ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ବୋର୍ଡ ପ୍ରକାଶ କଲା ନୂଆ ପ୍ରୋଗ୍ରାମ

ହାଟଡିହୀ,୨୦ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଥିବା ଓରାଳି ନର୍ସିଂ ସ୍କୁଲର ଛାତ୍ରୀଛାତ୍ରଙ୍କର ଡିସେମ୍ବର ୧୮ ଏବଂ ୧୯ରେ ହେବାକୁ ଥିବା ପରୀକ୍ଷା ବନ୍ଦ ହୋଇଥିଲା। ଏହି ପରୀକ୍ଷା ଜାନୁୟାରୀ ୫ ଏବଂ ୬ରେ ହେବ ବୋଲି ପ୍ରୋଗ୍ରାମ ପ୍ରକାଶ ପାଇଛି। ହାଟଡିହୀ କଲେଜକୁ ପରୀକ୍ଷା କେନ୍ଦ୍ର ଭାବେ ନିରୂପଣ କରାଯାଇଛି। ଏଠାରେ ୯୦ ଜଣ ପରୀକ୍ଷା ଦେବେ। ଫଳରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସି ପ୍ରକଟ ହୋଇଛି।

ହାଟଡିହୀ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ କହିଛନ୍ତି, ପରୀକ୍ଷା ହଠାତ୍‌ ବନ୍ଦ ହୋଇଯାଇଥିଲା। ପୁନର୍ବାର ପରୀକ୍ଷା ହେବ ବୋଲି ଶୁଣିବାକୁ ପାଇଛୁ। କିନ୍ତୁ ନୋଟିସ ପାଇନୁ। ତେବେ ଏପରି ସମସ୍ୟା କେବଳ ହାଟଡିହୀ ଅଞ୍ଚଳରେ ଥିବା ନର୍ସିଂ ସ୍କୁଲ ପାଇଁ ନୁହେଁ, ଏହା ସାରା ରାଜ୍ୟର ସମସ୍ୟା ଅଟେ। ଓଡ଼ିଶା ନର୍ସେସ ଆଣ୍ଡ୍‌ ମିଡ଼ଓ୍ବାଇଭିସ୍‌ ଏକ୍‌ଜାମିନେଶନ ବୋର୍ଡ(ଓଏନ୍‌ଏମ୍‌ ଇବି) ପକ୍ଷରୁ ଗତ ୧୧.୧୨.୨୦୨୩ରୁ ପରୀକ୍ଷା ଆରମ୍ଭ ହୋଇ ୧୯.୧୨.୨୦୨୩ରେ ଶେଷ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବୋର୍ଡ ତରଫରୁ ୧୭.୧୨.୨୦୨୩ରେ ନୋଟିସ୍‌ ନଂ ୯୪୭/ଏନ୍‌ଇବି-୩/୨୦୨୩ ଅନୁସାରେ ୧୮ ଏବଂ ୧୯ ତାରିଖ ଦୁଇଦିନରେ ଅନୁଷ୍ଠିତ ହେବାକୁ ଥିବା ଜିଏନ୍‌ଏମ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବନ୍ଦ କରାଯାଇଥିଲା। ହଠାତ୍‌ ପରୀକ୍ଷା ବନ୍ଦ ହେବାକୁ ନେଇ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତାର କାରଣ ସାଜିବା ସହ ବିଭିନ୍ନ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏ ନେଇ ଓଡ଼ିଶା ପୋଷ୍ଟ ଖବର କାଗଜରେ ଗତ ଡିସେମ୍ବର ୧୮ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଦୁଇଦିନ ପରେ ଅର୍ଥାତ୍‌ ୨୦.୧୨.୨୦୨୩ରେ ବୋର୍ଡ ଚିଠି ନଂ ୯୫୯/ଏନ୍‌ଇବି-୩/୨୦୨୩ ଅନୁସାରେ ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ନୂତନ ପ୍ରୋଗ୍ରାମ ପ୍ରକାଶ କରିଛି। ଆସନ୍ତା ଜାନୁୟାରୀ ୫ ଏବଂ ୬ ତାରିଖ ଦୁଇଦିନ ପାଇଁ ପରୀକ୍ଷା ହେବ ବୋଲି ସ୍ଥିରୀକୃତ ହୋଇଛି। ଖୁବ୍‌ କମ୍‌ ସମୟରେ ପରୀକ୍ଷା ପ୍ରୋଗ୍ରାମ ପ୍ରକାଶ ପାଇବା ଦିଗରେ ବୋର୍ଡର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ମାତ୍ର ପ୍ରଶ୍ନପତ୍ର ଲିକ୍‌ କିପରି ହେଲା ଏବଂ କିଏ କଲା ସେଇ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡିଛି ଓଏନ୍‌ଏମ୍‌ଇବି ସେକ୍ରେଟାରୀ ବାସନ୍ତୀ ବେହେରା କହିଛନ୍ତି, ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ଏବଂ ବୋର୍ଡ ତରଫରୁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ରରେ ପ୍ରଶ୍ନ ସମାନ ଥିବାରୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ଶୀଘ୍ର କିପରି ହେବ ତାହାକୁ ଆମେ ପ୍ରାଥମିକତା ଦେଉଛୁ। କିନ୍ତୁ ଏପରି ଘଟଣା ପଛରେ ତଦନ୍ତ ଏବଂ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ପଚାରିବାରୁ ସେ ନୀରବ ରହିବା ସହ ଆମ ଉପରେ ଅଧିକାରୀ ଅଛନ୍ତି, ସେମାନେ ବୁଝିବେ ବୋଲି କହିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ନାଗରିକ ଗଣେଶ ପ୍ରସାଦ କରଶର୍ମା ‘ଏକ୍ସ’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ କରି ପ୍ରଶ୍ନପତ୍ର ଲିକ୍‌ ପଛରେ ତଦନ୍ତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri