ସରୁନି ବିଏମ୍‌ସି ନୂଆ ମୁଖ୍ୟାଳୟ ନିର୍ମାଣ

ଭୁବନେଶ୍ୱର,୪।୭ (ବ୍ୟୁରୋ): କାମ ଆରମ୍ଭ ହେବାର ଦୁଇବର୍ଷ ପରେ ବି ବହୁ ପ୍ରତୀକ୍ଷିତ ବିଏମ୍‌ସିର ନୂତନ ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନି। ୨୦୧୯ ଜୁନ୍‌ରେ ସତ୍ୟନଗର ଶ୍ମଶାନ ସମ୍ମୁଖରେ ଏହି ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଥିଲା। ଦୁଇବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୧ ଜୁନ୍‌ ଶେଷ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୭୩ କୋଟି ଟଙ୍କା ବଜେଟରେ ରାଜଧାନୀର ସବୁଠାରୁ ଆକର୍ଷଣୀୟ ସରକାରୀ କାର୍ଯ୍ୟାଳୟ ଭାବେ ଏହି ବିଲ୍ଡିଂ ନିର୍ମାଣ କରାଯାଉଛି। ଏଠାରେ ବିଏମ୍‌ସିର ନୂଆ ମୁଖ୍ୟାଳୟ ସହିତ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) ନିର୍ମାଣ ମଧ୍ୟ ଚାଲିଛି। ତେବେ କାର୍ଯ୍ୟାଳୟର ଅଧିକାଂଶ କାର୍ଯ୍ୟ ସରି ଯାଇଥିବାବେଳେ ଏବେ କେବଳ ଇଣ୍ଟେରିୟର କାମ ଚାଲିଥିବା ସ୍ମାର୍ଟସିଟି ପକ୍ଷରୁ କୁହାଯାଉଛି। ବାରମ୍ବାର ଏ ନେଇ ବିଭାଗୀୟ ଅଧିକାରୀମାନେ ସମୀକ୍ଷା କରୁଥିଲେ ମଧ୍ୟ ଇଣ୍ଟେରିୟର କାମ କେତେଦିନ ଲାଗିବ ଓ କେବେ ବିଲ୍ଡିଂର ଉଦ୍‌ଘାଟନ ହେବ ସେ ନେଇ ସୂଚନା ଦିଆଯାଉନାହିଁ। ତେଣୁ ଏଠାରେ ବିଏମ୍‌ସି କାର୍ଯ୍ୟାଳୟ କେବେ ଆରମ୍ଭ ହେବ ଏବଂ ଲୋକଙ୍କ ପାଦ ପଡ଼ିବ ତାହା ଅନିଶ୍ଚିତତାରେ ରହିଛି।
ସୂଚନାଯୋଗ୍ୟ, ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂ ୪.୦୪ ଏକର ଜମିରେ ନିର୍ମାଣ ହେଉଛି। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହିତ ଗ୍ରାଉଣ୍ଡ ଫ୍ଲୋର୍‌ରେ ବିଏମ୍‌ସି କାର୍ଯ୍ୟାଳୟ ରହିବ। ସେହିପରି ୪ର୍ଥ ମହଲାରେ ବିଏମ୍‌ସି କମିଶନରଙ୍କ ଚାମ୍ବର ରହିବ ବୋଲି ସୂଚନା ଦିଆଯାଇଛି। କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବଡ଼ କନ୍‌ଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍‌ ଆଦି ମଧ୍ୟ ରହିବ। ସେହିପରି ଆଇସିଓଏମ୍‌ସି କାର୍ଯ୍ୟାଳୟରୁ ପୂରା ଭୁବନେଶ୍ୱର ଉପରେ ନଜର ରହିବ। ତତ୍କାଳୀନ ବିଏମ୍‌ସି କମିଶନର କ୍ରିଷନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଉପରୋକ୍ତ ସ୍ଥାନ ଚୂଡ଼ାନ୍ତ ହୋଇଥିଲା। ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବା ପରେ କାମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କ୍ରିଷନ କୁମାର, ଶୁଭମ୍‌ ସକ୍ସେନା, ସମର୍ଥ ବର୍ମା, ପ୍ରେମଚନ୍ଦ୍ର ଚୌଧାରୀ, ସଞ୍ଜୟ କୁମାର ସିଂହଙ୍କୁ ମିଶାଇ ୫ଜଣ କମିଶନରଙ୍କ ବଦଳି ହୋଇଗଲେଣି। ଏହାସତ୍ତ୍ୱେ ବିଏମ୍‌ସି ମୁଖ୍ୟାଳୟର ନିର୍ମାଣ କାର୍ଯ୍ୟ ସରିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri