Posted inUncategorized

ତିକ୍ତତାରୁ ହତ୍ୟା: ରାଜଧାନୀରେ ରକ୍ତର ହୋରି

ରାଜଧାନୀ ଭୁବନେଶ୍ୱରରେ କିଛିମାସ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଛି। ରକ୍ତର ହୋରି ଖେଳିଛନ୍ତି ଅପରାଧୀ। ତେବେ ସୋମବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଘଟଣା ଅତ୍ୟନ୍ତ ବୀଭତ୍ସ ଓ ହୃଦୟବିଦାରକ ଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କିଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ସତେ ଯେମିତି ରକ୍ତମୁଖା ହୋଇଯାଇଥିଲେ। ପ୍ରିୟଙ୍କାଙ୍କ ତଣ୍ଟି ଓ ଶରୀରକୁ ଛୁରିରେ କାଟି ମାରିବା ପରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘର ଭିତର ଚାରିଆଡେ ରକ୍ତର ଛିଟା ପଡିଥିବାବେଳେ ଚଟାଣ ସାରା ରକ୍ତର ସୁଅ ଛୁଟୁଥିଲା।
କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ବିଶେଷକରି ସମ୍ପର୍କରୁ ହତ୍ୟାକାଣ୍ଡର ଖିଅ ଖୋଜୁଛି। ପ୍ରିୟଙ୍କାଙ୍କ ସହ ଜଗନ୍ନାଥଙ୍କର ପୂର୍ବରୁ ଚିହ୍ନା ପରିଚିତ ଥିବା ପୂରା ଘଟଣାରୁ ଜଣାପଡୁଛି। ସମ୍ପର୍କରେ ତିକ୍ତତା ପରେ ଜଗନ୍ନାଥ ପ୍ରତିଶୋଧ ନିଆଁରେ ଜଳୁଥିଲେ। ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ବହୁ ପୂର୍ବରୁ ଚରମ ନିଷ୍ପତ୍ତି ନେଇଥିବା ଜବତ ଚିଠି ଓ ଅନ୍ୟ ସୂତ୍ରରୁ ପୋଲିିସ ଜାଣିବାକୁ ପାଇଛି। ତେବେ ସେମାନଙ୍କ ମଧ୍ୟରେ କେଉଁ ସମ୍ପର୍କ ଥିଲା, ବିବାହ ପରେ ପ୍ରିୟଙ୍କା ଦୂରେଇ ଦେଇଥିଲେ କି, ଏସବୁ ପରିବାର ଲୋକେ ଜାଣି ଥିଲେ କି ନା ନାହିଁ, ପୂର୍ବାହ୍ନ ଜଗନ୍ନାଥ ତାଙ୍କ ଘରକୁ ଆସିଥିଲେ କି, ହତ୍ୟା ପଛରେ ଆଉ କ’ଣ କାରଣ ଥାଇପାରେ ତାହାକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି।

ମାରିବି, ମରିବି
ହତ୍ୟାକାଣ୍ଡ ଘଟିଥିବା ଘରୁ ପୋଲିସ ଏକ ଚିଠି ଜବତ କରିଛି। ଉକ୍ତ ଚିଠିଟି ଅଭିଯୁକ୍ତ ଜଗନ୍ନାଥ ଲେଖିଥିବା ଜଣାପଡୁଛି ବୋଲି ପୋଲିସ କହିଛି। ପୂର୍ବ ସମ୍ପର୍କର ତିକ୍ତତା ଯୋଗୁ ସେ ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ସେଥିରେ ଉଲ୍ଲେଖ ରହିଛି। କୌଣସି କାରଣରୁ ପ୍ରତିହିଂସା ପରାୟଣ ହୋଇ ଅଭିଯୁକ୍ତ ହତ୍ୟା କରିଥିବା ଏହି ଚିଠିରୁ ଜଣାପଡୁଛି।
ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ
ମୋ ଝିଅ ଜ୍ୱାଇଁଙ୍କର ପାରିବାରିକ ସମ୍ପର୍କ ବହୁତ ଭଲ ଚାଲିଥିଲା। ସେ ଜ୍ୱାଇଁ ନୁହେଁ, ମୋ ବଡ଼ ପୁଅ ଭଳି। ତେବେ ହତ୍ୟାକାରୀ ମୋ ଝିଅକୁ କାହିଁକି ମାରିଲା, ତା’ର ମୋ ଝିଅ ସହ କିଭଳି ପରିଚୟ ହେଲା ମୁଁ କିଛି ଜାଣି ନାହିଁ। ଏମିତିକି ମୁଁ ତାଙ୍କୁ ମଧ୍ୟ ଜାଣିନାହିଁ। ମୋ ଝିଅର ଏକ ଛୋଟ ପୁଅ ଥିବାବେଳେ ସେ ଏବେ ମା’ ଛେଉଣ୍ଡ ହୋଇଗଲା। ଏଭଳି ଅପରାଧୀଙ୍କୁ ଫାଶୀ ଦିଆଯାଉ ବୋଲି ପ୍ରିୟଙ୍କାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି।
ଗ୍ରସେରୀ କିଣି ଫେରିବା ପରେ ହତ୍ୟା
ହତ୍ୟାର କିଛି ସମୟ ପୂର୍ବରୁ ମହିଳା ଜଣକ ମୋ ଦୋକାନ ପାଖରେ ଥିବା ଏକ ଗ୍ରସେରୀ ଦୋକାନକୁ ଆସିଥିଲେ। ଜିନିଷ କିଣି ସାରିବା ପରେ ଘର ଭିତରକୁ ପଳାଇଥିଲେ। ପରେ ଜଣେ ଯୁବକ ତାଙ୍କ ଘରକୁ ଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ହତ୍ୟା କରାଯାଇଥିବା ଜାଣିଲୁ ବୋଲି ଘର ସମ୍ମୁଖରେ ଥିବା ଜଣେ ଦୋକାନୀ କହିଛନ୍ତି।

 

ପ୍ରିୟଙ୍କା ହତ୍ୟାକାଣ୍ଡକୁ ମିଶାଇ ରାଜଧାନୀରେ ୫ ମାସରେ ୮ଜଣଙ୍କୁ ହତ୍ୟା ହୋଇଛି। ଫେବୃୟାରୀ ୪ରେ ଜଣେ ମହିଳାଙ୍କ ମୁଣ୍ଡ କାଟି ଅନ୍ଧାରୁଆ ଅଞ୍ଚଳରେ ଫିଙ୍ଗି ଦିଆଯାଇଥିଲା। ସେହିଦିନ ଚନ୍ଦ୍ରଶେଖରପୁର ବିର୍ସାମୁଣ୍ଡା ବସ୍ତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପିଟି ମାରିଦେଇଥିଲେ। ସେହିପରି ମାର୍ଚ୍ଚ ୩ରେ ନୟାପଲ୍ଲୀରେ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାବେଳେ ମେ ୧୦ରେ ଧଉଳି ଥାନା ଅଞ୍ଚଳରେ ଜଣେ କାଠମିସ୍ତ୍ରୀଙ୍କୁ ବେକ କାଟି ଫିଙ୍ଗି ଦିଆଯାଇଥିଲା। ଜୁନ୍‌ ୬ରେ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ପଥରେ ଛେଚି ହତ୍ୟା, ୮ ତାରିଖରେ ଲକ୍ଷ୍ମୀସାଗର ଥାନାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଓ ୧୨ରେ ଆଉଜଣେ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା।

 

ସ୍ବାମୀଙ୍କୁ ଖୁସିରେ ବାଟେଇ ଦେଇଥିଲେ
ସକାଳ ପ୍ରାୟ ସାଢ଼େ ୯ଟାରେ ରାକେଶ ଅଫିସ ବାହାରିଥିଲେ। ଘର ସମ୍ମୁଖ ଗେଟ ବାହାରେ ସେ ବାଇକ ଉପରେ ବସିଥିବାବେଳେ ସ୍ତ୍ରୀ ପ୍ରିୟଙ୍କା କୁନି ପୁଅକୁ ଧରି କିଛି ସମୟ ସ୍ବାମୀଙ୍କ ସହ ହସିହସି କଥା ହେଉଥିଲେ। କୁନି ପୁଅ ଗେଲ କରିବା ପରେ ରାକେଶ ଅଫିସ ଯିବାକୁ ଗାଡି ଷ୍ଟାର୍ଟ କରିଥିଲେ। ପ୍ରିୟଙ୍କା ସ୍ବାମୀଙ୍କୁ ହସିହସି ବାଟେଇ ଦେଇ ଘର ଭିତରକୁ ଯାଇଥିଲେ। ହେଲେ ହଠାତ୍‌ ସାଢେ ୧୨ଟା ବେଳକୁ ପିସିଆର ଭ୍ୟାନ୍‌ ଓ ଆମ୍ବୁଲାନ୍ସ ଦେଖିବା ସହ ମହିଳାଙ୍କୁ ହତ୍ୟା କରାଯାଇଥିବା ଜାଣି ମୁଁ ହତବାକ ହୋଇଗଲି। କିଛି ସମୟ ପରେ ଘରୁ ଷ୍ଟ୍ରେଚରରେ ଜଣେ ଅଜଣା ଆହତ ଯୁବକଙ୍କୁ ବାହାରକୁ ଅଣାଗଲା। – ଅରୁଣ କୁମାର ମହାପାତ୍ର, ପଡ଼ୋଶୀ

 

ଅଫିସ୍‌ରେ ଥିବାବେଳେ ହଠାତ୍‌ କଲ୍‌ ଆସିଲା
ରାକେଶ ୟୁରେକା ଓ୍ବାଟର ପ୍ୟୁରିଫାୟର କମ୍ପାନୀରେ କାମ କରିବାବେଳରୁ ଆମେ ଏକାଠି ଚଳୁଥିଲୁ। ରାକେଶ ରହୁଥିବା ୪ଟି ଘର ଛାଡି ମୋ ଘର। ଆଜି ଅଫିସ ଆସିବାବେଳେ ଆମେ ଦୁହେଁ ଖୁସିଗପ କରିଥିଲୁ। ଅଫିସ୍‌ରେ କାମ ସମୟରେ ହଠାତ ରାକେଶ୍‌ ଏକ ଫୋନ୍‌ କଲ୍‌ ପାଇ ବ୍ୟସ୍ତ ହୋଇ ବାହାରିଯାଇଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଶୁଣି ବିଶ୍ୱାସ କରିପାରିଲିନି। ଅଭିଯୁକ୍ତକୁ କଠୋର ଶାସ୍ତି ମିଳିବା ଦରକାର। – ବିକ୍ରମ, ରାଜେଶଙ୍କ ଅଫିସ ସହକର୍ମୀ

 

ଘର ଭିତର ଦୃଶ୍ୟ ଭୟଙ୍କର ଥିଲା
ମାର୍କେଟିଂ କରିବାକୁ ଯିବା ସମୟରେ ଗହଳି ଦେଖି ଅଟକି ଯାଇଥିଲି। ଘର ଭିତରୁ ପାଟିତୁଣ୍ଡ ସହ କବାଟ ପିଟିବାର ଶବ୍ଦ ଶୁଣାଗଲା। କ’ଣ ହୋଇଛି ଭାବି ସେଠାକୁ ଯାଇ ଦେଖିବାବେଳକୁ ଘର ମାଲିକ କବାଟକୁ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। କବାଟ ଭାଙ୍ଗିବା ପରେ ଘର ଭିତରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡିଥିବାବେଳେ ପାଖରେ ଜଣେ ଯୁବକ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ। ଘର ଭିତରର ଏହି ଭୟଙ୍କର ଦୃଶ୍ୟ ଦେଖି ମୋ ଦେହ ଥରିଉଠିଥିଲା। କେମିତି ଜଣେ ଲୋକର ହାତ ଗଲା ଏମିତି ହତ୍ୟା କରିବାକୁ!
– ଲିଙ୍ଗରାଜ ବେହେରା, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri