ଘାଟକୂଳରେ ପଡ଼ିରହିଛି ବୋଟ୍‌ ଆମ୍ବୁଲାନ୍ସ: କାନ୍ଧରେ ବୁହାହୋଇ ବୋଟ୍‌କୁ ଯାଉଛନ୍ତି ରୋଗୀ

ମହାକାଳପଡ଼ା, ୯ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ନଦୀନାଳ ଘେରା ବତିଘର ପଞ୍ଚାୟତରେ ୧୨ ହଜାର ଲୋକଙ୍କ ସ୍ବାସ୍ଥ୍ୟସେବା ଯୋଗାଇଦେବା ଅପହଞ୍ଚ ପାଲଟିଛି। ଏହି ଅଞ୍ଚଳକୁ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ରୋଗୀମାନେ ବାଧ୍ୟହୋଇ ନଦୀ ପାର ହୋଇ ପାରାଦୀପ, ମହାକାଳପଡ଼ା ଓ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮-୧୯ଠାରୁ ଏକ ସ୍ବତନ୍ତ୍ର ବୋଟ୍‌ ଆମ୍ବୁଲାନ୍ସ ଯୋଗାଇ ଦେଉଛନ୍ତି। ଅଧିକ ଚିକିତ୍ସା ପାଇଁ ରୋଗୀମାନେ ବୋଟ୍‌ ଆମ୍ବୁଲାନ୍ସରେ ପାରାଦୀପ, ରାମନଗର, ମହାକାଳପଡ଼ାକୁ ଯାତାୟାତ କରିଥାନ୍ତି। ହେଲେ ସମୁଦ୍ର ଜୁଆର ପତ୍ତନ ପାଣି ମାଡ଼ିଲେ ଘାଟ କୂଳକୁ ଯାତାୟାତ ପ୍ରଭାବିତ ହେଉଛି। ଅପରପକ୍ଷରେ ଉତ୍ତର ଖୋଳା ନଦୀ ଆମ୍ବୁଲାନ୍ସ ଘାଟ କୂଳରେ ଆମ୍ବୁଲାନ୍ସ ରହୁଛି। ଫଳରେ ରୋଗୀମାନେ ଚିକିତ୍ସା ପାଇଁ ରାତି ହେଉ କି ଦିନରେ ଏହି ଘାଟକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
୩ ଦିନ ପୂର୍ବେ ଜଣେ ଗୁରୁତର ଅବସ୍ଥାରେ ରୋଗୀଙ୍କୁ ବୋଟ୍‌ ଆମ୍ବୁଲାନ୍ସ ଯୋଗେ ନେବାକୁ ଘାଟ କୂଳକୁ ପରିବାର ଲୋକେ ନେଇଥିଲେ। ହେଲେ ଠିକାଦାର ଘାଟ କୂଳରେ ବାଲି,ଗୋଡ଼ି, ପଥର, ମୋରମ ଜମା କରିଥିବାରୁ ପରିବାର ଲୋକେ ରୋଗୀଙ୍କୁ ବାଧ୍ୟ ହୋଇ କାନ୍ଧ ଭାରରେ ବୋଟ୍‌ ଆମ୍ବୁଲାନ୍ସ ନେଇଥିବା ଦେଖିବକୁ ମିଳିଛି। ବତିଘର ପଞ୍ଚାୟତରେ ବିଭିନ୍ନ ସ୍ଥାନରେ କୋଠାବାଡ଼ି, ଘେରି ନଦୀବନ୍ଧ ନିର୍ମାଣ କାର୍ଯ୍ୟ ହେଉଥିବାରୁ ଠିକାଦାରମାନେ ଏହି ଆମ୍ବୁଲାନ୍ସ ଘାଟକୂଳରେ ସାମଗ୍ରୀ ରଖିଥିବା କୁହାଯାଇଛି। ତୁରନ୍ତ ଏହି ଘାଟକୂଳରୁ ସାମଗ୍ରୀଗୁଡିକୁ ହଟାଇବାକୁ ସ୍ଥାନୀୟ ଲୋକାମାନେ ଦାବି କରିଛନ୍ତି। ନଚେତ୍‌ ଜିଲା ପ୍ରଶାସନ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ରାଉତଙ୍କୁ ପଚାରିବାରେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର୍‌ ଆୟାରଙ୍କୁ ପଚାରିବାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri