ଡାକ୍ତରଖାନା କାନ୍ଥରେ ରକ୍ତର ଛିଟା, ବହୁ ଲୋକଙ୍କ ହାତଗୋଡ ନାହିଁ, ପଡି ରହିଛି ମୁଣ୍ଡ ନ ଥିବା ମୃତଦେହ…

ଜେରୁଜେଲମ, ୧୯।୧୦: ଗାଜାର ଅଲ-ଅହଲି ଡାକ୍ତରଖାନା ଉପରେ ଆକ୍ରମଣ ପରେ ଏହା ପରିସରରେ ମୃତଦେହ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି। ଆହତ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କାହାର ହାତ ନାହିଁ, କାହାର ଗୋଠ ନାହିଁ। ଦେହ ସାରା ଖଣ୍ଡିଆ ଖାବରା। ହଠାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଅନ୍ଧାରରେ ଡାକ୍ତରମାନେ ଆନାସ୍ଥେସିଆ ବିନା ଚଟାଣରେ ଲୋକଙ୍କ ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହେଉଛନ୍ତି।

ଚିକିତ୍ସା ସାମଗ୍ରୀ ଅଭାବରୁ ଡାକ୍ତରଖାନାର ଅବସ୍ଥା ପୂର୍ବରୁ ଖରାପ ଥିଲା। ଏବେ ଆକ୍ରମଣ ପରେ ସ୍ଥିତି ସଙ୍କଟ ଜନକ ହୋଇ ପଡ଼ିଛି। ଡାକ୍ତରଖାନାର କାନ୍ଥରେ ରକ୍ତର ଛିଟା ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ ସର୍ଜନ ଘାସାନ ଆବୁ ସୀତା କହିଛନ୍ତି ତାଙ୍କ ଅପରେଟିଂ ରୁମର ଛାତ ଜୋରରେ ମାଡ ହୋଇଥିଲା। ସଭିଏଁ ଭୟରେ ଦୌଡି ବାହାରକୁ ପଳାଇ ଆସିଥିଲେ। ଡାକ୍ତରଖାନା ପରିସରରେ ଖଣ୍ଡିଆ ହାତ ଗୋଡ ପଡି ରହିଥିଲା। କେତେକ ମୃତଦେହର ମୁଣ୍ଡ ନ ଥିଲା। ଅର୍ଥୋପେଡିକ ସର୍ଜରୀର ମୁଖ୍ୟ ଫାଦେଲ ନାଏମ କହିଛନ୍ତି ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। ଆମ ପାଖରେ ସେମାନଙ୍କ ପାଇଁ ଔଷଧର ଅଭାବ ରହିଛି। ଆମେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ। ଆହତଙ୍କ ସଂଖ୍ୟା ବହୁ ଅଧିକ ଥିବାବେଳେ ଆମ ଡାକ୍ତରୀ ଦଳ ସଂଖ୍ୟା ବହୁତ ଛୋଟ।

ଅଲ-ଅହଲି ଡାକ୍ତରଖାନା ବିସ୍ଫୋରଣରେ ସାଉଦି ଆରବ, ୟୁଏଇ, ବହାରେନ, ଇଜିପ୍ଟ, ଜୋର୍ଡାନ ଏବଂ ତୁର୍କୀ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ମୃତ୍ୟୁ ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆତଙ୍କବାଦୀଙ୍କୁ ଦାୟୀ କରିଛନ୍ତି।

ମିଳିତ ଜାତିସଂଘ କହିଛି ଏହି ଆକ୍ରମଣ ଅନ୍ତର୍ଜାତୀୟ ମାନବିକ ନିୟମର ଉଲ୍ଲଂଘନ । ଯେଉଁମାନେ ଏହି ଏହା କରିଛନ୍ତି ସେମାନେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଉତ୍ତରଦାୟୀ ହେବେ। ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ଏହି ଘଟଣା ନେଇ ମୁଁ ର୍‌ ମର୍ମାହତ, ଦୁଃଖିତ ଏବଂ ବିବ୍ରତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri