ଖାଲି ସ୍ଥାନରେ ଅଳିଆ ଢାଳୁଛି ବିଏମ୍‌ସି

ଭୁବନେଶ୍ୱର,୧୮।୧୨(ବନ୍ଦନା ସେଠୀ): ଘର ଆଗରେ ଅଳିଆ ପଡ଼ିବନି, ବିଏମ୍‌ସି ଗାଡ଼ି ଆସି ଘରୁ ଅଳିଆ ସଂଗ୍ରହ କରିବ। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଆଖପାଖ ୫ମିଟର ପରିମିତ ଅଞ୍ଚଳକୁ ସଫା ରଖିବା ସହ ୨ଟି ଲେଖାଏ ଡଷ୍ଟବିନ୍‌ ରଖିବେ। କେହି ଯଦି ବାହାରେ ଅଳିଆ ପକାଇବା ଦେଖାଯାଏ ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ ବୋଲି ବିଏମ୍‌ସି ପକ୍ଷରୁ ତାଗିଦ୍‌ କରାଯାଉଛି। କେବଳ ତାଗିଦ୍‌ ନୁହେଁ, ଅନେକ ଲୋକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ମାତ୍ର ଖୋଦ୍‌ ବିଏମ୍‌ସିର କର୍ମଚାରୀ ବିଭିନ୍ନ ଅଞ୍ଚଳରୁ ଅଳିଆ ସଂଗ୍ରହ କରିବା ପରେ କେଉଁଠାରେ ନେଇ ପକାଉଛନ୍ତି ତାହାର ଖବର ହୁଏତ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଅଥବା ସବୁ ଜାଣିଶୁଣି ଚୁପ୍‌ ବସିଛନ୍ତି। ଲୋକଙ୍କଠାରୁ ଅଳିଆ ଆଣିବା ପରେ ବିଏମ୍‌ସି ସହରରୁ ଆବର୍ଜନା ସଫା କରିଦେଉଛି ବୋଲି କହି ବୁଲୁଥିବାବେଳେ ଏବେ ବିଭିନ୍ନ ଓ୍ବାର୍ଡରେ ଖୋଲା ଡମ୍ଫିଂୟାର୍ଡ ସୃଷ୍ଟି ହୋଇସାରିଲାଣି। ଯେଉଁଠି ଟିକିଏ ଫାଙ୍କା ଜାଗା ମିଳୁଛି ସେଠାରେ ଅଳିଆ ଗଦା କରାଯାଉଛି। ଆଖପାଖରେ ଲୋକ ରହୁଛନ୍ତି କି ନାହିଁ, କୁଢକୁଢ ଆବର୍ଜନା ଗଦା କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡୁଛି କିଛି ବି ଦେଖାଯାଉନି। ସେହିପରି ଖୋଲା ସ୍ଥାନରେ ଆବର୍ଜନା ପଡିବାରୁ ବୁଲା କୁକୁର, ଗାଈ ଖାଦ୍ୟ ଅନ୍ବେଷଣରେ ଆସି ତାହାକୁ ଖିନ୍‌ଭିନ୍‌ କରିବା ଫଳରେ ରାସ୍ତା ଉପରେ ଆବର୍ଜନା ପଡିରହୁଛି। ଏପରିକି ପଲିଥିନ୍‌ରେ ବନ୍ଧା ହୋଇ ରହିଥିବା ଖାଦ୍ୟକୁ ଖାଇବା ଆଶାରେ ଆସି ଅନେକ ସମୟରେ ଗୋରୁ ପଲିଥିନ୍‌ ଖାଇଦେଉଛନ୍ତି। ଫଳରେ ସେମାନଙ୍କ ଜୀବନ ବିପଦରେ ପଡୁଛି। ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି।
ସ୍ବରୂପ, ଓ୍ବାର୍ଡ ନଂ. ୫୮ ଅନ୍ତର୍ଗତ ଚିଲିପୋଖରୀରୁ ଗ୍ୟାରେଜ ଛକ ଯିବା ରାସ୍ତା କଡ଼ରେ ଏକ ବିରାଟ ଜାଗାରେ ପ୍ରତିଦିନ ଆବର୍ଜନା ଗଦା କରାଯାଉଛି। ଟଙ୍କପାଣି ରୋଡ୍‌ରୁ ଗ୍ୟାରେଜ ଛକ ଯିବା ପାଇଁ ଏହା ଶର୍ଟକଟ୍‌ ତଥା ଫାଙ୍କା ରାସ୍ତା ହୋଇଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ତେବେ ରାସ୍ତାକଡ଼ରେ ଆବର୍ଜନା ଗଦାହୋଇ ରହୁଥିବାରୁ ଆଖପାଖ ଅଞ୍ଚଳର ଲୋକେ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି। ଆବର୍ଜନାର ପାହାଡ଼ ସୃଷ୍ଟି ହେବା ପରେ ବିଏମ୍‌ସି ପକ୍ଷରୁ ସେଠାରୁ ଅଳିଆ ଟିଟିଏସ୍‌କୁ ସ୍ଥାନାନ୍ତର କରାଯାଉଛି ଏବଂ ପୁଣି ସେଠାରେ ପ୍ରତିଦିନ ଅଳିଆ ପଡୁଛି। ଏହାର ସୁଯୋଗ ନେଇ ଆଖପାଖ ଏବଂ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ମଧ୍ୟ ପଲିଥିନ୍‌ରେ ଅଳିଆ ଆଣି ସେଠାରେ ଫିଙ୍ଗିଦେଇ ଯାଉଛନ୍ତି। ପାହାଡ଼ ପରି ଗଦା ହୋଇଥିବା ଆବର୍ଜନାରେ ଗତ କିଛିଦିନ ତଳେ ନିଆଁ ଲାଗି ଯାଇଥିଲା। ଯାହାକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଲାଗି କାଠିକର ପାଠ ହୋଇଥିଲା। ତେବେ କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ, ୱାର୍ଡ ନଂ. ୨ ଅନ୍ତର୍ଗତ ନନ୍ଦନ ବିହାର ଭିତରେ ଥିବା ଫାଙ୍କା ସ୍ଥାନରେ ଆଉ ଏକ ଡମ୍ଫିଂୟାର୍ଡ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ୱାର୍ଡ ଏବଂ ଅନ୍ୟ ୱାର୍ଡରୁ ଆସୁଥିବା ନିର୍ମାଣାଧୀନ ବର୍ଜ୍ୟ ଓ ଗଛପତ୍ର ପକାଯାଉଛି। ସେହିପରି ୱାର୍ଡ ନଂ. ୬ ଅନ୍ତର୍ଗତ ଇନଫୋସିଟି ଲିଙ୍ଗରାଜ ବିସ୍କୁଟ କାରଖାନାଠାରୁ କିମ୍ସ ହସ୍ପିଟାଲ ଆଡ଼କୁ ଲମ୍ବିଥିବା ରାସ୍ତା ପାର୍ଶ୍ୱରେ ଅଳିଆ ଗଦା କରାଯାଉଛି। ଡିଏଲଏଫ ଟାଓ୍ବାର ରାସ୍ତାରେ ମଧ୍ୟ କୁଢକୁଢ ଅଳିଆ ପଡ଼ିଛି। ବିଶେଷକରି ଭୂଆଶୁଣୀ ଡମ୍ଫିଂୟାର୍ଡକୁ ଅଳିଆ ଯିବା ବନ୍ଦ ହେବା ପରେ ଆବର୍ଜନା ପରିଚାଳନା କରିବା ବିଏମ୍‌ସି ପାଇଁ କାଠିକର ପାଠ ହୋଇଛି। ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନା ଏମ୍‌ସିସି, ଟିଟିଏସ୍‌ରେ ପରିଚାଳନା କରିବା କଷ୍ଟକର ହେଉଥିବାରୁ ବିଭିନ୍ନ ଅଞ୍ଚଳରେ ଏଭଳି ଡମ୍ଫିୟାର୍ଡ ସୃଷ୍ଟି ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri