ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ତିଆରି କରିଛନ୍ତି। ଯାହା ସେଲିଫି ଭିଡିଓ ସାହାଯ୍ୟରେ ବ୍ଲଡ ପ୍ରେସର କେତେ ରହିଛି ମପା ଯାଇପାରିବ। ବିଶେଷଜ୍ଞମାନେ ଗବେଷଣା କରିଥିବା ଏହି ଟେକ୍ନୋଲୋଜିର ନଁା ହେଉଛି ଟ୍ରାନ୍ସଡର୍ମଲ ଅପ୍ଟିକାଲ୍‌ ଇମୋଜିଂ। ଏହି ଟେକ୍ନୋଲୋଜି ସାହାଯ୍ୟରେ ମୁହଁର ଚର୍ମରୁ ବ୍ଲଡପ୍ରେସର କେତେ ରହିଛି ଜାଣିହେବ। ଏହାକୁ ବୁଝିବା ପାଇଁ ଉକ୍ତ ଟେକ୍ନୋଲୋଜି ୨ ମିନିଟର ସେଲଫି ଭିଡିଓକୁ ବ୍ୟବହାର କରିବ। ଭିଡିଓ ତିଆରି ସମୟରେ ମୋବାଇଲର କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍‌ସର ମୁହଁରେ ପଡ଼ୁଥିବା ନାଲି କିରଣକୁ ଧରି ରଖିବ। ଯାହା ଚର୍ମର ତଳେ ଥିବା ହିମୋଗ୍ଲୋବିନ କାରଣରୁ ପ୍ରତିଫଳିତ ହୋଇଥାଏ। ଏଥିରୁ ଶରୀରରେ ରହିଥିବା ରକ୍ତଚାପର ଲେବୁଲ ବିଷୟରେ ସୂଚନା ମିଳିପାରିବ। ତେବେ ଚାଇନା ଓ କନାଡାରେ ପ୍ରାୟ ୧୩୨୮ ଲୋକଙ୍କ ଉପରେ ବିଶେଷଜ୍ଞ ଏହି ଗବେଷଣା କରିଥିଲେ। ସେହି ସମୟରେ ୯୫ରୁ ୯୬ ପ୍ରତିଶତ ଲୋକଙ୍କ ବ୍ଲଡ଼ ପ୍ରେସର ଲେବୁଲ ବିଷୟରେ ସଠିକ୍‌ ତଥ୍ୟ ମିଳିଥିବା ବେଳେ ଏଥିରେ ୩ ପ୍ରକାରର ବ୍ଲଡ ପ୍ରେସର ମାପିବା ପାଇଁ ସଫଳତା ମିଳିଥିଲା। ଟେଙ୍କ କମ୍ପାନୀର ନ୍ୟୁରୋଲୋଜିକ୍ସ ଏନୁରା ନାମକ ଏକ୍‌ ଆପ୍‌ ତିଆରି କରିଛନ୍ତି। ଯିଏ ୩୦ ମିନିଟର ସେଲଫି ଭିଡିଓରେ ହୃଦ୍‌ସ୍ପନ୍ଦନ ଓ ଉତ୍ତେଜନା ସ୍ତରର ସୂଚନା ଦେବ। କମ୍ପାନୀ ଖୁବ୍‌ଶୀଘ୍ର ଏହି ଆପ୍‌ରେ ବ୍ଲଡ ପ୍ରେସର ଜାଣିବା ପାଇଁ ଏକ ଫିଚର ସାମିଲ କରିବାକୁ ଯାଉଛି। ଏହା ସାହାଯ୍ୟରେ କୋଲେଷ୍ଟରଲ, ହିମୋଗ୍ଲୋବିନ ଓ ବ୍ଲଡ ପ୍ରେସରର ଲେବୁଲ ବିଷୟରେ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri