ପୁରୀ ବେଳାଭୂମିରେ ଉଡ଼ିଲା ବ୍ଲୁ ଫ୍ଲାଗ୍‌

ପୁରୀ ଅଫିସ, ୨୯।୧୨: ପୁରୀର ସ୍ବର୍ଣ୍ଣିମ ବେଳାଭୂମିକୁ ବିଧିବଦ୍ଧ ଭାବେ ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିଛି। ଏଥିଲାଗି ପୁରୀ ବେଳାଭୂମି ୩୩ଟି ସର୍ତ୍ତ ପୂରଣ କରିଛି। ଅନ୍ତର୍ଜାତୀୟ ଜୁରି ସଂସ୍ଥା ଡେନ୍‌ମାର୍କର ଫି (ଫାଉଣ୍ଡେଶନ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଏଜୁକେଶନ) ପକ୍ଷରୁ ଏହି ପ୍ରମାଣନ ମିଳିଥିବା ସୋମବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଦେଢବର୍ଷ ଧରି ଦିଗ୍‌ବାରେଣୀ ଛକଠାରୁ ହୋଟେଲ ମେ’ ଫେୟାର ପର୍ଯ୍ୟନ୍ତ ୮୬୦ ମିଟର ପରିବ୍ୟାପ୍ତ ବେଳାଭୂମି ଅଞ୍ଚଳକୁ ସ୍ବତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ ସହ ବିକଶିତ କରାଯାଇଥିଲା। ଫଳସ୍ବରୂପ ପୁରୀ ବେଳାଭୂମି ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛି।
ଏହି ଉପଲକ୍ଷେ ସୋମବାର ଆୟୋଜିତ କାର୍ଯ୍ୟକ୍ରମକୁ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଭିଡିଓ କନଫରେନ୍ସ ଜରିଆରେ ଉଦ୍‌ଘାଟନ କରିଛନ୍ତି। ସେହିପରି ପୁରୀ ବେଳାଭୂମିରେ ବ୍ଲୁ-ଫ୍ଲାଗ୍‌ ଉତ୍ତୋଳନ ହୋଇଛି। ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବେଶ୍‌ ଆକର୍ଷଣୀୟ। ଏବେ ଏହି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ଭାବେ ବିଧିବଦ୍ଧ ଘୋଷଣା ପରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ପୁରୀ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ପ୍ରଦୂଷଣମୁକ୍ତ ଓ ସ୍ବଚ୍ଛ ରଖିବା ପାଇଁ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ପର୍ଯ୍ୟଟକଙ୍କ ଲାଗି ଏଠାରେ ସମସ୍ତ ସୁବିଧା ରହିଛି। ସ୍ବଚ୍ଛ ଓ ସବୁଜିମା ପରିବେଶ ସାଙ୍ଗକୁ ବସିବା ପାଇଁ ଛତ୍ରୀ, ବାଥିଂଜୋନ୍‌, ଚେଞ୍ଜିଂରୁମ୍‌, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ, ଫାଷ୍ଟଏଡ୍‌, ବ୍ୟାୟାମ ଉପକରଣ, ପିଲାଙ୍କ ପାଇଁ କ୍ରୀଡ଼ା ଉପକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସ୍ନାନ ନିମନ୍ତେ ପାଣିର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପରିବେଶଭିତ୍ତିକ ନିର୍ମାଣକୁ ପ୍ରାଥମିକତା ଦିଆଯାଇ ବାଉଁଶର ବ୍ୟାପକ ବ୍ୟବହାର, ୱାଚ୍‌ ଟାୱାର ନିର୍ମାଣ ସହ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ସିସିଟିଭି ଖଞ୍ଜାଯିବା ସହ ଲାଇଫ୍‌ଗାର୍ଡ ତଥା ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପର୍ଯ୍ୟଟକଙ୍କୁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଦେବା ଲାଗି ପ୍ରାୟ ସାଢେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେଣୁ ୟୁଏନ୍‌ଇପି, ୟୁନେସ୍କୋ, ଆଇୟୁସିଏନ୍‌, ୟୁଏନ୍‌ଡବ୍ଲ୍ୟୁଟିଓ, ଏଫ୍‌ଇଇ ଏବଂ ଆଇଏଲ୍‌ଏସ୍‌ ଭଳି ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ଅନୁସନ୍ଧାନ ଦାୟିତ୍ୱରେ ଥିବା ସଂସ୍ଥା ପୁରୀ ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ପ୍ରମାଣନ ଦେଇଛନ୍ତି। ପ୍ରଦୂଷଣ ରୋକିବା କ୍ଷେତ୍ରରେ ୫୦ ବିକଶିତ ରାଷ୍ଟ୍ରର ଉପକୂଳ ବେଳାଭୂମି ତାଲିକାରେ ପୁରୀ ବିଚ୍‌ ୩ୟ ସ୍ଥାନ ହାସଲ କରିଛି। ପୁରୀ ବେଳାଭୂମିରେ ବ୍ଲୁ-ଫ୍ଲାଗ୍‌ ଉତ୍ତୋଳନ ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି କନୱର ବିଶାଲ ସିଂ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ନେଇ ଗର୍ବାନ୍ବିତ ମନେ କରିବା ସହ ଅଧିକ ମାନ୍ୟତା ଉପରେ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଜାଭେଡକର କହିଥିଲେ। ପରିବେଶ ମନ୍ତ୍ରଣାଳୟର ଯୁଗ୍ମସଚିବ ଜିଗ୍‌ମେତ୍‌ ତକ୍‌ପା ଶେଷ ଅଭିଭାଷଣ ରଖିଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ୮ଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ମିଳିଛି। କେରଳ, ଗୁଜରାଟ, ଓଡ଼ିଶା, ଡିଉ, ଆଣ୍ଡାମାନ ଓ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଲେଖାଏ ଏବଂ ଦେଶର ଏକମାତ୍ର ରାଜ୍ୟ ଭାବେ କର୍ନାଟକର ୨ଟି ବେଳାଭୂମି ବ୍ଲୁ-ଫ୍ଲାଗ୍‌ ଟ୍ୟାଗ୍‌ ହାସଲ କରିଛି। ଗତ ଅକ୍ଟୋବର ୧୧ରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା ମିଳିବା ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri