ସମସ୍ୟାରେ ଛନ୍ଦିହୋଇ ରହିଛି ରକ୍ତତୀର୍ଥ ମାଟି

ଖଇରା, ୨୮।୯(ଉତ୍କଳବନ୍ଧୁ ପଣ୍ଡା)ରାତି ପାହିଲେ ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆ ମାଟିରେ ୧୯୪୨ ମସିହା ସେପ୍ଟେମ୍ବର ୨୮ତାରିଖରେ ଶହୀଦ ହୋଇଥିବା ୩ ଶହୀଦ ରଘୁ ବେହେରା, କେଳୁ ସାହୁ ଓ ମକର ଲେଙ୍କାଙ୍କୁ ତୋପ ସଲାମୀ ପ୍ରଦାନ କରାଯିବ। ସନ୍ଧ୍ୟାରେ ନେତା, ମନ୍ତ୍ରୀ ପ୍ରଶାସକମାନେ ସେମାନଙ୍କର ୮୧ତମ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରିବା ସହ ଏ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅନେକ କିଛି ପ୍ରତିଶ୍ରୁତି ଦେବେ।  ହେଲେ ଏହି ଦିନ ଅତିକ୍ରମ ହୋଇଯିବା ପରେ ପୁଣି ଥରେ ସମସ୍ୟା ତାଲିକା ପୂର୍ବଭଳି ଲମ୍ବିଯିବ ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି।  ଏବେ ସନ୍ଧ୍ୟା ହେଲେ ଅପରାଧିକ କାର୍ଯ୍ୟ ସାଙ୍ଗକୁ ନିଶାଗ୍ରସ୍ତଙ୍କ ଆଡ୍ଡା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି।
ଦୀର୍ଘଦିନ ଧରି ଏଠାରେ ଏକ ଥାନା କିମ୍ବା ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି ହେଇଆସୁଥିଲେ ମଧ୍ୟ ତାହା କେବଳ ପ୍ରତିଶ୍ରୁତିରେ ଅଟକିଛି। ସେହିଭଳି ଖଇରାଡିହିର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଦ୍ୟନାଥ ରାଉତଙ୍କ ଦ୍ୱାରା ନିଜସ୍ବ ଉଦ୍ୟମରେ ଖୋଲାଯାଇଥିବା ହୋମିଓପାଥି କେନ୍ଦ୍ର ବନ୍ଦ ହୋଇ ପଡିଥିବା ବେଳେ ଏହାକୁ ସରକାରୀ ଭାବେ ପୁନଃ କାର୍ଯ୍ୟକ୍ଷମ କରାଯିବା, ଶହୀଦଙ୍କ ଗ୍ରାମକୁ ସଂଯୋଗୀକରଣ ତେନ୍ତୁଳିଆପଡା-ଡାଲଙ୍ଗ ମୁନିପଦା ରାସ୍ତାକୁ ପକ୍କା କରିବା, ଡ୍ରେନେଜ ବ୍ୟବସ୍ଥା ପୁନରୁଦ୍ଧାର, ଶହୀଦ ସ୍ତମ୍ଭ ନିକଟରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବା ଭଳି ବହୁ ପୁରୁଣା ଦାବିର ଏ ପର୍ଯ୍ୟନ୍ତ ସାମାଧାନ ହୋଇପାରିନାହିଁ।
ଏବେ ଡ୍ରେନେଜ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବା ବେଳେ ସାମାନ୍ୟ ବର୍ଷାରେ ଦୋକାନରେ ପାଣି ପଶିବା ଯୋଗୁ ବଜାରବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।  ଏ ସମ୍ପର୍କରେ ତୁଡିଗଡିଆ ବଜାର କମିଟି ସମ୍ପାଦକ ବସନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ବହୁ ସମସ୍ୟା ଦେଇ ତୁଡଗଡିଆ ଅଞ୍ଚଳ ଗତି କରୁଛି।  ଦୀର୍ଘଦିନରୁ ଫାଣ୍ଡି ପ୍ରତିଷ୍ଠା ଦାବି ଏ ପର୍ଯ୍ୟନ୍ତ ପୂରଣ ହେଉ ନ ଥିବାରୁ ପ୍ରତ୍ୟେକ ଦିନ ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ସାଧାରଣ ଜନଜୀବନକୁ ଅତିଷ୍ଠ କରୁଛି। ଶହୀଦ ଜନକଲ୍ୟାଣ ପରିଷଦ ସଭାପତି ବିଷ୍ଣୁମୋହନ ଶତପଥୀଙ୍କୁ ପଚାରିବାରେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ପର୍ଯ୍ୟଟନ କ୍ଷେତ୍ରରେ ଅନେକ କିଛି ବିକାଶମୂଳକ କାମ ହୋଇଥିଲେ ହେଁ ପାଣି ନିଷ୍କାସନ ପାଇଁ ପୁରୁଣା ପୋଲକୁ ଭାଙ୍ଗି ନୂତନ ପୋଲ ନିର୍ମାଣ ଏବଂ ଥାନା ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri