ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ବିଏମ୍‌ସି

ଭୁବନେଶ୍ୱର, ୨୪।୬ (ବନ୍ଦନା ସେଠୀ): ରାଜଧାନୀରେ ଗୁରୁବାର ହୋଇଥିବା ବର୍ଷାରେ ସହରର ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେବା ପରେ ବିଏମ୍‌ସିର ଚେତା ପଶିଛି। ବାହାଘରବେଳେ ବାଇଗଣ ରୋଇବା ଭଳି ମୌସୁମୀ ଆସିବା ପରେ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇ ସ୍ଥିତି ସୁଧାରିବା ଲାଗି ମାନସମନ୍ଥନ କରାଯାଇଛି। ଡ୍ରେନ୍‌ ସାଙ୍ଗକୁ ସଂଲଗ୍ନ ରାସ୍ତା ଓ କଞ୍ଜରଭେନ୍ସି ଇତ୍ୟାଦିରେ ପେଭର ବ୍ଲକ କାର୍ଯ୍ୟ କରିବା ସହ ୧୧ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।
ବର୍ଷା ଆରମ୍ଭ ହୋଇଥିବାବେଳେ ଏ ଯାଏ ସହରର ସମସ୍ତ ଡ୍ରେନ୍‌ ସଫା ହୋଇ ପାରି ନ ଥିବାରୁ ସମସ୍ୟା ଉପୁଜିବାରେ ଲାଗିଛି। ଜୁନ୍‌ ୧୨ରେ ମେୟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସପ୍ତାହ ମଧ୍ୟରେ ସମସ୍ତ ଡ୍ରେନ୍‌ କାମ ସାରିବାକୁ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମେୟର କହିଥିଲେ। ହେଲେ ବର୍ଷା ଯୋଗୁ ସହରର ଜଳ ନିଷ୍କାସିତ ହୋଇ ନ ପାରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ କାହା ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅନ୍ୟପକ୍ଷରେ ସହରର ସ୍ଥିତିକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ବିଏମ୍‌ସି ପ୍ରକଳ୍ପ କରି ସମସ୍ୟାର ସମଧାନ କରିବାକୁ ଅଣ୍ଟା ଭିଡିଛି।
ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଏମ୍‌ସି ପକ୍ଷରୁ ଦୁଇଟି ୨୪ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୭୦୦୮୪୭୫୪୫୫ ଜାରି କରାଯାଇଛି। ଯେଉଁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି ସେମାନେ ଭୟଭୀତ ନ ହୋଇ ବିଏମ୍‌ସିକୁ ସୂଚନା ଦେବା ପାଇଁ ମେୟର ଅନୁରୋଧ କରିଛନ୍ତି। ଏଥିସହ ସ୍ବତନ୍ତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବର୍ଷା ବିପତ୍ାତ ଏବଂ ଜଳବନ୍ଦୀ ଜନିତ ସମସ୍ୟା ବାବଦରେ ନାଗରିକମାନେ ସୂଚନା ଦେବାକୁ କୁହାଯାଇଛି। ମୌସୁମୀ ଜନିତ ବର୍ଷା ଯୋଗୁଁ ଯେପରି କୌଣସି ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ଉପ-ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ସମୟରେ ଡ୍ରେନ କାର୍ଯ୍ୟ, ଜଳ ନିଷ୍କାସନ, ପରିମଳକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଉଥିବା ବେଳେ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ଚାଲୁ ରହିବ ବୋଲି ମେୟର ସୂଚନା ଦେଇଥିଲେ। ଅପରପକ୍ଷେ ଶୁକ୍ରବାର ହୋଇଥିବା କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ବୈଠକର ସ୍ବତନ୍ତ୍ର ଆଲୋଚନାରେ ସହରର ବିବିଧ ଉନ୍ନତି ମୂଳକପ୍ରକଳ୍ପ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିବେକାନନ୍ଦ ମାର୍ଗ ସ୍ଥିତ ଆର୍‌ ଆଣ୍ଡ ବି ରାସ୍ତା ବାମପାର୍ଶ୍ୱ ଡ୍ରେନକୁ ୫୫ ନମ୍ବର ୱାର୍ଡରେ ଥିବା ୭ ନଂ. ମୁଖ୍ୟ ଡ୍ରେନ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ, ୩୨ ନଂ. ୱାର୍ଡର ମହାଦେବ ନଗର ଛକରୁ ଗଙ୍ଗୁଆ ବ୍ରିଜ୍‌ ପର୍ଯ୍ୟନ୍ତ ବକ୍ସ ଡ୍ରେନ ଓ ରାସ୍ତା ନିର୍ମାଣ, ଦୟା ୱେଷ୍ଟ କେନାଲରୁ ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତା ଓସ୍କାର ସିଟି ଦେଇ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ଆରସିସି ଡ୍ରେନ ସହ ସ୍ଲାବ ନିର୍ମାଣ, ୱାର୍ଡ ନଂ. ୫ ସତ୍ୟ ବିହାର ଭିତରେ ଥିବା ଶାଖା ଡ୍ରେନଗୁଡିକୁ ମୁଖ୍ୟ ଡ୍ରେନ ସହ ସଂଯୋଗ କରିବା ଏବଂ ସେଗୁଡିରେ ସ୍ଲାବ ପକାଇବା, ୩୮ ନଂ. ୱାର୍ଡରେ ଥିବା କ୍ରିଷ୍ଣା ଟାୱାରରୁ ଭୋଇସାହି ସର୍ଭିସ ରୋଡ ପର୍ଯ୍ୟନ୍ତ ଆର୍‌ସିସି ଡ୍ରେନ ଓ ସ୍ଲାବ ନିର୍ମାଣ, ୪୩ ନଂ. ୱାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ଫିସେରି ଟ୍ୟାଙ୍କ ଆଖପାଖରେ ଆରସିସି ବକ୍ସ ସେଲ୍‌ ଡ୍ରେନ୍‌ (ପ୍ଲଟ ନଂ. ୩୭୭୭ ରୁ ପ୍ଲଟ ନଂ ୮୪୨ ପର୍ଯ୍ୟନ୍ତ) ନିର୍ମାଣ, ୪ ନଂ. ୱାର୍ଡ ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲରୁ ଜୟଦେବ କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ରୁଦ୍ରପୁର କେନାଲ ବ୍ରିଜ୍‌ଠାରୁ ମୁସଲିମ ସାହି ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ୪ ନଂ. ୱାର୍ଡରେ ଥିବା ପୁରୁଣା ଜେନା ଢାବାଠାରୁ ଝାଲିଆ ଗଡ଼ ଆଡକୁ ହରିଦାସପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଏବଂ ପୁରୀ ମୁଖ୍ୟ କେନାଲ ଝାଲିଆ ଗଡଠାରୁ ୟୁ.ଏନ୍‌. ରଥ ଘର ଏବଂ ବାସୁଦେବ ଛକ ଦେଇ ମହାରଥା ବିଦ୍ୟାପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି ଅନୁମୋଦନ କରିଛି। ସେହିପରି ମୌସୁମୀ ସମୟରେ ନିୟମିତ ଭାବେ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜୋନ୍‌ ସ୍ତରୀୟ ଟିମ୍‌ ଗଠନ କରାଯିବାକୁ ନିର୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri