ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ବିଏମ୍‌ସି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ରାଜଧାନୀରେ ଗୁରୁବାର ହୋଇଥିବା ବର୍ଷାରେ ସହରର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବା ପରେ ବିଏମ୍‌ସିର ଚେତା ପଶିଛି। ବାହାଘରବେଳେ ବାଇଗଣ ରୋଇବା ଭଳି ମୌସୁମୀ ଆସିବା ପରେ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇ ସ୍ଥିତି ସୁଧାରିବା ଲାଗି ମାନସମନ୍ଥନ କରାଯାଇଛି। ଡ୍ରେନ୍‌ ସାଙ୍ଗକୁ ସଂଲଗ୍ନ ରାସ୍ତା ଓ କଞ୍ଜରଭେନ୍ସି ଇତ୍ୟାଦିରେ ପେଭର ବ୍ଲକ କାର୍ଯ୍ୟ କରିବା ସହ ୧୧ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।
ବର୍ଷା ଆରମ୍ଭ ହୋଇଥିବାବେଳେ ଏ ଯାଏ ସହରର ସମସ୍ତ ଡ୍ରେନ୍‌ ସଫା ହୋଇ ପାରି ନ ଥିବାରୁ ସମସ୍ୟା ଉପୁଜିବାରେ ଲାଗିଛି। ଜୁନ୍‌ ୧୨ରେ ମେୟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସପ୍ତାହ ମଧ୍ୟରେ ସମସ୍ତ ଡ୍ରେନ୍‌ କାମ ସାରିବାକୁ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମେୟର କହିଥିଲେ। ହେଲେ ବର୍ଷା ଯୋଗୁ ସହରର ଜଳ ନିଷ୍କାସିତ ହୋଇ ନ ପାରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ କାହା ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପକ୍ଷରେ ସହରର ସ୍ଥିତିକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ବିଏମ୍‌ସି ପ୍ରକଳ୍ପ କରି ସମସ୍ୟାର ସମଧାନ କରିବାକୁ ଅଣ୍ଟା ଭିଡିଛି।
ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ୨୪ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୭୦୦୮୪୭୫୪୫୫ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି ସେମାନେ ଭୟଭୀତ ନ ହୋଇ ବିଏମ୍‌ସିକୁ ସୂଚନା ଦେବା ପାଇଁ ମେୟର ଅନୁରୋଧ କରିଛନ୍ତି। ଏଥିସହ ସ୍ବତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବର୍ଷା ବିପତ୍ାତ ଏବଂ ଜଳବନ୍ଦୀ ଜନିତ ସମସ୍ୟା ବାବଦରେ ନାଗରିକମାନେ ସୂଚନା ଦେବାକୁ କୁହାଯାଇଛି। ମୌସୁମୀ ଜନିତ ବର୍ଷା ଯୋଗୁଁ ଯେପରି କୌଣସି ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ଉପ-ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ସମୟରେ ଡ୍ରେନ କାର୍ଯ୍ୟ, ଜଳ ନିଷ୍କାସନ, ପରିମଳକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଚାଲୁ ରହିବ ବୋଲି ମେୟର ସୂଚନା ଦେଇଥିଲେ। ଅପରପକ୍ଷେ ଶୁକ୍ରବାର ହୋଇଥିବା କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକର ସ୍ବତନ୍ତ୍ର ଆଲୋଚନାରେ ସହରର ବିବିଧ ଉନ୍ନତି ମୂଳକପ୍ରକଳ୍ପ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିବେକାନନ୍ଦ ମାର୍ଗ ସ୍ଥିତ ଆର୍‌ ଆଣ୍ଡ ବି ରାସ୍ତା ବାମପାର୍ଶ୍ୱ ଡ୍ରେନକୁ ୫୫ ନମ୍ବର ୱାର୍ଡରେ ଥିବା ୭ ନଂ. ମୁଖ୍ୟ ଡ୍ରେନ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ, ୩୨ ନଂ. ୱାର୍ଡର ମହାଦେବ ନଗର ଛକରୁ ଗଙ୍ଗୁଆ ବ୍ରିଜ୍‌ ପର୍ଯ୍ୟନ୍ତ ବକ୍ସ ଡ୍ରେନ ଓ ରାସ୍ତା ନିର୍ମାଣ, ଦୟା ୱେଷ୍ଟ କେନାଲରୁ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତା ଓସ୍କାର ସିଟି ଦେଇ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଆରସିସି ଡ୍ରେନ ସହ ସ୍ଲାବ ନିର୍ମାଣ, ୱାର୍ଡ ନଂ. ୫ ସତ୍ୟ ବିହାର ଭିତରେ ଥିବା ଶାଖା ଡ୍ରେନଗୁଡିକୁ ମୁଖ୍ୟ ଡ୍ରେନ ସହ ସଂଯୋଗ କରିବା ଏବଂ ସେଗୁଡିରେ ସ୍ଲାବ ପକାଇବା, ୩୮ ନଂ. ୱାର୍ଡରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ସର୍ଭିସ ରୋଡ ପର୍ଯ୍ୟନ୍ତ ଆର୍‌ସିସି ଡ୍ରେନ ଓ ସ୍ଲାବ ନିର୍ମାଣ, ୪୩ ନଂ. ୱାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ଫିସେରି ଟ୍ୟାଙ୍କ ଆଖପାଖରେ ଆରସିସି ବକ୍ସ ସେଲ୍‌ ଡ୍ରେନ୍‌ (ପ୍ଲଟ ନଂ. ୩୭୭୭ ରୁ ପ୍ଲଟ ନଂ ୮୪୨ ପର୍ଯ୍ୟନ୍ତ) ନିର୍ମାଣ, ୪ ନଂ. ୱାର୍ଡ ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲରୁ ଜୟଦେବ କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ରୁଦ୍ରପୁର କେନାଲ ବ୍ରିଜ୍‌ଠାରୁ ମୁସଲିମ ସାହି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ୪ ନଂ. ୱାର୍ଡରେ ଥିବା ପୁରୁଣା ଜେନା ଢାବାଠାରୁ ଝାଲିଆ ଗଡ଼ ଆଡକୁ ହରିଦାସପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ପୁରୀ ମୁଖ୍ୟ କେନାଲ ଝାଲିଆ ଗଡଠାରୁ ୟୁ.ଏନ୍‌. ରଥ ଘର ଏବଂ ବାସୁଦେବ ଛକ ଦେଇ ମହାରଥା ବିଦ୍ୟାପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ଅନୁମୋଦନ କରିଛି। ସେହିପରି ମୌସୁମୀ ସମୟରେ ନିୟମିତ ଭାବେ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜୋନ୍‌ ସ୍ତରୀୟ ଟିମ୍‌ ଗଠନ କରାଯିବାକୁ ନିର୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri