍‌ ପ୍ଲାନ୍‌’ ସମ୍ପର୍କରେ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri