Posted inଖେଳ

ଫୁଟ୍‌ବଲରେ ଖୁବ୍‌ଶୀଘ୍ର ବ୍ଲୁ କାର୍ଡ

ଟ୍‌ବଲରେ ଖୁବ୍‌ ଶୀଘ୍ର ‘ବ୍ଲୁ କାର୍ଡ’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନୂଆ ନିୟମ ବିଶେଷକରି ରେଫରିଙ୍କୁ ସାହାଯ୍ୟ କରିବ। ରିପୋର୍ଟ ଅନୁସାରେ ଏକ ହ୍ୟାଣ୍ଡବଲ୍‌ ମ୍ୟାଚରେ ରେଫରି ମାର୍ଟିନ ଥୋଏନ୍‌ ବ୍ଲୁ କାର୍ଡ ନିୟମକୁ କାର୍ଯ୍ୟକାରୀ କରିଥିଲେ। ଏହାକୁ ପ୍ରଣୟନ କରି ଇଣ୍ଟରନ୍ୟାଶନାଲ ଆସୋସିଏଶନ ଫୁଟ୍‌ବଲ ବୋର୍ଡ (ଆଇଏଫ୍‌ଏବି) ଖେଳ ନିୟମରେ ଏକ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିରେ ରେଡ୍‌ କାର୍ଡ ତୁଳନାରେ ସ୍ବଳ୍ପ ଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ଖେଳରେ ଏହା ଖୁବ୍‌ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଜଣେ ଖେଳାଳିକୁ ବ୍ଲୁ କାର୍ଡ ଦିଆଗଲେ ସମ୍ପୃକ୍ତ ଖେଳାଳି ଖେଳରୁ ୧୦ ମିନିଟ୍‌ ପାଇଁ ସସ୍‌ପେଣ୍ଡ ହେବେ। ସମୟ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଯଥା ଜାଣିଶୁଣି ଫାଉଲ ମାରିବା କିମ୍ବା ରେଫରିଙ୍କୁ ଅପମାନିତ କଲେ ସମ୍ପୃକ୍ତ ଖେଳାଳିଙ୍କୁ ବ୍ଲୁ କାର୍ଡ ମିଳିବ।
ଅନ୍ୟପକ୍ଷରେ ଆସନ୍ତା ସିଜନରେ ଲିଗ୍‌-୧ରେ ଆଉ ଏକ ନିୟମ ହ୍ବାଇଟ୍‌ କାର୍ଡର ପରୀକ୍ଷାମୂଳକ ବ୍ୟବହାର ଲାଗି ବିଚାର ଯୋଜନା ଚାଲିଛି। ବହୁ ମାସ ପୂର୍ବେ ଫ୍ରାନ୍ସ ପ୍ରଥମ ରାଷ୍ଟ୍ର ଭାବେ ଏହି ପ୍ରସ୍ତାବ ଦେଇଥିଲା। ଲିଗ୍‌-୧ରେ ଏହାକୁ ସୀମିତ ରଖିବା ପାଇଁ କହିଥିଲା। ଆଲୋଚନା ପରେ ଫ୍ରାନ୍ସ ୨୦୨୪-୨୫ ସିଜନରେ ପ୍ରଥମେ ନିଜ ଦେଶରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସ୍ଥିିର କରିଥିଲା। ମାତ୍ର ଆଇଏଫ୍‌ଏବି’ର ହସ୍ତକ୍ଷେପ ଯୋଗୁ ଏହି ନିୟମକୁ ବିଶ୍ୱବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ଲାଗୁ କରାଯାଇପାରେ। ବ୍ୟବହାରିକ ଦୃଷ୍ଟିରୁ ହକି ଖେଳ ଭଳି ଅନୁରୂପ ଫୁଟ୍‌ବଲରେ ବ୍ଲୁ କାର୍ଡକୁ ବ୍ୟବହାର କରାଯିବ। ନିୟମ ଉଲ୍ଲଂଘନର ମାତ୍ରାକୁ ବିଚାର କରି ରେଫରି ସମ୍ପୃକ୍ତ ଖେଳାଳିଙ୍କୁ କେତେ ସମୟ ପାଇଁ ପଡ଼ିଆ ବାହାରକୁ ଯିବାକୁ ହେବ ତାହା ସ୍ଥିର କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ନୂଆ ନିୟମକୁ ଚାମ୍ପିୟନ୍ସ ଲିଗ୍‌ ଅବା ପ୍ରିମିୟମର ଲିଗ୍‌ ଓ ଲା ଲିଗା ଭଳି ନ୍ୟାଶନାଲ ଲିଗ୍‌ଗୁଡ଼ିକରେ ଲାଗୁ କରାଯାଇପାରେ। ବ୍ଲୁ କାର୍ଡ ନିୟମ ଲାଗୁ କରାଯିବା ସମ୍ପର୍କରେ ଆଇଏଫ୍‌ବି ତରଫରୁ ଖୁବ୍‌ ଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri