Posted inଖେଳ

ଫୁଟ୍‌ବଲରେ ଖୁବ୍‌ଶୀଘ୍ର ବ୍ଲୁ କାର୍ଡ

ଟ୍‌ବଲରେ ଖୁବ୍‌ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍‌ ମ୍ୟାଚରେ ରେଫରି ମାର୍ଟିନ ଥୋଏନ୍‌ ବ୍ଲୁ କାର୍ଡ ନିୟମକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ପ୍ରଣୟନ କରି ଇଣ୍ଟରନ୍ୟାଶନାଲ ଆସୋସିଏଶନ ଫୁଟ୍‌ବଲ ବୋର୍ଡ (ଆଇଏଫ୍‌ଏବି) ଖେଳ ନିୟମରେ ଏକ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିରେ ରେଡ୍‌ କାର୍ଡ ତୁଳନାରେ ସ୍ବଳ୍ପ ଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ଖେଳରେ ଏହା ଖୁବ୍‌ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଜଣେ ଖେଳାଳିକୁ ବ୍ଲୁ କାର୍ଡ ଦିଆଗଲେ ସମ୍ପୃକ୍ତ ଖେଳାଳି ଖେଳରୁ ୧୦ ମିନିଟ୍‌ ପାଇଁ ସସ୍‌ପେଣ୍ଡ ହେବେ। ସମୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଯଥା ଜାଣିଶୁଣି ଫାଉଲ ମାରିବା କିମ୍ବା ରେଫରିଙ୍କୁ ଅପମାନିତ କଲେ ସମ୍ପୃକ୍ତ ଖେଳାଳିଙ୍କୁ ବ୍ଲୁ କାର୍ଡ ମିଳିବ।
ଅନ୍ୟପକ୍ଷରେ ଆସନ୍ତା ସିଜନରେ ଲିଗ୍‌-୧ରେ ଆଉ ଏକ ନିୟମ ହ୍ବାଇଟ୍‌ କାର୍ଡର ପରୀକ୍ଷାମୂଳକ ବ୍ୟବହାର ଲାଗି ବିଚାର ଯୋଜନା ଚାଲିଛି। ବହୁ ମାସ ପୂର୍ବେ ଫ୍ରାନ୍ସ ପ୍ରଥମ ରାଷ୍ଟ୍ର ଭାବେ ଏହି ପ୍ରସ୍ତାବ ଦେଇଥିଲା। ଲିଗ୍‌-୧ରେ ଏହାକୁ ସୀମିତ ରଖିବା ପାଇଁ କହିଥିଲା। ଆଲୋଚନା ପରେ ଫ୍ରାନ୍ସ ୨୦୨୪-୨୫ ସିଜନରେ ପ୍ରଥମେ ନିଜ ଦେଶରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସ୍ଥିିର କରିଥିଲା। ମାତ୍ର ଆଇଏଫ୍‌ଏବି’ର ହସ୍ତକ୍ଷେପ ଯୋଗୁ ଏହି ନିୟମକୁ ବିଶ୍ୱବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ଲାଗୁ କରାଯାଇପାରେ। ବ୍ୟବହାରିକ ଦୃଷ୍ଟିରୁ ହକି ଖେଳ ଭଳି ଅନୁରୂପ ଫୁଟ୍‌ବଲରେ ବ୍ଲୁ କାର୍ଡକୁ ବ୍ୟବହାର କରାଯିବ। ନିୟମ ଉଲ୍ଲଂଘନର ମାତ୍ରାକୁ ବିଚାର କରି ରେଫରି ସମ୍ପୃକ୍ତ ଖେଳାଳିଙ୍କୁ କେତେ ସମୟ ପାଇଁ ପଡ଼ିଆ ବାହାରକୁ ଯିବାକୁ ହେବ ତାହା ସ୍ଥିର କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ନୂଆ ନିୟମକୁ ଚାମ୍ପିୟନ୍ସ ଲିଗ୍‌ ଅବା ପ୍ରିମିୟମର ଲିଗ୍‌ ଓ ଲା ଲିଗା ଭଳି ନ୍ୟାଶନାଲ ଲିଗ୍‌ଗୁଡ଼ିକରେ ଲାଗୁ କରାଯାଇପାରେ। ବ୍ଲୁ କାର୍ଡ ନିୟମ ଲାଗୁ କରାଯିବା ସମ୍ପର୍କରେ ଆଇଏଫ୍‌ବି ତରଫରୁ ଖୁବ୍‌ ଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri