ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ବ୍ଲୁ ଲେକ୍‌’

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କେପିଲାଖରାଜପୁର ପଞ୍ଚାୟତ କାଠଗୋଚ୍ଛି ଅଞ୍ଚଳରେ ଥିବା ମନୁଷ୍ୟକୃତ ‘ବ୍ଲୁ ଲେକ୍‌’ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ୪ ଏକର ଜମି ଉପରେ ସୃଷ୍ଟି ହୋଇଥିବା ବିଶାଳ କୃତ୍ରିମ ପୋଖରୀ, ଯାହାର ଗଭୀର ପ୍ରାୟ ୨୦ମିଟରରୁ ଅଧିକ। ମଝିରେ ଏକ ବିରାଟକାୟ ପଥର ଶୃଙ୍ଗ ଭଳି ରହିଛି। ଏଥିରେ ଥିବା ପାଣିର ରଙ୍ଗ ନୀଳ ଦେଖାଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ବ୍ଲ ଲେକ୍‌ ବୋଲି ଆଖ୍ୟା ଦେଇଛନ୍ତି। ନିକଟରେ ସ୍ବର୍ଣ୍ଣଚୂଡ଼ ପାହାଡ଼, ଜଙ୍ଗଲରେ ପରିପୂର୍ଣ୍ଣ ଚତୁଃପାର୍ଶ୍ୱ ଏହି ଲେକ୍‌ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। କେବଳ ଜିଲାରୁ ନୁହେଁ ପଡୋଶୀ ଜିଲାରୁ ଲୋକମାନେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପରିବାର, ବନ୍ଧୁବାନ୍ଧବଙ୍କ ସହ ସେଲ୍‌ଫି ଉଠାଉଛନ୍ତି। ଏଠାରେ ଚଳଚ୍ଚିତ୍ର, ସିରିଏଲ୍‌, ଆଲବମ୍‌ର ପ୍ରଯୋଜକମାନେ ମଧ୍ୟ ଆସି ଶୁଟିଂ କରୁଛନ୍ତି। ଏହାର ବିକାଶ କରାଗଲେ ପର୍ଯ୍ୟଟକମାନେ ନୌବିହାରର ଆନନ୍ଦ ଉଠାଇବା ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା।
କେବଳ କାଠଗୋଚ୍ଛି ବ୍ଲ ଲେକ୍‌ ନୁହେଁ ଏହାର ପାଖରେ ଥିବା କେପିଲାଖରାଜପୁରରେ ୫ଏକର, ଗୁଜୁଡ଼ିହାର ୧ ଏକର ଏବଂ ଟିଆକଟାର ୧ ଏକର ପରିତ୍ୟକ୍ତ ଖଣି ରହିଛି। ଯାହାର ଗଭୀର ୧୫ରୁ ୨୦ମିଟର। ୨୦୦୯ରୁ ଏସବୁ ଖାଦାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସରକାରୀ ନିୟମାନୁସାରେ ୧୦ମିଟର ଗଭୀର ଖଣିକୁ ପୁନର୍ବାର ନିଲାମ କରାଯାଇପାରିବ ନାହିଁ। ଏହି ପରିତ୍ୟକ୍ତ ଖଣିଗୁଡ଼ିକରେ ମାଛ ଚାଷ କରି ସ୍ଥାନୀୟ ଲୋକଙ୍କ ମାନଦଣ୍ଡ ସଜାଡ଼ିବା ପାଇଁ ୨୦୧୬ରେ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉଦ୍ୟମ ଆରମ୍ଭ କରିଥିଲେ। ରାଜସ୍ବ ବିଭାଗ ସହମତିରେ ମତ୍ସ୍ୟବିଭାଗ ପରାମର୍ଶରେ ସ୍ଥାନୀୟ ଲୋକଙ୍କୁ ସାମିଲ କରି କ୍ଲଷ୍ଟର ମାଧ୍ୟମରେ ସୋସାଇଟି ତିଆରି କରି ମତ୍ସ୍ୟବିଭାଗ ଦ୍ୱାରା ପଞ୍ଜୀକୃତ କରାଇ ସାରିଛନ୍ତି। ଏହି ପାଣିରେ ମତ୍ସ୍ୟଚାଷ ସମ୍ଭବ କି ନୁହେଁ ବିଧାୟକ ଇଂ. ନାୟକ ବିଭାଗୀୟ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୮ରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ବିଶାଳ ଗଗନ ଉପରୋକ୍ତ ଖଣି ଅଞ୍ଚଳକୁ ପରିଦର୍ଶନ କରି ମାଛଚାଷ ସମ୍ଭବ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ଅଧିକ ଗଭୀର ଖାଳରେ କ୍ୟାଚ୍‌ କଲଚର ପଦ୍ଧତିରେ ଚାଷ ପାଇଁ ସେ ପରାମର୍ଶ ଦେଇଥିଲେ। ଏହାପରେ ଜିଲା ମତ୍ସ୍ୟବିଭାଗ ନୀଳଗିରି ତହସିଲଦାରଙ୍କୁ ଚାଷ ପାଇଁ ଅନୁମତି ମାଗିଛନ୍ତି। ସ୍ବର୍ଣ୍ଣଚୂଡ଼ ପାହାଡ଼ ଏବଂ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏସବୁ ସ୍ଥାନ ରହିଛି। ଜିଲା ପ୍ରଶାସନ ପକ୍ଷରୁ ମଛୁଆ, ପାଟଣା, ମହଁିଷାପଟା, କାଠଗୋଚ୍ଛି, ଚଣ୍ଡିପୁର ଅଞ୍ଚଳକୁ ନେଇ ଇକୋଟୁରିଜିମ୍‌ ପ୍ରକଳ୍ପ କରାଗଲେ ଜିଲାର କୁଲଡ଼ିହା ଭଳି ଏହି ସ୍ଥାନ ମଧ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା। ସ୍ଥାନୀୟ ଅଞ୍ଚଳର ଗଙ୍ଗାଧର ମିଶ୍ର କୁହନ୍ତି, ବାଲେଶ୍ୱର ଜିଲାକୁ ପର୍ଯ୍ୟଟକ ବୁଲି ଆସିଲେ କ୍ଷୀରଚୋରା ଗୋପୀନାଥ, ରେମୁଣା ଜଗନ୍ନାଥ ମନ୍ଦିର ବୁଲିବା ପରେ ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚୁଲିଙ୍ଗେଶ୍ୱର ଯିବା ରାସ୍ତାରେ ମିତ୍ରପୁରରୁ ମାତ୍ର ୨ କି.ମ.ି ପରେ ଏହି ବ୍ଲୁ ଲେକ୍‌ ଥିବାରୁ ପର୍ଯ୍ୟଟକମାନେ ଯାଇ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସୁଯୋଗ ପାଉଛନ୍ତି। ନୀଳଗିରି ରେଞ୍ଜର ମନୁୱାର ଖାଁ କହନ୍ତି, ଏହି ଅଞ୍ଚଳର କେତେକ ସ୍ଥାନ ସଂରକ୍ଷିତ ଜଙ୍ଗଲ ପରିସରରେ ରହିଛି। ସରକାରଙ୍କର କୌଣସି ପୁନରୁଦ୍ଧାର ବ୍ୟବସ୍ଥା ନ ଥିବାରୁ ଏପରି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଉକ୍ତ ଅଞ୍ଚଳରେ ଇକୋଟୁରିଜମ୍‌ ଭଳି କୌଣସି ପ୍ରକଳ୍ପ ହେଲେ ବିକାଶ ହୋଇପାରନ୍ତା। ଜିଲା ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ କୁହନ୍ତି, ନୀଳଗିରି ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ୪ଟି ପରିତ୍ୟକ୍ତ ପଥର ଖଣିରେ ମାଛ ଚାଷ କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକ ବିଶାଳ ଗଗନ ସବୁଜ ସଙ୍କେତ ଦେଇଥିଲେ। ନୀଳଗିରି ତହସିଲଦାରଙ୍କ ଅନୁମତି ପାଇଁ ବିଭାଗର ଚିଠି ହୋଇଛି। ଅନୁମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri