BMC କମିଶନରଙ୍କୁ ମାଡ଼ ଘଟଣା: କହୁ କହୁ ସତ ଓଗାଳି ପକାଇଲେ ଜଗନ୍ନାଥ ମୋତେ କରିଥିଲେ, ଜଣାପଡ଼ିଗଲା ଅସଲକଥା….

ଭୁବନେଶ୍ୱର,୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାକୁ ନେଇ ମୁହଁ ଖୋଲିରେ ଜଗନ୍ନାଥ ପ୍ରଧାନ। କହୁକହୁ କହିଦେଲେ  ସବୁ ସତ କଥା।  ମୋତେ BMC ଅତିରିକ୍ତ କମିଶନର ରତ୍ନାକର ଖରାପ ବ୍ୟବହାର କରିଥିଲେ ବୋଲି ଜଗନ୍ନାଥ କହିଛନ୍ତି। ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ କରିଥିଲି। ମୋତେ ତମେ କିଏ, କାହିଁକି ପଚାରୁଛ କହି ବ୍ୟବହାର ଖରାପ କରିଥିଲେ। ସେଥିପାଇଁ ସୋସିଆଲ ମିଡିଆରେ ଗୋଟିଏ ହାତରେ ତାଳି ବାଜେନି ଲେଖିଥିଲି। ୩୪ ନଂ ୱାର୍ଡ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ। କାହିଁକି ଭାଜପା ରାଲିକୁ ଯାଉଛ କହି ତାଗିଦ ମଧ୍ୟ କରିଥିଲେ। ସ୍ବଚ୍ଛ ସାଥୀ ଭଉଣୀ ଜଣଙ୍କ ଖାରବେଳନଗର ଥାନାରେ ଏତଲା ମଧ୍ୟ କରିଛନ୍ତି।

ଘଟଣାକୁ ନେଇ ଜଗନ୍ନାଥ ସୋମବାର ପ୍ରତିକ୍ରିୟା ରଖିଥିଲେ। ଏହି ଘଟଣା ନିନ୍ଦନୀୟ ବୋଲି କହି ସେ ଏହାକୁ ଢାଙ୍କିବାକୁ କେହି ଚେଷ୍ଟା କରିବେ ନାହିଁ ବୋଲି ଦାବି କରିଛନ୍ତି। ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଯୁବକମାନେ ରତ୍ନାକର ସାହୁଙ୍କୁ ‘ଜଗା ଭାଇଙ୍କ ସହ କଥା ହୋଇଛି କି?’ ବୋଲି ପଚାରି ଆକ୍ରମଣ କରିଥିଲେ। ଏହି ଅଭିଯୁକ୍ତମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଧାନ କହିଛନ୍ତି, ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଚିହ୍ନେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏହା ଏକ ନିନ୍ଦନୀୟ ଘଟଣା।

ଅଭିଯୁକ୍ତମାନଙ୍କୁ ‘ତାଙ୍କ ପିଲା’ ବୋଲି ପଚରା ଯିବାରୁ ପ୍ରଧାନ କହିଛନ୍ତି, ଭାଜପା ସରକାର ଜନତାର ସରକାର। ଅତିରିକ୍ତ କମିଶନର ମଧ୍ୟ ଆମର। କାହାକୁ ‘ମୋ ପିଲା’ କୁହାଯିବ ନାହିଁ, ସେମାନଙ୍କୁ ଦୋଷୀ ମାନିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଭାଜପା ଆମର ପରିବାର, ଏହା ଜନତାର ସରକାର। ମୁଁ ପୁଲିସ ସହ କଥା ହୋଇଛି, ସେମାନେ କାର୍ଯ୍ୟାନୁଷ୍ଠାନ ନେବେ।

ଘଟଣାର କାରଣ ସମ୍ପର୍କରେ ପଚରାଯିବାରୁ ପ୍ରଧାନ କହିଛନ୍ତି, ଏହା ଖା ଭୁଞ୍ଜ ଗିଳି କୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି। ଏହା ପୁନରାବୃତ୍ତି ନହେବ ବୋଲି ପଚରାଯିବାରୁ ସେ କହିଛନ୍ତି, ଭବିଷ୍ୟତରେ କ’ଣ ହେବ ତାହା କହି ହେବ ନାହିଁ। ସବୁକିଛିର ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ। ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ବିଜେଡିର ଇତିହାସ ସମସ୍ତେ ଜାଣନ୍ତି। ସେମାନେ ଏବେ ନୂଆ ମଜାକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri