ରୋଗୀଙ୍କ ସାଲାଇନରେ ଫୋଡ଼ିଦେଲେ ରକ୍ତ ଲଗା ସିରିଞ୍ଜ: ମେଡିକାଲରେ ଉତ୍ତେଜନା

ଟିଟିଲାଗଡ଼,୨୬।୫(ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ଜଣେ ରୋଗୀଙ୍କୁ ସାଲାଇନ ଦିଆଯାଇଥିବା ବେଳେ ସାଲାଇନରେ ରକ୍ତ ଲଗା ସିରିଞ୍ଜ ଫୋଡାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଭିଯୋଗରୁ ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଗ୍ରାମର ନିରାକାର ବେହେରା (୬୨)ଙ୍କ ରକ୍ତଚାପ କମ ହେବାରୁ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ ୱାର୍ଡରେ ଭର୍ତ୍ତି କରିଥିଲେ। ଅସୁସ୍ଥ ନିରାକାରଙ୍କୁ ଡାକ୍ତରଖାନା ସ୍ବାସ୍ଥ୍ୟ କର୍ମଚାରୀ ପ୍ରଥମେ ଏକ ସାଲାଇନ ଦେଇଥିଲେ । ଏ ନେଇ ସ୍ବାସ୍ଥ୍ୟ କର୍ମଚାରୀ ସାଲାଇନର ଉପର ଅଂଶରେ ଏକ ସିରିଞ୍ଜ ଫୋଡିଥିଲେ। କିଛି ସମୟ ପରେ ୱାର୍ଡରେ ଉପସ୍ଥିତ ନିରାକାରଙ୍କ ପୁଅ ରୋହିତ ସାଲାଇନରେ ସିରିଞ୍ଜ ଫେଡାଯିବା ସ୍ଥାନରେ ରକ୍ତ ଲାଗିଥିବା ଦେଖି ବିସ୍ମିତ ହୋଇଥିଲେ। ରୋହିତ ଏ ନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ପଚାରିବାରୁ ଭୁଲରେ ଏକ ବ୍ୟବହୃତ ରକ୍ତ ଲଗା ସିରିଞ୍ଜ ଫୋଡିଥିବା ସ୍ବୀକାର ସହ କ୍ଷମା ମାଗିଥିଲେ।
ଏ ନେଇ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିବା ବେଳେ ଉକ୍ତ କର୍ମଚାରୀ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ।ଅନ୍ୟପକ୍ଷେ କୌଣସି ରୋଗୀଙ୍କ ରକ୍ତ ପରୀକ୍ଷା ହୋଇଥିବା ସିରିଞ୍ଜକୁ ନେଇ ପରିବାର ଲୋକେ ଭୟଭିତ ହୋଇଛନ୍ତି।ଟିଟିଲାଗଡ଼ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ତଥା ଉପଖଣ୍ଡ ଡାକ୍ତରଖାନା ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ ନାୟକ ଫୋନ ଉଠାଉ ନ ଥିବା ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଶେଷ ଖବର ସୁଦ୍ଧା ରୋଗୀ ନିରାକାରଙ୍କ ପୁଅ ରୋହିତଙ୍କୁ ଛୁଟି ଦିନ ଯୋଗୁଁ କାର୍ଯ୍ୟାଳୟରେ ଅନୁପସ୍ଥିତ ଉପଖଣ୍ଡ ସୱାସ୍ଥ୍ୟ ଅଧିକାରୀ ନିଜ ଘରକୁ ଡାକି ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri